ପାଞ୍ଚୋଟି ଚେକ୍‌ ଡ୍ୟାମ୍‌ର ପୁନରୁଦ୍ଧାର ଦାବି

ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍‌ ଡ୍ୟାମ୍‌ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି, ଆବଶ୍ୟକ କଂକ୍ରିଟ କେନାଲ ନିର୍ମାଣ କରିବା, କାଶୀନାଥପୁର ଚ୍ୟାକ୍‌ ଡ୍ୟାମ୍‌ ଅର୍ଥାତ ପ୍ରାୟ ୧ ମିଟର ଉଚ୍ଚା କରିବା, କାଶୀନାଥପୁର ଡ଼ାବୁରିଆ ନାଳ ଏମଆଇପି ଓ ହରିଜନ ଆଗୁଳ ଏମଆଇପି, କେନ୍ଦୁବଗଡ ଚ୍ୟକ୍‌ ଡ୍ୟାମ ପୁନଃଉଦ୍ଧାର ପାଇଁ ଅଭିଯୋଗ ଆଣିଲେ ଋଷିକୂଲ୍ୟା ରୟତ ମହାସଭାର ସଭାପତି ସତ୍ୟବାନ ପ୍ରଧାନ। ଅଭିଯୋଗ ପ୍ରକାରେ ଡ଼ାବୁରିଆ ନାଳ ଓ କଇଁଫୁଲିଆ ନାଳ (ଖଜୁରିଆ) ଚିରସ୍ରୋତ ନାଳ ଅଟେ। ଖରାଦିନେ ମଧ୍ୟ ଯଥେଷ୍ଟ ଜଳ ପ୍ରଭାବିତ ହୁଏ। ଡ଼ାବୁରିଆ ନାଳର ଉଭୟ ପାଶର୍‌ବରେ ଥିବା ବାଲିଘାଇ, ସିଦ୍ଧିପୁର, କାଶୀନାଥପୁର, ପୋଲସରା ଓ ପାଟିଗଡ ଏହି ପାଞ୍ଚ ଗୋଟି ଗ୍ରାମର ବହୁ ଚାଷୀ ଏହି ନାଳ ଉପରେ ନିର୍ଭର କରନ୍ତି। ଉକ୍ତ ନାଳ ପାଣି ଦ୍ୱାରା ରବି ଓ ଖରିଫ ଫସଲ ହୋଇଥାଏ। ସରକାର ଉକ୍ତ ନାଳରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ୫ଟି ଚ୍ୟାକ୍‌ଡ୍ୟାମ ନିର୍ମାଣ କରାଇଛନ୍ତି। କିନ୍ତୁ ଚାଷୀମାନେ ନିଜ ଜମିରେ ଜଳସେଚନ କରିବା ପାଇଁ ଟୋପାଏ ପାଣି ମିଳିବା ତ ଦୂରର କଥା, ଡ଼ାବୁରିଆ ନାଳର ବନ୍ୟା ଜଳ ଦ୍ୱାରା ନାଳର ଉଭୟ ପାଶର୍‌ବରେ ଥିବା ଜମିଗୁଡ଼ିକ ଅତଡ଼ା ଖାଇ ଫାଳେଫାଳେ ହୋଇ ନାଳରେ ମିଶିଗଲାଣି। ବହୁବାର ଗଞ୍ଜାମ ଜିଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, କ୍ଷୁଦ୍ର ଜଳସେଚନ ବିଭାଗ, ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଦୀର୍ଘ ୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ଉକ୍ତ କାର୍ଯ୍ୟଗୁଡ଼ିକ ନିର୍ମାଣ ହୋଇପାରିଲା ନାହିଁ। ଶୀଘ୍ର ଡ଼ାବୁରିଆ ନାଳ ଓ ଶାଖା ଖଜୁରିଆ ନାଳ ଉଭୟ ନାଳର ହୁଡ଼ା ମାଟି ବ୍ୟାଙ୍କ୍‌ ନିର୍ମାଣ କରାଯାଇ ଭାଙ୍ଗିଯାଇଥିବା ନାଳର ହୁଡାକୁ ବନ୍ଧାଇ ଆବଶ୍ୟକ ଆଉଟ୍‌ ଲେଟ୍‌ ଗାର୍ଡ ୱାଲ୍‌ ନିର୍ମାଣ କଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ଅନ୍ୟପଟେ କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ (୨) କନିଷ୍ଠ ଯନ୍ତ୍ରୀ ସତୀଶ ଜେନା ଅନୁଧ୍ୟାନ କରି ପ୍ରପୋଜାଲ ୪ ମାସ ହେବ ଦେଇଛୁ। କିନ୍ତୁ ଫଣ୍ଡ କିଛି ଆସି ନାହିଁ। ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri