ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌ ପରେଡ୍‌ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିଲେ। ଉକ୍ତ ଦଳରେ ୭ଜଣ ପିଲା(ପୂର୍ବତନ ଛାତ୍ର ଏବଂ ଅଣଛାତ୍ର)ଙ୍କୁ ପରେଡ୍‌ କରିବାରେ ସୁଯୋଗ ଦେଇଥିଲେ ଏନ୍‌ସିସି ଦାୟିତ୍ୱରେ ଥିବା ଶିକ୍ଷକ ସୁଦର୍ଶନ ଜେନା। ଶିକ୍ଷକ ଜେନା ଦୀର୍ଘ ୫ବର୍ଷ ଧରି ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଦଳରେ ସାମିଲ କରି ପୁରସ୍କାର ହାତେଇବା ଜାରି ରଖିଛନ୍ତି। ଅଣଛାତ୍ରମାନେ ଜିଲାପାଳ, ଏସ୍‌ପି, ନିମନ୍ତ୍ରିତ ଅତିଥି ତଥା ମନ୍ତ୍ରୀଙ୍କ ଠାରୁ ପୁରସ୍କାର ନେଉଥିବାବେଳେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀଛାତ୍ର ଏହି ସୁଯୋଗରୁ ବଞ୍ଚତ୍ତ ହେଉଥିବାରୁ ଏହାର ପ୍ରତିବାଦ କରିଥିଲେ। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ ଷଡଙ୍ଗୀ ତଦନ୍ତ କରି ଶିକ୍ଷକ ସୁଦର୍ଶନ ଜେନାଙ୍କୁ ବୁଧବାର ନିଲମ୍ବିତ କରିଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?