ପାକିସ୍ତାନରେ ଭାରତୀୟ ବୀରଙ୍କୁ ସମ୍ମାନ

ଆକାର ପଟେଲ
ଜିନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନର ଡନ୍‌ ଖବରକାଗଜରେ ଜୁନ୍‌ ୨୮ ତାରିଖ ଶୁକ୍ରବାର ଏହି ଖବର ପ୍ରକାଶ ପାଇଛି: ଏକ ବର୍ଣ୍ଣିଳ ଉତ୍ସବରେ ଗୁରୁବାର ସନ୍ଧ୍ୟାରେ ଲାହୋର ଦୁର୍ଗରେ ମୈ ଜିନ୍ଦାଙ୍କ ହବେଲିରେ ଶିଖ୍‌ ଶାସକ ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଶୀତଳ ବ୍ରୋଞ୍ଜରେ ନିର୍ମିତ ୯ ଫୁଟ୍‌ ଉଚ୍ଚର ଏହି ପ୍ରତିମୂର୍ତ୍ତିରେ ଶିଖ୍‌ ସମ୍ରାଟ୍‌ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ ହାତରେ ଖଣ୍ଡା ଧରି ଏକ ଘୋଡ଼ା ଉପରେ ଉପବେଶନ କରିଛନ୍ତି। ଫକିର ଖାନ୍ନା ମ୍ୟୁଜିୟମ ତତ୍ତ୍ୱାବଧାନରେ ସ୍ଥାନୀୟ ସ୍ଥପତିମାନେ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି ଏବଂ ଏହା ମହାରାଜା ରଣଜିତ୍‌ ସିଂଙ୍କ ୧୮୦ତମ ମୃତ୍ୟୁ ବାର୍ଷିକୀରେ ଉନ୍ମୋଚିତ ହୋଇଛି। ରଣଜିତ୍‌ ସିଂ ୧୮୩୯ ମସିହାରେ ପରଲୋକ ଗମନ କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ ଯୁବକମାନେ ଶିଖ୍‌ ସାମରିକ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
ଗତ ମାର୍ଚ୍ଚ ୨୪ ତାରିଖରେ ଆଉ ଏକ ଅସ୍ବାଭାବିକ ଖବର ପ୍ରକାଶ ପାଇଥିଲା: ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କର ଦଳେ ଅନୁଗାମୀ ପାକିସ୍ତାନର ଲାହୋର ନଗରୀ ଅନ୍ତର୍ଗତ ଶାଦମାନ ଚୌକଠାରେ ଉକ୍ତ ତିନିଜଣ ଶହୀଦଙ୍କ ୮୮ତମ ଶହୀଦ ଦିବସରେ ସେମାନଙ୍କ ପ୍ରତି ଶଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯେଉଁଠାରେ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ମହିଳା ଓ ପିଲାଙ୍କ ସମେତ ଲୋକମାନେ ହାତରେ ଦୀପ ଧରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଭଗତ ସିଂ ଜିନ୍ଦା ହୈ’, ‘ଶହୀଦ ଭଗତ ସିଂ ତେରୀ ଶୋଚତେ, ପହରା ଦେଙ୍ଗେ ଠୋକ୍‌କେ’ ଇତ୍ୟାଦି ସ୍ଲୋଗାନରେ ସ୍ଥାନଟି ମୁଖରିତ ହୋଇଉଠିଥିଲା। ଇମ୍‌ତିଆଜ୍‌ ରଶିଦ କ୍ୟୁରେଶୀଙ୍କ ଦ୍ୱାରା ପରିଚାଳିତ ଭଗତ ସିଂ ମେମୋରିଆଲ ଫାଉଣ୍ଡେଶନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଇମ୍‌ତିଆଜ୍‌ଙ୍କ ପକ୍ଷରୁ ଉକ୍ତ ସ୍ଥାନର ନାମ ଶାଦ୍‌ମାନ ଚୌକ ବଦଳରେ ଶହୀଦ ଭଗତ ସିଂ ଚୌକ ରଖିବାକୁ ଦାବି କରି ଲାହୋର ହାଇକୋର୍ଟରେ ଏକ ପିଟିଶନ ଦାଏର କରାଯାଇଛି।
ପ୍ରଶ୍ନ ହେଉଛି ଭାରତ ଦୃଢ଼ ମୁସଲମାନ-ବିରୋଧୀ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ପାକିସ୍ତାନ କାହିଁକି ଉକ୍ତ ଶହୀଦମାନଙ୍କର ସ୍ମୃତିଦିବସ ପାଳନ କରିବାକୁ ଉଚିତ ମନେକରୁଛି। ତା’ର କାରଣ ହେଉଛି ପାକିସ୍ତାନରେ ମଧ୍ୟ ଶକ୍ତିଶାଳୀ ପଞ୍ଜାବୀ ଜାତୀୟତାବାଦ ରହିଛି। ପାକିସ୍ତାନର ଅଧାଅଧି ଲୋକ ପଞ୍ଜାବୀ ଭାଷା କହନ୍ତି। ପାକିସ୍ତାନର ପାଞ୍ଚଟି ବଡ଼ ସହର ଲାହୋର, ରାଓ୍ବଲପିଣ୍ଡି, ଗୁଜରାନଓ୍ବାଲା ଓ ଫୈସଲାବାଦ ପଞ୍ଜାବରେ ଅବସ୍ଥିତ। ତା’ ସହ ପାକିସ୍ତାନୀ ସେନାର ୮୫ ପ୍ରତିଶତ ହେଉଛନ୍ତି ପଞ୍ଜାବୀ।
ଭାରତ ଇତିହାସରେ ରଣଜିତ୍‌ ସିଂଙ୍କ ଶିଖ୍‌ ସାମ୍ରାଜ୍ୟ ଥିଲା ପଞ୍ଜାବୀ ଅଧ୍ୟୁଷିତ ଉତ୍ତରଭାରତ ଏବଂ ସିଂ କହିଲେ ପଞ୍ଜାବୀ ବୀରଙ୍କୁ ବୁଝାଏ। ରଣଜିତ୍‌ ସିଂଙ୍କ ସେନା କାବୁଲ ପର୍ଯ୍ୟନ୍ତ ଜୟ କରିଥିଲେ ଏବଂ ସେ ଓ ଟିପୁ ସୁଲତାନ ଥିଲେ ଭାରତୀୟ ଉପମହାଦେଶରେ ଶେଷ ସ୍ବାଧୀନ ଶାସକ, ଯେତେବେଳେ କି ବ୍ରିଟିଶ୍‌ମାନେ ଭାରତର ଅବଶିଷ୍ଟ ଅଞ୍ଚଳକୁ ଦଖଲ କରିସାରିଥିଲେ। ସେ ଜଣେ ମହାନ୍‌ ଯୋଦ୍ଧା ଥିଲେ ଏବଂ ରଣଜିତ୍‌ ସିଂଙ୍କ ପରଲୋକ ପରେ ହିଁ ବ୍ରିଟିଶ୍‌ମାନେ ପଞ୍ଜାବ ଜୟ କରିବାକୁ ସମର୍ଥ ହୋଇପାରିଥିଲେ।
ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜମ୍ମୁର ଡୋଗ୍ରା ରାଜପୁତମାନେ କଶ୍ମୀରକୁ ଶାସନ କରିବାକୁ ସମର୍ଥ ହେବା ମୂଳରେ ଅଛି ସେମାନଙ୍କର ପଞ୍ଜାବ ପ୍ରତି ବିଶ୍ୱାସଘାତକତା। ସେମାନେ ବିଶ୍ୱାସଘାତକତା କରି ନ ଥିଲେ ଜମ୍ମୁ ଓ କଶ୍ମୀର ଦୁଇଟି ଅଲଗା ରାଜ୍ୟ ହୋଇ ରହିଥାନ୍ତା। ସେତେବେଳେ ଭାରତରେ ମାତ୍ର ୫ଟି ରାଜ୍ୟ ଥିଲା, ଯାହା ତା’ର ଶାସକମାନଙ୍କ ପାଇଁ ୨୧-ଗନ୍‌ ସାଲ୍ୟୁଟ୍‌ ପାଇବା ଲାଗି ଯଥେଷ୍ଟ ବଡ଼ ଥିଲା। ସେଗୁଡ଼ିକ ହେଉଛି: ମହୀଶୂର, ହାଇଦ୍ରାବାଦ, ବରୋଦା, ଗ୍ବାଲିୟର ଏବଂ ଜମ୍ମୁ ଓ କଶ୍ମୀର। ଅଧିକାଂଶ ଭାରତୀୟ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ଅଷ୍ଟାଦଶ ଶତାବ୍ଦୀ ଭାରତର ଇତିହାସ ଜାଣନ୍ତି ନାହିଁ, ଯେତେବେଳେ ଭାରତର ହିନ୍ଦୁ ରାଜାମାନେ କେବଳ ପରସ୍ପରକୁ ଆକ୍ରମଣ କରିବାରେ ବ୍ୟସ୍ତ ଥିଲେ। ମରାଠାମାନେ ରାଜପୁତମାନଙ୍କୁ ଧମକାଇ ଏତେ ଧନ ଲୁଟୁଥିଲେ ଯେ ଜୟପୁରର ପ୍ରତିଷ୍ଠାତା ସଓ୍ବାଇ ଜୟସିଂଙ୍କ ପୁତ୍ର ମହାରାଜା ଈଶ୍ୱରୀ ସିଂ ୧୭୫୦ ମସିହାରେ ଆତ୍ମହତ୍ୟା କରିଦେଲେ। ଏଥିରେ ପ୍ରତିହିଂସାପରାୟଣ ହୋଇ ରାଜପୁତମାନେ ବିଜେତାଭାବେ ଜୟପୁର ନଗରୀରେ ପ୍ରବେଶ କରିଥିବା ୪୦୦୦ ମରାଠା ସୈନିକଙ୍କୁ ୯ ଘଣ୍ଟାରେ ହତ୍ୟା କଲେ। ଆମ ଇତିହାସ ବହିରେ ଏସବୁ ପଢ଼ାଯାଉ ନାହିଁ। ଏହା ଜାଣିଲେ ଅଧିକାଂଶ ଭାରତୀୟ ବିଚଳିତ ହୋଇପଡ଼ିବେ କାରଣ ଆମର ବିଚାରବୋଧକୁ ଧାର୍ମିକ ଜାତୀୟତାବାଦରେ ରଙ୍ଗେଇ ଦିଆଯାଇଛି। ପାକିସ୍ତାନରେ ଉକ୍ତ ବ୍ୟକ୍ତିମାନଙ୍କର ମୂର୍ତ୍ତି ପ୍ରତିଷ୍ଠା କରିବାରେ କୌଣସି ସମସ୍ୟା ନାହିଁ, ଭାରତରେ ଜିନ୍ନା ବା ସେଭଳି ବିବାଦୀୟ ବ୍ୟକ୍ତିମାନଙ୍କର ମୂର୍ତ୍ତି ପ୍ରତିଷ୍ଠା କରିବାରେ ଯେପରି ସମସ୍ୟା ଅଛି।
ଆମ ବୀରମାନଙ୍କୁ ପାକିସ୍ତାନରେ ସମ୍ମାନ ଦିଆଯିବ ସେ କଥା ଆମେ ଆଶା କରିପାରିବା ନାହିଁ। ସେଥିପାଇଁ ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆମେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିନ୍ତୁ ବାସ୍ତବରେ ଭାରତୀୟମାନେ ମୁଖ୍ୟତଃ ପାକିସ୍ତାନ ବିଷୟରେ ଅନଭିଜ୍ଞ ଏବଂ ଆମେ ବିକ୍ଷିପ୍ତ ଗଣମାଧ୍ୟମରୁ ଯେତିକି ଜାଣୁ ଆମର ଜ୍ଞାନ ସେତିକିରେ ସୀମିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri