ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

ଜୟପୁର,୩୦।୧(ଡି.ଏନ୍‌.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି ଚିନ୍ତା। ପାଠପଢ଼ା ସେଠି ଅପହଞ୍ଚ ସ୍ବପ୍ନ ଥିଲା। କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ଥିବା ଏହି ୨ ଛାତ୍ରୀ ଏତେ ଦୃଢ଼ମନା ଯେ ଜୀବନର ଏହି ଆହ୍ବାନକୁ ଅତି ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ପରିବାରର ପେଟ ପୋଷିବା ସହ ଉଭୟ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ରୋଜଗାର ଆଶାରେ ଏବେ ଦୈନିକ ୧୧ ଘଣ୍ଟା ଖଟୁଛନ୍ତି। ପେଟ୍ରୋଲ ପମ୍ପରେ ଚାକିରି କରିଛନ୍ତି, ତା’ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିଅର ଭାବେ ପୋଲିସକୁ ସହଯୋଗ ମଧ୍ୟ କରୁଛନ୍ତି।
କୋରାପୁଟ ଜିଲା ଜୟପୁର ସହରର ବୋରିଗୁମ୍ମା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଛନ୍ତି ୨ ଜଣ ଛାତ୍ରୀ ବାସନ୍ତୀ ମାଟାମ (୨୨) ଓ ମଙ୍ଗଳଦେଈ ପେଣ୍ଠିଆ (୨୨)। ଗତ ଗୁରୁବାରରୁ ମାତ୍ର ଏକ ସପ୍ତାହ ହେଲା ସେମାନେ ପେଟ୍ରୋଲ ପମ୍ପରେ ଚାକିରି ଆରମ୍ଭ କରିଛନ୍ତି। ମାସିକ ୭ରୁ ୮ ହଜାର ଦରମା ମିଳିବ। ତା’ ସାଙ୍ଗକୁ ଜୟପୁର ଟାଉନଥାନା ପକ୍ଷରୁ ଷ୍ଟୁଡେଣ୍ଟସ ଟ୍ରାଫିକ ଭଲ୍ୟୁଣ୍ଟର (ଏସ୍‌ଟିଭି) ଭାବେ ସହରର ଟ୍ରାଫିକ ନିୟନ୍ତ୍ରଣ କାମରେ ମଧ୍ୟ ନିୟୋଜିତ ହୋଇଛନ୍ତି। ସେଥିରୁ ଦୈନିକ ଶହେ ଟଙ୍କା ପାଉଣା ମିଳୁଛି। ଏମାନଙ୍କ ମଧ୍ୟରୁ ବାସନ୍ତୀଙ୍କ ଘର ବୈପାରୀଗୁଡ଼ା ବ୍ଲକ ଟଙ୍ଗିଣିଗୁଡ଼ା। ବାପା ଦିନ ମଜୁରିଆ ଓ ପରିବାରରେ ୫ ଭଉଣୀ ଓ ଗୋଟିଏ ଭାଇ। ବାସନ୍ତୀ ସବୁ ଭଉଣୀ-ଭାଇଙ୍କ ମଧ୍ୟରେ ବଡ଼। ଦୁଇ ସାନ ଭଉଣୀ କଲେଜରେ ପଢୁଥିବାରୁ ତାଙ୍କ ପାଠପଢ଼ାର ଦାୟିତ୍ୱ ବାସନ୍ତୀଙ୍କ ଉପରେ ରହିଛି। ବାସନ୍ତୀ ନିଜେ ମଧ୍ୟ ଉଚ୍ଚଶିକ୍ଷିତ ହେବାକୁ ଆଶା ରଖିଛନ୍ତି। ସେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍‌ କରିବା ପରେ ଏବେ ସ୍ନାତକୋତ୍ତରରେ ନାମଲେଖା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ମଙ୍ଗଳଦେଈ ପେଣ୍ଠିଆଙ୍କ ଘର ଜୟପୁର ବ୍ଲକ ଟାଙ୍କୁଗୁଡ଼ା ଗ୍ରାମ। ସେ ଚଳିତ ବର୍ଷ ଜୟପୁର ମହିଳା ମହାବିଦ୍ୟାଳୟରେ ସ୍ନାତକ ପରୀକ୍ଷା ଦେବେ। ଅନୁସୂଚିତ ଜନଜାତି ପରିବାରରେ ତାଙ୍କର ୮ ଭଉଣୀ ଭାଇ। ତାଙ୍କ ବାପା ଗାଁ ମାଲିକଙ୍କ ଜମିରେ କୃଷି ଶ୍ରମିକ। ପରିବାରର ଆର୍ଥତ୍କ ସ୍ଥିତି ଠିକ୍‌ ନ ଥିବା ଯୋଗୁ ଏହି ଦୁଇଜଣ କିଶୋରୀ ଏବେ ପରିବାର ସମ୍ଭାଳିବା ସହ ନିଜ ଭବିଷ୍ୟତ ନିଜେ ଗଢ଼ିବା ପାଇଁ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି। ପେଟ୍ରୋଲ ପମ୍ପ ମାଲିକ ମଧ୍ୟ କହିଛନ୍ତି, ଉଭୟ ଝିଅ ଭଲ କାମ କରୁଛନ୍ତି। ଆଗକୁ ମଧ୍ୟ ସେ ନିଜ ପେଟ୍ରୋଲ ପମ୍ପରେ ଯୁବତୀଙ୍କୁ ନିଯୁକ୍ତି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri