ପଶ୍ଚିମବଙ୍ଗରେ ଜଳବନ୍ଦୀ ଗଞ୍ଜାମର ୫୦ ପରିବାର, ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ପଶ୍ଚିମବଙ୍ଗର ହାୱଡା ଜିଲା ଘୁଷରି ଅଞ୍ଚଳ ନସ୍କପତା ବସ୍ତିରେ ଗଞ୍ଜାମ ଜିଲାର ୫୦ ପରିବାର ଝୁମ୍ପୁଡି ମଧ୍ୟରେ ରହି ଆସୁଥିଲେ। ସେମାନେ ବୁଗୁଡା, ପୋଲସରା, ନିମପଦର, ଆସିକା, ସୋରଡା ଆଦି ଅଞ୍ଚଳର। କାମ କରୁଥିବା ଝୋଟ ମିଲ୍‌ ବନ୍ଦ ହୋଇଯିବାରୁ ଚଳିବା କଷ୍ଟକର ହୋଇପଡିଥିଲା। ଏବେ ବାତ୍ୟା ଅମ୍ଫନ ପ୍ରଭାବରେ ଘରେ ବନ୍ୟା ପାଣି ପଶି ଯାଇଛି। ଫଳରେ ଉକ୍ତ ୫୦ ପରିବାର ଏକପ୍ରକାର ଜଳବନ୍ଦୀ ମଧ୍ୟରେ ରହିଛନ୍ତି। ନିକଟସ୍ଥ ସ୍କୁଲ ଓ କେତେକ ଘରର ଛାତ ଉପରେ ସପରିବାର ଦିନ କାଟୁଥିବା ମିନତି ସାହୁ ଓ ଭାଗୀରଥି ସାହୁ ପ୍ରମୁଖ ସୂଚନା ଦେଇଛନ୍ତି। ଭିଟାମାଟିକୁ ଫେରାଇଆଣିବା ବ୍ୟବସ୍ଥା କରିବାକୁ ସେମାନେ ଓଡ଼ିଡା ସରକାର ଓ ଗଞ୍ଜାମ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ସେଠାରେ ଖାଇବା ପିଇବା ମିଳୁ ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri