ପରିବାର ଲୁକ୍‌କର ଅଭିଯୋଗ: ପିଇଓ ଦେଇଛନ୍‌ ଭୁଲ ରିପୋର୍ଟ

ଲୋଇସିଂହା, ୫ା୧୨ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗାଁର ୯୦ ପରତିଶତ ଦିବ୍ୟାଙ୍ଗ ବିଭୀଷଣ ତରିଆ(୩୫)। ଦିବ୍ୟାଙ୍ଗ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ଯୋଜନାରୁ ସେ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଗଲା ନଭେମ୍ବର ୨୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବିଭୀଷଣ’ ଶୀର୍‌ଷକରେ ଖବର ବାହାରିଥିଲା। ଖବର ବାହାରଲାରୁ ପିଇଓ ଓକିଲ ଜୁଏଡ଼ ବିଭୀଷଣକଁର ଘରକେ ଯାଇ ଘଟନାର ତଦଁତ୍‌ କରି ଜିଲାପାଳକୁଁ ଗୁଟେ ରିପୋର୍ଟ ଦେଇଛନ୍‌।
ସୂଚନା ହିସାବେ, ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଗୁର୍ଜିଭଟା ଗାଁର ମା’ ବେଦମତୀ ତରିଆ, ସ୍ବର୍ଗତ ବାପା ମୁଖୀରାମ ତରିଆକଁର ୩ ପୁଅରୁ ବିଭୀଷଣ ତରିଆ (୩୫) ହେଉଛନ୍‌ ସବାସାନ। ପରିବାର କହେଲେ ମାଏକିନା ସରସ୍ବତୀ ଆର ଝି’ ଆଦ୍ୟାଶାକୁଁ ନେଇ ତାକର ସଁସାର। ବିଭୀଷନ ଝନେ ମୁକ, ବଧିର। ତାକର ପାସେ ୯୦ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ରହିଛେ। ଭତାକେ ଛାଡ଼ିଦେଲେ ବାକି କେହେନ୍‌ସି ପରକାର ସରକାରୀ ଯୋଜନାରେ ସେ ଆଏଜ୍‌ତକ ସାମିଲ ହେଇ ନାଇଁପାରି। ତାକଁର ପରିବାର ଲୁକ୍‌କର ଅଭିଯୋଗକେ ଆଧାର କରି ଧରିତ୍ରୀରେ ଖବର ବାହାରିଥିଲା। ସେ ଖବରକେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଳକୁଁ ଟୁଇଟ କରିଥିଲେ। ଇତାର ପରେ ପିଇଓ ଓକିଲ ଜୁଏଡ ବିଭୀଷଣକଁର ଘରକେ ଘଟନାର ତଦଁତ୍‌ ଲାଗି ଯାଇଥିଲେ। ବରଷା ଦିନେ ବିଭୀଷଣକଁର ଭାଂଗିଯାଇଥିବାର ଘରର ଫଟୋ ନେବାର ସଂଗେ ଦିବ୍ୟାଙ୍ଗ ପରମାନପତରର ଗୁଟେ ନକଲ ନେଇଥିଲେ। ବିଭିଷଣର ଘର ଭାଂଗ୍‌ଲା ଦିନୁ କୁଟୁମବସିଆ ଆମର ଘରେ ଆଶ୍‌ରେ ନେଇଛନ୍‌ ବଲି ଜଳ ତରିଆ କହିଛନ୍‌। ହେଲେ ପିଇଓ ଜିଲା ପରଶାସନକେ ଦେଇଥିବାର ରିପୋର୍ଟରେ ସବୁ ଉଲଟାପୁଲଟା ଲେଖିଥିବାର ଜାନଲାରୁ ସେ ଦୁଖ୍‌ମନା ହେଇଛନ୍‌। ସେ କହିଛନ୍‌ ଯେ, ବିଭୀଷଣ ଖାଲି ଭତ୍ତା ୩ ଶହ ଟଁକା ମିଲୁଛେ। ଯେହେତୁ ସେ ଝନେ ଦିବ୍ୟାଙ୍ଗ ସେଥିରଲାଗି ସେ ସରକାରକଁର ଆବାସ, ଖାଏଦ୍‌ ସୁରକ୍ଷା ଯୋଜନାରେ ସାମିଲ ହେବାର କଥା। ହେଲେ ଦୁଖର କଥା ଆଏଜ୍‌ତକ ସେ ଇ ସବୁ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ସେ ଚାଷବାସ କରୁଛେ, ହେଲେ କାଳିଆ ଯୋଜନାରେ ବି ତାହାକେ ଗୁରୁତ୍‌ ନାଇଁ ଦିଆଯାଇ। ଇ ବାବ୍‌ଦେ ଥାନୀଅ ସରପଁଚ୍‌କୁଁ ସେ କହିଥିଲେ। ସରପଁଚ୍‌ ବିଡିଓକୁଁ ଭେଟି ସବୁ କଥା କହେବାକେ ପରାମଶ ଦେଇଥିବାର ବିଭୀଷଣକଁର ବଡ଼ ଭାଇ କହିଛନ୍‌। ଇ ବାବ୍‌ଦେ ପିଇଓ ଓକିଲ ଜୁଏଡ଼କୁଁ ପଚରାଲାରୁ ବିଡିଓକଁର ନିରଦେଶରେ ମୁଇଁ ଘଟନାର ତଦଁତ କରି ରିପୋର୍ଟ ଦେଇଛେଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିଡିଓକୁଁ ପଚରାଲାରୁ ପିଇଓ ବିଭୀଷଣକଁର ପକାଘର ଅଛେ ବଲି ରିପୋର୍ଟ ଦେଇଛନ୍‌ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

ବୃଦ୍ଧି ପାଉଛି ତାପମାତ୍ରା : ପଥଚାରୀଙ୍କୁ ପଣା ବଣ୍ଟନ କଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri