ପାଠ୍ୟକ୍ରମରେ ସାମିଲ ହେବ କଠିନ ବର୍ଜ୍ୟ ପରିଚାଳନା

ଭୁବନେଶ୍ୱର,୬।୯(ବ୍ୟୁରୋ) : ପ୍ରତି ୱାର୍ଡ, ବାସଗୃହରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ସୃଷ୍ଟି ସହ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗୁରୁବାର ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ସେହି ବିଷୟବସ୍ତୁ ସନ୍ନିବେଶିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାଗୁଡ଼ିକରେ ଅଧିକରୁ ଅଧିକ ପ୍ଲାଷ୍ଟିକ ବ୍ୟବହାର କରିବା ପାଇଁ ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍‌ ରାଜ୍ୟର ୧୧୪ ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ୧୧୪ ସହରାଞ୍ଚଳରେ୨୦୨୪ ୱାର୍ଡ଼ ରହିଛି , ଦୈନିକ ପ୍ରାୟ ହାରାହାରି ୨୫୭୫ ଟନ ବର୍ଜ୍ୟବସ୍ତୁ ବାହାରୁଛି। ଓଡ଼ିଶାରେ ଘରପିଛା ହାରାହାରି ୩୦୦ ଗ୍ରାମ୍‌ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି, ଏହା ଜାତୀୟ ହାରଠାରୁ କମ୍‌ ରହିଛି। ସେହିପରି ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକୁ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ସହରାଞ୍ଚଳରେ ପ୍ରାୟ ୩୦,୦୦୦ ଏସ୍‌ଏଚ୍‌ଜି ସକ୍ରିୟ ରହିଛନ୍ତି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକଙ୍କ ସୂଚନାନୁଯାୟୀ, ବିଭିନ୍ନ ସହରାଞ୍ଚଳରେ ଏଯାବତ୍‌ ୧୨୦୦ ସ୍ବଚ୍ଛ ସାଥୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି। ଏହି ସମସ୍ତ ସ୍ବଚ୍ଛ ସାଥୀଙ୍କୁ ୨ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯାଇଛି। ଜଣେ ସ୍ବଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ୱରେ ରହିବେ, ୪ ସ୍ବଚ୍ଛ ସାଥୀଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ। ବ୍ୟାପକ ସଚେତନତା ପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡ଼ରେ ହୋର୍ଡ଼ିଂ ଲାଗିବ। ସଚେତନତା କାର୍ଯ୍ୟକ୍ରମ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri