ବ୍ରହ୍ମପୁର ଅଫିସ,୧୭ା୧୦-ପଶ୍ଚିମବଙ୍ଗରେ ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ଗତ କିଛିବର୍ଷ ହେଲା ଏହି ଧାରା ଜାରି ରହିଛି । ସେଠାରେ ହିନ୍ଦୁମାନେ ନିଜକୁ ଅସୁରକ୍ଷିତ ମଣିଲେନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ରୋକିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ରାଜନୈତିକ ସ୍ବାର୍ଥ ପାଇଁ ହିନ୍ଦୁଙ୍କୁ ମାରିବାକୁ ଛାଡ଼ିଦେଉଛନ୍ତି । ଏଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବା ଆବଶ୍ୟକ ବୋଲି ବଜରଙ୍ଗ ଦଳ ଗଞ୍ଜାମ ଜିଲା ଶାଖା ପକ୍ଷରୁ କୁହାଯାଇଛି। ବୁଧବାର ଏନେଇ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ଙ୍କୁ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ଗତ ୧୦ତାରିଖରେ ମୁର୍ଶିଦାବାଦ୍ରେ ବନ୍ଧୁ ପ୍ରକାଶ ପାଲ୍, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ ବର୍ଷର ପୁଅକୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ସମଗ୍ର ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ହିନ୍ଦୁମାନଙ୍କ ହତ୍ୟା ପାଇଁ ବଙ୍ଗଲାଦେଶୀ ମୁସଲମାନ୍ ଅନୁପ୍ରେଶକାରୀ ଦାୟୀ। ସେମାନଙ୍କ ଭୋଟ୍ ପାଇଁ ମମତା ସରକାର ରାଜ୍ୟରୁ ତଡ଼ିବା ପାଇଁ ପଦକ୍ଷେପ ନେଉନାହାନ୍ତି। ହତ୍ୟାକାରୀଙ୍କୁ ସ୍ଥାନୀୟ ସରକାର ଖୋଲାଖୋଲି ସମର୍ଥନ କରୁଛି। ଏଣୁ ପଶ୍ଚିମବଙ୍ଗରେ ମମତା ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବା, ବନ୍ଧୁ ପ୍ରକାଶ ପାଲ୍ଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦୋଷୀଙ୍କୁ ତୁରନ୍ତ ଫାଶି ଦଣ୍ଡଦେବା, ରାଜ୍ୟରେ ଏନ୍ଆର୍ସି ଲାଗୁ କରି ବାଂଲାଦେଶୀ ଅନୁପ୍ରେବେଶକାରୀଙ୍କୁ ବାହାର କରିବା, ବାଂଲାଦେଶର ହିନ୍ଦୁମାନଙ୍କୁ ସଂରକ୍ଷଣ ଓ ସୁରକ୍ଷା ପ୍ରଦାନ ସହ ରାଷ୍ଟ୍ରବିରୋଧୀଙ୍କୁ ଚିହ୍ନଟକରି ଆଇନ୍ଗତ ଦୃଢ଼ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥିସହ ମମତା ବନାର୍ଜୀଙ୍କୁ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନ ଜିଲା ସଂଯୋଜକ ନୀଳାଞ୍ଚଳ ବିଷୋୟୀ, ବିଭାଗ ସଂଯୋଜକ ଗୌତମ ମହାରଣା, ନଗର ସଂଯୋଜକ ରାହୁଲ୍ ପାତ୍ର, ଦୀପକ ମହାପାତ୍ର, ଅରୁଣ ପ୍ରସାଦ ପାଢୀ, ହରପ୍ରସାଦ ସ୍ବାଇଁ, ନୀଳକଣ୍ଠପ୍ରସାଦ ଗୌଡ଼ ଓ ଧର୍ମେନ୍ଦ୍ର ଦାସ, ଭରତ ଜେନାଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ ।
ବିଏମ୍-୧୬-୧୯-ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ ଅଭିଯୋଗ; ରାଷ୍ଟ୍ରପତି ଶାସନ ଦାବି କଲା ବଜରଙ୍ଗ ଦଳ
Posted inଆମ ଜିଲା ଖବର, ଗଞ୍ଜାମ View All
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ
ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…
କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ
ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…
ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ
ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…
ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…
ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…
Archives

