Posted inଫୁରସତ

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍‌ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ। ମରାଠୀ ଭାଷାରେ ଏହା ‘ଖଣ୍ଡୋବାଚୀ ଜେଜୁରୀ’ ନାମରେ ମଧ୍ୟ ପ୍ରସିଦ୍ଧିଲାଭ କରିପାରିଛି। ଉକ୍ତ ମନ୍ଦିରର ପ୍ରମୁଖ ଦେବତା ହେଉଛନ୍ତି ଖଣ୍ଡୋବା, ଯିଏକି ମାର୍ତ୍ତଣ୍ଡ ଭୈରବ, ମହ୍ଲାର ନାମରେ ବି ପରିଚିତ। କେହି କେହି ଭଗବାନ ଖଣ୍ଡୋବାଙ୍କୁ ପ୍ରଭୁ ଶିବଙ୍କର ଅନ୍ୟ ଏକ ରୂପ କହୁଥିବା ବେଳେ ଆଉ କେହି କେହି ପ୍ରଭୁ ଶିବ, ଭୈରବ (ଶିବଙ୍କର କ୍ରୂର ରୂପ), ସୂର୍ଯ୍ୟ ଏବଂ କାର୍ତ୍ତିକ ଏହି ଚାରି ଦେବତାଙ୍କର ଏକତ୍ରିତ ସ୍ବରୂପ ବୋଲି ବିଶ୍ୱାସ କରିଥାନ୍ତି। ତେବେ ଭଗବାନ ଖଣ୍ଡୋବା ପ୍ରତ୍ୟକ୍ଷ ଦେବତା ଭାବେ ଖ୍ୟାତ ହୋଇଥିବାରୁ, ବର୍ଷସାରା ଏଠାରେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ।

ମନ୍ଦିର ସହ ଜଡିତ ପୌରାଣିକ କଥା:

ମହ୍ଲାରୀ ମାହାତ୍ମ୍ୟ ତଥା ମହାରାଷ୍ଟ୍ର ଏବଂ କର୍ନାଟକର ଲୋକଗୀତ ଓ ସାହିତି୍ୟକ କୃତିରେ ଖଣ୍ଡୋବା ସମ୍ପର୍କରେ ଅନେକ କିଛି ଉଲ୍ଲେଖ ହୋଇଥିବା ଦେଖିବାକୁ ମିଳିଥାଏ। ତେବେ ବ୍ରହ୍ମାଣ୍ଡ ପୁରାଣ ଅନୁସାରେ, ମଲ୍ଲା ଏବଂ ମଣି ନାମକ ଦୁଇ ରାକ୍ଷସ ଭାଇ ବ୍ରହ୍ମାଙ୍କ ନିକଟରୁ ବରଦାନ ପ୍ରାପ୍ତ ହୋଇଥିଲେ। ବର ପାଇ ସେମାନେ ନିଜକୁ ଅମର ମନେକରି ପୃଥିବୀବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏସବୁ ଦେଖି ଭଗବାନ ଶିବ ଖଣ୍ଡୋବା(ମାର୍ତ୍ତଣ୍ଡ ଭୈରବ)ଙ୍କ ରୂପ ଧାରଣ କରି ସେହି ରାକ୍ଷସ ଦୁଇଭାଇଙ୍କୁ ଦମନ କରିବାକୁ ଉଭା ହୋଇଥିଲେ। ସେହି ସମୟରେ ପ୍ରଭୁ ଖଣ୍ଡୋବା ବା ମାର୍ତ୍ତଣ୍ଡ ଭୈରବ ଚମକୁଥିବା ସୂର୍ଯ୍ୟ ପରି ଦେଖାଯାଉଥିଲେ। କାରଣ ତାଙ୍କ ଶରୀର ସାରା ହଳଦୀ ଲାଗିଥିଲା, ଯାହାକୁ ହରିଦ୍ରା ବୋଲି ବି କୁହାଯାଇଥାଏ। ତେବେ ଯେତେବେଳେ ଭଗବାନ ଖଣ୍ଡୋବା ରାକ୍ଷସ ଦୁଇଭାଇଙ୍କୁ ଦମନ କରିବା ପାଇଁ ଗଲେ, ସେତେବେଳେ ମଣି ପଶ୍ଚାତାପ କରି ଭଗବାନଙ୍କୁ ତା’ର ଧଳାଘୋଡାଟି ପ୍ରଦାନ କଲା ଏବଂ ମାନବ ଜାତିର ମଙ୍ଗଳକାମନା କରି ଖଣ୍ଡୋବାଙ୍କ ମନ୍ଦିରରେ ତାକୁ ଟିକେ ସ୍ଥାନ ଦେବା ପାଇଁ ବରଦାନ ବି ମାଗିଲା। ମଣିର ଉତ୍ତମ ଚିନ୍ତାଧାରାକୁ ଦେଖି ଶେଷରେ ଭଗବନା ଖଣ୍ଡୋବା ଖୁସି ହୋଇ ତାକୁ ତା’ ଇଚ୍ଛା ମୁତାବକ ବରଦାନ ଦେଇଥିଲେ। ଅନ୍ୟପକ୍ଷରେ ମଲ୍ଲା ମାନବ ଜାତିର ବିନାଶ ପାଇଁ ବରଦାନ ମାଗିବାରୁ ଭଗବାନ ଖଣ୍ଡୋବା ତା’ର ମୁଣ୍ଡକୁ କାଟି ମନ୍ଦିରର ଶିଡ଼ି ଉପରେ ଫୋପାଡି ଦେଲେ। ଯଦ୍ଦ୍ବାରା ଭକ୍ତଗଣ ଶିଡ଼ି ଚଢି ମନ୍ଦିରକୁ ପ୍ରବେଶ କଲାବେଳେ ସେହି ମୁଣ୍ଡ ଉପରେ ପାଦ ପକାଇ ଆସିବେ। ଖାସ୍‌ ଏହି କାରଣ ଯୋଗୁ ଖଣ୍ଡୋବା ମନ୍ଦିରର ଏକ ପାର୍ଶ୍ୱରେ ମଣିଙ୍କର ପ୍ରତିମାକୁ ରଖାଯାଇଥିବା ଦେଖିବାକୁ ମିଳିଥାଏ।

ମନ୍ଦିରର ବାସ୍ତୁକଳା
ଜେଜୁରୀସ୍ଥିତ ଏହି ମନ୍ଦିରଟି ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ। ମନ୍ଦିର ନିକଟକୁ ଯିବାକୁ ହେଲେ ଭକ୍ତଙ୍କୁ ପ୍ରାୟ ୨୦୦ ପାହାଚ ଚଢିବାକୁ ହୋଇଥାଏ। ତେବେ ଏହି ପାହାଡ଼ ଉପରକୁ ଚଢିଲା ପରେ ସମ୍ପୂର୍ଣ୍ଣ ଜେଜୁରୀର ମନୋହର ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ସେହିପରି ଖଣ୍ଡୋବା ମନ୍ଦିରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗକୁ ମଣ୍ଡପ କୁହାଯାଇଥାଏ, ଯେଉଁଠାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ପୂଜା, ଭଜନ ଇତ୍ୟାଦିରେ ଭାଗ ନେଇଥାନ୍ତି। ସେହିପରି ମନ୍ଦିରର ଦ୍ୱିତୀୟ ଭାଗଟି ହେଉଛି ଗର୍ଭଗୃହ, ଯେଉଁଠାରେ ଭଗବାନ ଖଣ୍ଡୋବାଙ୍କର ପ୍ରତିମା ଶୋଭା ପାଇଥାଏ। ପ୍ରଭୁ ଶିବ, ଭୈରବ (ଶିବଙ୍କର କ୍ରୂର ରୂପ) ସୂର୍ଯ୍ୟ ଏବଂ କାର୍ତ୍ତିକ ଏହି ଚାରି ଦେବତାଙ୍କର ଏକତ୍ରିତ ସ୍ବରୂପ ଭଗବାନ ଖଣ୍ଡୋବା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଖଣ୍ଡୋବାଙ୍କର ବ୍ରତକୁ ରବିବାର ବା ସୂର୍ଯ୍ୟଙ୍କ ବାରରେ କରିବାର ପ୍ରଥା ଏଠାରେ ପ୍ରଚଳିତ ହୋଇଥାଏ। ତେବେ ଖଣ୍ଡୋବା ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି, ମନ୍ଦିରର ପ୍ରତି କୋଣ ଅନୁକୋଣରେ ପଡିଥିବା ହଳଦୀ। ମନ୍ଦିରର ଯୁଆଡେ ଚାହିଁବେ, ସିୟାଡେ ହଳଦୀ ବିଞ୍ଚା ହୋଇଥିବା ଦେଖିବାକୁ ପାଇବେ। କୁହାଯାଏ, ହଳଦୀ ବିଞ୍ଚତ୍ବା ଦ୍ୱାରା ଭଗବାନ ଖଣ୍ଡୋବା ପ୍ରସନ୍ନ ହୋଇଥାନ୍ତି। ସେହିପରି ମନ୍ଦିରରେ ଅନେକ ମହତ୍ତ୍ୱପୂର୍ଣ୍ଣ ହତିଆର ଏବଂ ଗୋଟିଏ ବିରାଟ ବଡ଼ ପିତ୍ତଳ କଇଁଛ ଥିବାର ବି ଦେଖିବାକୁ ମିଳିଥାଏ।

ମନ୍ଦିରର ପୂଜାବିଧି
ଭଗବାନ ଖଣ୍ଡୋବା ଯେହେତୁ ଜଣେ କ୍ରୋଧୀ ଦେବତା, ସେଥିପାଇଁ ତାଙ୍କର ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ହଳଦୀ, ଫୁଲ ହେଉଛି ଏହି ଦେବତାଙ୍କର ଖୁବ୍‌ ପ୍ରିୟ। ପ୍ରତ୍ୟକ୍ଷ ଦେବତା ହୋଇଥିବାରୁ ଭକ୍ତଗଣ ଏଠାରେ ମନୋସ୍କାମନା ବି କରିଥାନ୍ତି। ଖାସ୍‌କରି ବିବାହ ବିଳମ୍ବ ହେଉଥିଲେ କିମ୍ବା ପିଲା ଜନ୍ମ ହେବାରେ ସମସ୍ୟା ଦେଖାଯାଉଥିଲେ, ଏଠାରେ ମାନସିକ ରଖି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ସେହିପରି ରାକ୍ଷସ ମଲ୍ଲା ଏବଂ ମଣିଙ୍କ ଉପରେ ଭଗବାନ ଖଣ୍ଡୋବାଙ୍କର ବିଜୟ ଦିବସକୁ ପାଳନ କରିବା ପାଇଁ ଏଠାରେ ପ୍ରତିବର୍ଷ ଏକ ଛଅ ଦିବସୀୟ ମେଳା ଲାଗିଥାଏ, ଯାହାକୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ।

କେମିତି ଯିବେ
ପୁଣେଠାରୁ ପ୍ରାୟ ୪୮ କି.ମି ଦୂରରେ ଥିବା ଜେଜୁରୀସ୍ଥିତ ଏହି ମନ୍ଦିରକୁ ଯିବା ପାଇଁ ଉଭୟ ରେଳପଥ ଓ ସଡ଼କପଥର ଭଲ ବ୍ୟବସ୍ଥା ରହିଛି।
-ସ୍ନିଗ୍ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri