ପଶ୍ଚିମବଙ୍ଗରେ ଅମ୍ଫନ କମ୍ପନ

କୋଲକାତା,୨୧ା୫: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗର ଦୀଘାଠାରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅମ୍ଫନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୬୦ରୁ୧୭୦ କି.ମି. ବେଗରେ ପବନ ବହିବା ସହ ମଝିରେ ମଝିରେ ପବନର ବେଗ ୧୯୦ କିଲୋମିଟରରେ ପହଞ୍ଚତ୍ଥିଲା। ସମୁଦ୍ରରେ ୩ରୁ ୫ ମିଟର ଉଚ୍ଚର ଜୁଆର ଉଠିଥିଲା। ବାତ୍ୟାରେ ୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ଧରି ବାତ୍ୟା ଅମ୍ଫନ ତାଣ୍ଡବ ରଚିଥିଲା। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗଛ ଉପୁଡ଼ିପଡିବା ସହ ପବନ ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ମୋଡ଼ି ଦେଇଛି। ବର୍ଷାଜଳ ଓ ଜୁଆର ଯୋଗୁ ସହରର ଖାଲୁଆ ଅଞ୍ଚଳ ଓ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଅମ୍ଫାନ ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଉପୁଡ଼ିପଡ଼ିବାରୁ ବିଦ୍ୟୁତ ସରବରାହ ବନ୍ଦ ହେବା ସହ ଅନେକ ଅଞ୍ଚଳରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୋଲକାତାର କେତେକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ବତ୍ୟା ନଦିଆ ଓ ମୁର୍ଶିଦାବାଦ ଜିଲା ଅତିକ୍ରମ କରି ବାଂଲାଦେଶରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି।
ସାମୁଦ୍ରିକ ବାତ୍ୟା ଅମ୍ଫନ ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରୁ ପାଖାପାଖି ୩.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍‌ଡିଆର୍‌ଏଫ୍‌) ମୁଖ୍ୟ ଏସ୍‌.ଏନ୍‌. ପ୍ରଧାନ ଏହି ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ସମୁଦ୍ରରେ ୪ରୁ ୬ ମିଟର ଉଚ୍ଚର ଜୁଆର ଉଠିବାକୁ ଥିବାରୁ ଏହାର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନ୍‌ଡିଆର୍‌ଏଫ୍‌ର ମୋଟ ୪୧ଟି ଟିମ୍‌କୁ ମୁତୟନ କରାଯାଇଛି। ପଶ୍ଚିମବଙ୍ଗର ୬ଟି ଜିଲାରେ ୧୯ଟି ଟିମ୍‌କୁ ମୁତୟନ କରାଯାଇଥିବାବେଳେ ୨ଟିକୁ ରିଜର୍ଭ ରଖାଯାଇଛି।

ବାଂଲାଦେଶରେ ୨୦ ଲକ୍ଷ ସ୍ଥାନାନ୍ତର
ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ଣରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି। ବାତ୍ୟାର ମୁକାବିଲା ଲାଗି ବାଂଲାଦେଶ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଏଥିପାଇଁ ୧୩,୨୪୧ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି। ବାତ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟରେ ସେନାର ତିନି ବାହିନୀକୁ ମୁତୟନ କରାଯାଇଛି। ଅମ୍ଫନ ଅତି ଭୀଷଣ ବାତ୍ୟା ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି କରିବା ଆଶଙ୍କା କରାଯାଉଛି। ୨୦୦୭ରେ ବାଂଲାଦେଶରେ ‘ସିଡର’ ବାତ୍ୟାରେ ୩୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ବାତ୍ୟା ପ୍ରଭାବରୁ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କରାଯାଇଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ନୌସେନା ୨୫ଟି ଜାହାଜକୁ ମୁତୟନ କରିଛି। ଦୁଇଟି ପାଟ୍ରୋଲ ବିମାନ ଓ ଦୁଇ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ଥଳସେନା ପକ୍ଷରୁ ୧୮,୪୦୦ ରିଲିଫ ପ୍ୟାକେଟ ପ୍ରସ୍ତୁତ କରାଯିବା ସହ ୭୧ଟି ମେଡିକାଲ ଟିମ୍‌ ଗଠନ କରାଯାଇଛି। ୧୪୫ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ବାୟୁସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ ହେବା ସହ କ୍ଷୟକ୍ଷତିର ଆକଳନ କରିବ। ଏଥିପାଇଁ ଏହାର ୬ଟି ପରିବହନ ବିମାନ ଓ ୨୨ଟି ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ୧୦ଟି ଉପକୂଳବର୍ତ୍ତୀ ଜିଲାକୁ ବିପଦ ସଙ୍କେତ ୧୦ରେ ରଖାଯାଇଛି। ଅମ୍ଫନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିବାରୁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri