Posted inଫୁରସତ

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ଶାନ୍ତବାତାବରଣ ଭିତରେ କିଛି ସମୟ କଟାଇବା ପାଇଁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମେ ଏଠାରେ…


ଜମ୍ମୁ ଓ କଶ୍ମୀରର ଲେହ ଜିଲା ଅନ୍ତର୍ଗତ ଏକ ଛୋଟ ଗାଁ ହେଉଛି ଅଲ୍‌ଛି। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା। ତା’ସାଙ୍ଗକୁ ଏଠାରେ ରହିଛି ପ୍ରସିଦ୍ଧ ଅଲ୍‌ଛି ମଠ, ଯାହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦର୍ଶନୀୟସ୍ଥାନ।

କେବେ ଯିବେ
କୁହାଯାଏ ଅଲ୍‌ଛିରେ କୁଆଡେ ଖୁବ୍‌ ଥଣ୍ଡା ହୋଇଥାଏ। ହେଲେ ଖରାଦିନେ ସାଧାରଣ ଗରମ ହୁଏ। ସେହିପରି ବର୍ଷା ବି ଏଠାରେ ମଧ୍ୟମ ଧରଣର ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁଯାୟୀ ଯେତେବେଳେ ଚାହିଁବେ ସେତେବେଳେ ଏଠାକୁ ବୁଲିବାକୁ ଯାଇପାରିବେ। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅଲ୍‌ଛିକୁ ବୁଲିଯିବା ପାଇଁ ମେ’ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ।

କେମିତି ଯିବେ
ଲେହଠାରୁ ପ୍ରାୟ ୭୦ କି.ମି. ଦୂରରେ ଅଲ୍‌ଛି ଅବସ୍ଥିତ। ଲେହସ୍ଥିତ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଦେଶର ବହୁ ପ୍ରମୁଖ ସହର ଯେମିତିକି ପୁଣେ, ଦିଲ୍ଲୀ, ଶ୍ରୀନଗର ସହିତ ସଂଯୋଗ କରିଥାଏ। ସେହିପରି ପଠାନକୋଟ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ଏବଂ ଚଣ୍ଡିଗଡ଼ ଷ୍ଟେଶନ ହେଉଛି ଏହାର ଦୁଇ ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବହୁ ପ୍ରମୁଖ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ଯା’ଆସ କରିଥାଏ।

କ’ଣ ଦେଖିବେ
ଅଲ୍‌ଛି ଗୋଟିଏ ଛୋଟ ଗାଁ ହୋଇଥିଲେ ବି ଏଠାରେ ଦେଖିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀମାନ ରହିଛି। ଖାସ୍‌ କରି ଏଠାରେ ଥିବା ଅଲ୍‌ଛି ମଠ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ହେଉଛି ଏକ ପୁରୁଣା ବୌଦ୍ଧମଠ। ଉକ୍ତ ମଠର ବାସ୍ତୁକଳା ବେଶ୍‌ ଆକର୍ଷଣୀୟ। ତା’ଛଡ଼ା ଏହି ମଠର କାନ୍ଥଗୁଡ଼ିକରେ ଗୌତମ ବୁଦ୍ଧଙ୍କର ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଏହି ଗାଁ ଭିତରେ ଅନେକ ଛୋଟ ଛୋଟ ମନ୍ଦିର ବି ରହିଛି। ଅନ୍ୟପକ୍ଷେ ସିନ୍ଧୁ ନଦୀର ଆକର୍ଷଣୀୟ ଦୃଶ୍ୟ ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ତା’ଛଡ଼ା ଅଲ୍‌ଛିର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଛୋଟ ଛୋଟ ମଠ ଏବଂ ଶାନ୍ତିସ୍ତୂପ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ।

ଫଟୋଗ୍ରାଫିର ମଜା ନେବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅଲ୍‌ଛିରେ ଫଟୋଗ୍ରାଫି ପାଇଁ ଭଲ ସ୍ଥାନମାନ ମଧ୍ୟ ରହିଛି। ଖାସ୍‌ କରି ସିନ୍ଧୁ ନଦୀର ତଟଦେଶ ତଥା ଅଲ୍‌ଛି ମଠ ନିକଟରେ ଫଟୋ ଉଠାଇବା ପାଇଁ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri