ପାଟକୁରା ସଙ୍ଗଠନ ସଜାଡ଼ିବାକୁ ବୈଠକ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ପାଟକୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ପରେ ଦ୍ୱିତୀୟ ଥର ଲାଗି ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ନିର୍ବାଚନ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଅନୁଷ୍ଠିତ ବୈଠକରେ ପାଟକୁରା ସଙ୍ଗଠନକୁ ସୁଦୃଢ଼ କରିବା ଏବଂ ବିକାଶ ଉପରେ ମୁଖ୍ୟତଃ ଅଧିକ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ପରେ ବର୍ତ୍ତମାନ ଏହି ଆସନକୁ ନେଇ କ’ଣ ସବୁ ସମସ୍ୟା ରହିଛି ଏବଂ ସଙ୍ଗଠନରେ ଥିବା ଦୁର୍ବଳତା ସମ୍ପର୍କରେ ନେତାମାନେ ନିଜ ନିଜର ମତାମତ ରଖିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ପାଟକୁରା ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏହି ଆସନକୁ ନିଜ ଅକ୍ତିଆରରେ ରଖିବା ପାଇଁ ବିଜେଡି ନିଜର ସମ୍ପୂର୍ଣ୍ଣ ବଳ ଲଗାଇଦେଇଥିଲା। ମାଳମାଳ ନେତା ପାଟକୁରାରେ ରହି ଦଳର ଭୋଟ ବଢ଼ାଇବାର ଦାୟିତ୍ୱ ନେଇଥିଲେ। ଏହି ନିର୍ବାଚନମଣ୍ଡଳୀର ଭୋଟ ଦୁଇରୁ ଚାରି ଭାଗରେ ପରିଣତ ହୋଇଥିଲା, ଯାହାକି ସେହି ସମୟରେ ଦାୟିତ୍ୱ ପାଇଥିବା ନେତାମାନଙ୍କ ଦ୍ୱାରା ସଜଡା ଯାଇ ବିଜେଡି ନିର୍ବାଚନ ଲଢ଼ିଥିଲା। ସେହିସବୁ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ସବୁ ନେତା ଏକାଠି ହୋଇଥିବା ବୈଠକରେ ଉପସ୍ଥିତ ଥିବା ଜଣେ ନେତା କହିଛନ୍ତି। ଅନ୍ୟପଟେ ପାଟକୁରା ନିର୍ବାଚନର ମୁଖ୍ୟ ଦାୟିତ୍ୱ ପାଇଥିବା ନେତାମାନେ ହିଁ ବୈଠକରେ ଉପସ୍ଥିତ ଥିଲେ।
ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି, ପାଟକୁରା ନିର୍ବାଚନମଣ୍ଡଳୀର କର୍ମୀମାନଙ୍କୁ ନେଇ ବୈଠକ ହୋଇଛି। ନିର୍ବାଚନ ସମୟରେ କର୍ମୀମାନେ ଅଲଗା ଅଲଗା ହୋଇ ରହିଥିଲେ, ସେତେବେଳେ ସେମାନଙ୍କୁ ଏକାଠି କରାଯାଇଥିଲା। ଆଗକୁ ସମସ୍ତେ କିପରି ଏକାଠି ହୋଇ କାର୍ଯ୍ୟ କରିବେ ସେନେଇ ଆଲୋଚନା ହୋଇଛି ବୋଲି ପ୍ରଫୁଲ୍ଲ କହିଛନ୍ତି। ପ୍ରତାପ ଦେବ କହିଛନ୍ତି, ପାଟକୁରାରେ ବିକାଶମୂଳକ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଠିକ୍‌ ଢଙ୍ଗରେ ପାଳନ କରିବା ଦିଗରେ ସମସ୍ତେ ମତ ରଖିଛନ୍ତି। ପାଟକୁରା ବିଧାୟିକାଙ୍କୁ କର୍ମୀମାନେ ବିରୋଧ କରିବା ଘଟଣାକୁ ସେ ଖଣ୍ଡନ କରିିବା ସହିତ ଏହା ଅମୂଳକ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ପାଟକୁରା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ଯୋଗୁ ସେଠାରେ ନିର୍ବାଚନ ଘୁଞ୍ଚିଥିଲା। ଏହି ଆସନରେ ବିଜେଡି ତାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିଲା। ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ଜିତିଥିଲେ। ନିର୍ବାଚନର କିଛିଦିନ ପରେ ସିବିତ୍ରୀଙ୍କ ବିରୋଧରେ କେତେଜଣ ଦଳୀୟ କର୍ମୀ ନବୀନ ନିବାସରେ ଅଭିଯୋଗ କରିଥିବା ଚର୍ଚ୍ଚା ହୋଇଥିଲା। ରବିବାର ବୈଠକରେ ପ୍ରତାପ ଦେବ, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri