ପାଟ୍ରୋଲିଂ କରୁନାହାନ୍ତି ବନ କର୍ମଚାରୀ

ଭଞ୍ଜନଗର,୨୪।୨(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ବଡ଼ଗୁଣ୍ଡିରିବାଡ଼ି ଜଙ୍ଗଲରେ ଗତ ୧୪ ତାରିଖରେ ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଥିଲା। ମୃତଦେହ ଠାବ ହେବାର ପ୍ରାୟ ୧୫ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ବନ କର୍ମଚାରୀମାନେ ଜଙ୍ଗଲକୁ ଠିକ୍‌ ଭାବେ ଯାଉ ନ ଥିବା ଜଣାପଡ଼ିଛି। କର୍ମଚାରୀମାନେ ଜଙ୍ଗଲକୁ ଯାଉ ନ ଥିବା, କର୍ମଚାରୀ ଓ ଅଧିକାରୀ, ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌ ) ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବା ସମ୍ପର୍କରେ ପୂର୍ବରୁ ‘ଧରିତ୍ରୀ’ରେ ଏକାଧିକ ଖବର ପ୍ରକାଶ ପାଇଥିଲା। ହାତୀ ମୃତ୍ୟୁ ସମ୍ପର୍କରେ ବନ ବିଭାଗ ନ ଜାଣିବା ଘଟଣା ଏହାକୁ ସତ ପ୍ରମାଣିତ କରିଛି। ଜଙ୍ଗଲକୁ କର୍ମଚାରୀ ନ ଗଲେ ହାତୀ ଓ ମଣିଷଙ୍କ ଜୀବନ ପ୍ରତି ବିପଦ ରହୁଛି। ବଡ଼ଗୁଣ୍ଡିରିବାଡ଼ିରେ ହାତୀ ମୃତ୍ୟୁ ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଟ୍‌ର ବନପାଳ ଓ ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି। ହେଲେ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିପ୍ରତି ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି। ଉତ୍ତର ଘୁମୁସର ବନଖଣ୍ଡ ଜାତୀୟ ଓ ରାଜ୍ୟସ୍ତରରେ ଏକାଧିକ ଥର ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପୁରସ୍କୃତ ହୋଇଛି। ସେହି ପୁରୁଣା ଗୌରବକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏହି ବନଖଣ୍ଡରେ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଅଫିସରଙ୍କ ଅଲିଖିତ ନିର୍ଦ୍ଦେଶକୁ କେତେଜଣ ତଳିଆ କର୍ମଚାରୀ ମାନୁନାହାନ୍ତି। ଗ୍ରାମାଞ୍ଚଳରେ ଅନେକ କର୍ମଚାରୀ କର୍ମ କ୍ଷେତ୍ରରେ ରହୁନାହାନ୍ତି। ଫଳରେ ବନ୍ୟଜନ୍ତୁ ଯୋଗୁ ଫସଲ କ୍ଷତି ହେଲେ ଠିକ୍‌ ଭାବେ କ୍ଷତିପୂରଣ ମିଳିପାରୁନି। ଏ ନେଇ ଅକ୍ଟୋବର ୫ରେ ଧରିତ୍ରୀରେ ‘ଅଫିସରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କର୍ମଚାରୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସେହିପରି ଡିିସେମ୍ବରରେ ‘ହାତୀ ଗଁାରେ, କର୍ମଚାରୀ ସହରରେ’ ଶୀର୍ଷକ ଅନ୍ୟ ଏକ ଖବର ପ୍ରକାଶିତ ହୋଇଥିଲା। କର୍ମଚାରୀମାନେ ନିଜ କର୍ମ କ୍ଷେତ୍ରରେ ରହୁ ନ ଥିବା ଯୋଗୁ ଅନେକ ସମସ୍ୟା ଦେଖାଦେଉଛି। ଗତ ୨ ବର୍ଷ ହେବ ଜାଇକା ଅର୍ଥରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଉକ୍ତ ଅନୁଷ୍ଠାନର କର୍ମଚାରୀ ମଧ୍ୟ ତତ୍ପର ହେବା ଆବଶ୍ୟକ ବୋଲି କେତେକ ଭିଏସ୍‌ଏସ୍‌ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri