ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି

ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠିରୁ ଗତ ୨୦୧୬ ମସିହାରେ ଏହା ନିର୍ମାଣ ଆରମ୍ଭ କରାଯାଇ ଜାନୁଆରୀ ୨୦୧୮ଠାରୁ କାର୍ଯ୍ୟକ୍ଷମ ହୋଇଛି। ବଣପାହାଡ ଘେରା ବାଢୁନଝରିଆ ଗ୍ରାମରେ ଅବସ୍ଥିତ ପରିବେଶ ପର୍ଯ୍ୟଟନସ୍ଥଳକୁ ଲାଗି ରହିଛି ସରଫଗଡ ଡ୍ୟାମ୍‌। ପ୍ରାକୃତିକ ସବୁଜ ସୌନ୍ଦର୍ଯ୍ୟରେ ପରିପୂଣର୍ର୍ ପରିବେଶ ପର୍ଯ୍ୟଟନସ୍ଥଳିକୁ ବର୍ତ୍ତମାନ ଶହଶହ ଜନସାଧାରଣ ସୁନ୍ଦରଗଡ଼ ଜିଲା ତଥା ରାଜ୍ୟର ଅନ୍ୟାନ୍ୟ ଜିଲାରୁ ଆସୁଛନ୍ତି। ତେବେ ଚଳିତବର୍ଷ ରାଜ୍ୟ ବାହାରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ଭିଡ ଜମାଉଥିବା ଦେଖିବାକୁ ମିଳିଛି। ଏଠାରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ କଟେଜ ଏବଂ ଖାଇବା ବ୍ୟବସ୍ଥା ରହିଛି। ସରଫଗଡ ଡ୍ୟାମ୍‌ରେ ବୋଟ୍‌ ମାଧ୍ୟମରେ ନୌକା ବିହାର କରିବା ପାଇଁ ଜନସାଧାରଣଙ୍କୁ ବେଶ୍‌ ଆକର୍ଷିତ କରିଛି। ପର୍ଯ୍ୟଟକଙ୍କ ସେବା ନିମନ୍ତେ ବାଢୁନଝରିଆ ବନସୁରକ୍ଷା ସମିତିର ଯୁବତୀ ଯୁବକମାନେ ଆତ୍ମନିଯୁକ୍ତି ହୋଇଛନ୍ତି। ଯୁବତୀଯୁବକଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ସୁସ୍ବାଦୁ ଖାଦ୍ୟ ଏବଂ ବ୍ୟବହାର ପର୍ଯ୍ୟଟକଙ୍କ ପାଇଁ ମନଛୁଆଁ ହୋଇପାରିଛି। ଛୋଟ ପିଲାମାନଙ୍କ ପାଇଁ ଦୋଳି ସହ ବିଭିନ୍ନ ଝୁଲଣା ବ୍ୟବସ୍ଥା ରହିଥିବାରୁ ପିଲାମାନେ ଖୁସିରେ ମଜି ଯାଇଥାନ୍ତି। ପର୍ଯ୍ୟଟନସ୍ଥଳ ସୁନ୍ଦରଗଡ ଜିଲା ବନବିଭାଗ ଦାୟିତ୍ୱରେ ରହିଛି। ଏହାର ସୁରକ୍ଷା ଏବଂ ପରିଚାଳନା ପାଇଁ ବନସୁରକ୍ଷା ସମିତି ରହିଛି। ପର୍ଯ୍ୟଟକମାନେ ଏଠାରେ ରହିବା ପାଇଁ ଅନ୍‌ଲାଇନ ଦ୍ୱାରା ବୁକିଂ ବ୍ୟବସ୍ଥା ଥିବାରୁ ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ବେଶ୍‌ ଗହଳି ହେବା ଦେଖାଦେଇଛି। ଅନ୍ୟପକ୍ଷରେ ପର୍ଯ୍ୟଟନସ୍ଥଳ ନିକଟରେ ପର୍ଯ୍ୟଟକମାନଙ୍କୁ ବଣଭୋଜି କରିିବା ପାଇଁ ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ବେଳେ ଡ୍ୟାମ୍‌ କଡରେ ବଣଭୋଜି ସାରି ପର୍ଯ୍ୟଟନସ୍ଥଳରେ ପରିଦର୍ଶନ କରି ପର୍ଯ୍ୟଟକମାନେ ମଜା ଉଠାଇଛନ୍ତି। ବନସୁରକ୍ଷା ସମିତିର ଯୁବତୀଯୁବକମାନଙ୍କ ଦ୍ୱାରା ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରାଯାଇ ପରିବେଶ ସୁରକ୍ଷା ଦିଗରେ ସତର୍କ କରାଯାଇଥିବାରୁ ପର୍ଯ୍ୟଟକମାନେ ସ୍ବାଗତ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri