ପାଠ୍‌ପଢ଼ାର ବାଟ୍‌ ଛେକିଛେ ଗରିବୀ:ସରକାରୀ ସାହାଯ୍‌ ଆଶ୍‌ରେ ଦିବ୍ୟାଙ୍ଗ ଛାତ୍ର

ଲାଠୋର, ୧୮।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କଲୋନିପଡ଼ାର ଶଶି ପୁଟେଲକଁର ପୁଓ ଓମକାର ପୁଟେଲ(୧୦)। ସେ ଜନ୍‌ମୁ ଅଁଧ୍‌ ଆଏ। ହେଲେ ପାଠ୍‌ପଢ଼ାରେ ତାକର ବଡ଼ଭାରି ରୁଚି ରହିଛେ। ଇଅଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ପୁଓକେ ପାଠ୍‌ପଢ଼ାବାର ଲାଗି ଟଁକା ପଏସାର ଅଭାବ ରହିଛେ। ଏନ୍‌ତାଥି ଓମକାର ଗଁା ସ୍କୁଲରେ ପଢ଼ୁଛନ୍‌। ହେଲେ ଗଁା ସ୍କୁଲରେ ତାକର ଭବିଷତ୍‌କେ ନେଇ ପରିବାର ଲୋକ୍‌ ଚିନ୍‌ତାରେ ରହିଛନ୍‌।
ସୂଚନା ଅନ୍‌ସାରେ ଲାଠୋର କଲୋନିପଡ଼ାର ଶଶି ପୁଟେଲକଁର ପରିବାର କହେଲେ ମାଏକିନା ଗୋପପୁରୀ, ଝି’ ଦୀପାଞ୍ଜଳି ଆର ୩ ପୁଓ ଓମକାର, ଡିଲେଶ୍ୱର, ନରେଶକୁଁ ନେଇ ସଁସାର। ଶଶି ବଛରକ ୬ ମାସ ଚାଷ୍‌ବାସ ଆର ବାକି ୬ ମାସ ଦାଦନ୍‌ ଯାଇ କୁଟୁମ ପୁଷୁଛନ୍‌। ପୁଓ ଓମକାର ଜନ୍‌ମୁ ଅଁଧ୍‌ ହେଇଥିଲେ ବି ଶଶି ତାହାକୁ ଭିନେ ଭିନେ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ମାସିକ ୭ ଶହ ଟଁକା ଦିବ୍ୟାଙ୍ଗ ଭତା ଆର ୧୦ କେ.ଜି. ଚାଉଲକେ ଛାଡ଼ିଦେଲେ ଓମକାର ବାକି କେହେନ୍‌ସି ସରକାରୀ ସୁବିଧା ନାଇଁ ପାଏବାର। ଇ ଗରିବ୍‌ ପରିବାର ଅଭାବ ଅନାଟନରୁ ଆଏଜ୍‌ତକ ଭଲ ଘରଖଁଡ଼େ ନାଇଁ କରିପାରି। ଏନ୍‌ତାଥି ଇ ଗରିବ ପରିବାର ଗୁଟେ ମାଏଟ୍‌ ଖପର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ଓମକାରର ପାଠ୍‌ପଢ଼ାରେ ରୁଚି ରହିଥିଲେ ବି ଅଭାବ ଅନାଟନ ଲାଗି ପରିବାର ଲୋକ୍‌ ତାହାକୁ କେହେନ୍‌ସି ଗୁଟେ ଭଲ ସ୍କୁଲରେ ଦାଖଲ କରି ନାଇଁପାରବାର। ଓମକାର ଏହେଦେ ଗଁା ସ୍କୁଲରେ ୫ମ ଶ୍ରେଣୀରେ ପଢ଼ୁଛନ୍‌। ତାକର ପାଠ୍‌ପଢ଼ବାର ଇଛାକେ ଦେଖି ପରିବାର ଲୋକ୍‌ ପୁଓକେ କେନ୍‌ଠାନେ, କେନ୍‌ଥେଇ ପଢ଼ାବେ ତାର ବାଟ ନାଇଁପାଏବାର। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ଓମକାରକେ କେହେନ୍‌ସି ସରକାରୀ ଅନ୍ଧ, ମୁକ ବଧିର ସ୍କୁଲରେ ପଢ଼ାବାର ବେବସ୍‌ତା କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri