Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ; କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ବିହାରର ମୁଙ୍ଗେର ଜିଲାରେ ଅବସ୍ଥିତ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ମୁଖ୍ୟତଃ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ତଥା ବିରଳ ଜୀବଜନ୍ତୁଙ୍କ ପାଇଁ ପ୍ରସିଦ୍ଧି ଲାଭ କରିପାରିଛି। ପ୍ରାୟ ୬୮୧.୯୯ ବର୍ଗ କିମି ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢିଉଠିଥିବା ଏହି ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ ଦର୍ଶନୀୟ ସ୍ଥାନ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟିବାରେ ଲାଗିଛି।


ନାମକରଣକୁ ନେଇ ଲୋକକଥା
ଉକ୍ତ ଅଭୟାରଣ୍ୟଟିର ନାମକରଣକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି କୁହନ୍ତି, ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଜଣେ ଭାଇ ଭୀମ କୁଆଡ଼େ ଏହି ସ୍ଥାନରେ ଏକ ବନ୍ଧ ନିର୍ମାଣ କରିଥିଲେ। ଆଉ ସେଥିପାଇଁ ଏହି ଅଭୟାରଣ୍ୟଟିର ନାମ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ରଖାଯାଇଛି।


କେବେ ଯିବେ
ମୁଙ୍ଗେର ଜିଲାରେ ବର୍ଷକ ବାରମାସ ବେଶ୍‌ ଭଲ ପାଣିପାଗ ରହିଥାଏ। ଏଠାରେ ମୁଖ୍ୟତଃ ୩ଟି ଋତୁ ଅନୁଭବ ହୋଇଥାଏ, ଯଥା: ଖରା, ବର୍ଷା ଓ ଶୀତ। ମାର୍ଚ୍ଚରୁ ମେ’ ଏଠାରେ ଗ୍ରୀଷ୍ମଋତୁ, ଜୁନ୍‌ରୁ ସେପ୍ଟେମ୍ବର ବର୍ଷା ଓ ଅକ୍ଟୋବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୁଏ। ତେବେ ଖରାଦିନେ ନା ଏଠି ବେଶି ଗରମ ହୁଏ ନା ଶୀତଦିନେ ବେଶି ଶୀତ। ସେହିପରି ବର୍ଷା ବି ଏଠାରେ ସାଧାରଣ ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ସେତେେବେଳେ ଏଠାକୁ ବୁଲିବାକୁ ଆସିପାରିବେ।


କେମିତି ଯିବେ
ଏହି ଅଭୟାରଣ୍ୟଟି ମୁଙ୍ଗେର୍‌ ସହରଠାରୁ ପ୍ରାୟ ୫୬ କିମି ଦୂରରେ ଅବସ୍ଥିତ। ତା’ଛଡ଼ା ଭାଗଲପୁର ଜଙ୍କଶନ୍‌ ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେହିପରି ପାଟନା ଏୟାର୍‌ପୋର୍ଟ ହେଉଛି ଏହି ଅଭୟାରଣ୍ୟ ନିକଟବର୍ତ୍ତୀ ବିମାନବନ୍ଦର, ଯାହା ପ୍ରାୟ ୨୦୦ କିମି ଦୂରରେ ଅବସ୍ଥିତ।


କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌କରି ବାଘଙ୍କ ସଂଖା ଏଠାରେ ଟିକେ ଅଧିକ ଦେଖିବାକୁ ମିଳିଥାଏ। ତା’ଛଡ଼ା ଚିତାବାଘ, ଭାଲୁ, ଠେକୁଆ, ମାଙ୍କଡ଼, ବୋବାଉଥିବା ହରିଣ, ନୀଳଗାଈ, ହେଟାବାଘ, ଜଙ୍ଗଲୀ ବିଲେଇ, ଚିତ୍ରା ବିଲେଇ, ନେଉଳ, ବିଲୁଆ, କୋକିଶିଆଳି, ମୁଣ୍ଡରେ ଗାର ଗାର ଚିହ୍ନ ଥିବା ଓଧ ଜାତୀୟ ଏକ ପ୍ରକାର ରାତ୍ରିଚର ପ୍ରାଣୀ, ଉଡ଼ନ୍ତା ଗୁଣ୍ଡୁଚିମୂଷା ଇତ୍ୟାଦି ବି ଏଠାରେ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମଧ୍ୟ ଏଠାରେ ରହିଛି। ଖାସ୍‌କରି ମୟୂର, ଧୂସର ରଙ୍ଗର ଏକପ୍ରକାର ଶିକାରୀ ପକ୍ଷୀ, ହରଡ଼ ଚଢ଼େଇ ପରି ଖାଇବା ଯୋଗ୍ୟ କ୍ଷୁଦ୍ର ପକ୍ଷୀ, ଗେଣ୍ଡାଳିଆ ଜାତୀୟ ପକ୍ଷୀ, ଚାତକ ପକ୍ଷୀ, କର୍କଶ ରାବ କରୁଥିବା ରାତ୍ରିକାଳୀନ ପକ୍ଷୀ, ମାଛରଙ୍କା, ବୁଲ୍‌ବୁଲ୍‌, ବଣି, ପାରା, କାଠହଣା, ରଙ୍ଗିନ ପର ଥିବା କୁଆ ଜାତୀୟ ପକ୍ଷୀ, ଛଞ୍ଚାଣ, ଚିଲ, ଶାଗୁଣା ଇତ୍ୟାଦି ପକ୍ଷୀଙ୍କୁ ପ୍ରାୟତଃ ପର୍ଯ୍ୟଟକ ଏଠାରେ ଦେଖିଥାନ୍ତି। ଆଉ ଶୀତଦିନ ହେଲେ ଅନେକ ଭ୍ରମଣକାରୀ ପକ୍ଷୀଙ୍କର ବି ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ସୁଅ ଏଠାକୁ ଛୁଟିଥାଏ। ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ଏକ ଜଳାଶୟରେ କୁମ୍ଭୀର ସହିତ ବିଭିନ୍ନ ପ୍ରକାର ସାପ ବି ଦେଖିବାର ସୁଯୋଗ ମିଳିଥାଏ। ତା’ଛଡ଼ା ଅଭୟାରଣ୍ୟ ଭିତରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି, ଯେଉଁଠାରେ ବହୁ ଔଷଧୀୟ ବୃକ୍ଷ ଥିବା ଦେଖାଯାଏ, ଯାହାକୁ ଦେଖିବାକୁ ଓ ପରୀକ୍ଷା ନିରୀକ୍ଷା କରିବାକୁ ଅଧିକାଂଶ ସମୟରେ ବହୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସିଥାନ୍ତି।


ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯଥା: ରିଷିକୁଣ୍ଡ, ସୀତାକୁଣ୍ଡ, ହାହା ପଞ୍ଚକୁମାରୀ, ରାମେଶ୍ୱର କୁଣ୍ଡ, ଖଡଗପୁର ହ୍ରଦ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri