ପାଣି ପାଇଁ ପ୍ରଶାସନର ଦ୍ୱାରସ୍ଥ: ଦାବି ପୂରଣ ନ ହେଲେ ଆର୍ବଜନା ପକାଇ ଧାରଣା

ବାଲେଶ୍ୱର ଅଫିସ, ୬।୧୧-ବାଲେଶ୍ୱର ସଦର ବ୍ଲକ ବଡ଼ଖୁଆ ଗ୍ରାମରେ ପାନୀୟଜଳ ଦୂଷିତ ହୋଇପଡିଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏନେଇ ସାମାଜିକ ଅନୁଷ୍ଠାନ ‘ଆଚ୍ଛା’ ସହାୟତରେ ଅଞ୍ଚଳବାସୀ ମଙ୍ଗଳବାର ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ୧୫ଦିନ ଭିତରେ ଦାବି ପ୍ରତି ଗୁରୁତ୍ୱ ଦିଆ ନ ଗଲେ ସ୍ଥାନୀୟ ଅଞ୍ଚଳରେ ଥିବା ଆବର୍ଜନା ଏକାଠି କରି ନିକଟସ୍ଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ବଳାଙ୍ଗୀ ମହାବିଦ୍ୟାଳୟ ଓ ବାଲେଶ୍ୱର ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଗତ ଜୁଲାଇ ୨୨ତାରିଖରେ ସଦର ବ୍ଲକ ଅଫିସ୍‌ରେ ହୋଇଥିବା ମିଳିତ ଜନଶୁଣାଣିରେ ଦାବିପତ୍ର ଦେବାର ୧୦୦ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଉକ୍ତ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ଖୁଆ ପୋଖରୀ ଜଳକୁ ବ୍ୟବହାର କରି ଗ୍ରାମବାସୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ପୋଖରୀ ପୁନରୁଦ୍ଧାର ଓ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପଦକ୍ଷେପ ଗ୍ରହଣ କରା ନ ଗଲେ ୧୫ଦିନ ମଧ୍ୟରେ ଆନ୍ଦୋଳନକୁ ବିଭିନ୍ନ ଉପାୟରେ ବ୍ୟାପକ କରାଯିବ ବୋଲି ଅଞ୍ଚଳବାସୀ ଦିଲୀପ କୁମାର ସେନ, ଶାନ୍ତନୁ କୁମାର ମାଝି, ଅଜିତ କୁମାର ମିଶ୍ର, ଅଲିଭା ଓଝା, ସୁସ୍ମିତା ମାଝି, ସରସ୍ବତୀ ଜେନା, ଖଇରୁନ୍‌ ବିବି, ସୁଲୋଚନା ମାଝି, ରଫ୍‌ ଖାତୁନ, ଦୁର୍ଯ୍ୟୋଧନ ତରାଇ, ଅଶୋକ ମାଝି, ବାସନ୍ତୀ ପଣ୍ଡା, ବେଲ ମୁର୍ମୁ, ଟିପିରି ହେମ୍ବ୍ରମ, ପ୍ରଭାସିନୀ ଖଟୁଆ, ବୁଲି ମାଝି, ନିନି ଦଳାଇ, ନମିତା ଖଟୁଆ ପ୍ରମୁଖ ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ସଂଯୋଜକ ରାକେଶ କୁମାର ଶିଅଳ, ରାଜେଶ ପାଣ୍ଡିଆ, ଅଜୟ କୁମାର ନାୟକ ଓ ଯୋଗେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri