ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା

ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଅଭିଯୋଗ, ପ୍ରତିବାଦ କରୁଥିଲେ ବି ସୁଫଳ ମିଳୁନି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ପଟିଆ, ବନ୍ଧମୁଣ୍ଡା, ରାହିପଡା, ଚମ୍ପାପେଡି, କାଣ୍ଡପଡା, ସୁର୍କାବାଡି, ବୃନ୍ଦାବନପୁର, ବଳଭଦ୍ରପୁର ପଞ୍ଚାୟତର ଓଡିଆ କନ୍ଧଜାତିର ଲୋକେ ସେମାନଙ୍କ ଦାବି ପୂରଣ ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରଣପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ, ୧୯୪୫ ମସିହା ପୂର୍ବରୁ ଯେଉଁ ବନ୍ଦୋବସ୍ତ (ସର୍ଭେ) ହୋଇଥିଲା ସେ ସମୟରେ ଜମିଜମା ରେକର୍ଡ ପ୍ରସ୍ତୁତି ବେଳେ କନ୍ଧ ବଦଳରେ ଓଡିଆ କନ୍ଧ ଲେଖାଯାଇଛି। ତେବେ ସରକାରୀ ଜାତିଭିତ୍ତିକ ବିଜ୍ଞାପନ ଅନୁସାରେ ଓଡିଆ ସଉରା ଓ ଓଡିଆ ମୁଣ୍ଡାକୁ ଆଦିବାସୀ ମାନ୍ୟତା ମିଳିଛି। ହେଲେ ପ୍ରକୃତ ଜନଜାତିକୁ ଅଣଦେଖା କରାଯାଇ ଓଡିଆ କନ୍ଧ ଜାତିର ପରିଚୟକୁ ହଜାଇ ଦିଆଯାଇଛି।
ପ୍ରସ୍ତାବ ଶୀତଳଭଣ୍ଡାରରେ
ଓଡିଆ କନ୍ଧକୁ କନ୍ଧ ମାନ୍ୟତା ଦେବାକୁ ଓଡିଶା ସରକାରଙ୍କ ଆଦିବାସୀ ବିଭାଗ ପତ୍ର ସଂଖ୍ୟା ୧୩୨୬୪/ତା୮।୪।୨୦୦୮ରେ ପ୍ରସ୍ତାବ ଦେଇଛନ୍ତି। ପୁଣି ୨୩।୧୨।୨୦୧୧, ୨୬।୩।୨୦୧୨, ୧୦।୪।୨୦୧୬ରେ ଓଡିଶା କ୍ରମିକ ନଂ. ୩୪ରେ ଓଡିଆ ଦେଶୁଆ କନ୍ଧ ଓ ୧୦୪ କ୍ରମିକରେ ଓଡିଆ କନ୍ଧକୁ ଆଦିବାସୀ ମାନ୍ୟତା ଦେବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡିରହିଥିବାରୁ ଆଦିବାସୀ ହୋଇ ବି ପରିଚୟ ମିଳୁନି। ଫଳରେ ସରକାରଙ୍କ ସୁବିଧାସୁଯୋଗ ଏହି ବର୍ଗର ଲୋକେ ଉପଭୋଗ କରିପାରୁ ନାହାନ୍ତି।
ଧମକଚମକ ଦେଇ କିଣାଯାଉଛି ଜମି
ରଣପୁର ବ୍ଲକର ପଟିଆ ଅଞ୍ଚଳ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ରୂପେ ପରିଚିତ । ପଟିଆର ଆର୍‌ଆଇ ଅଫିସ ଅଧୀନରେ ରହୁଥିବା କୁସପଲ୍ଲା, କଣ୍ଟାଗିରି, ପାଇକସାହି, ଜିରିପଡାର ହରିଜନ ଓ ଆଦିବାସୀଙ୍କ ଜମିକୁ ଏକ କମ୍ପାନୀ ଧମକଚମକ ଦେଇ କିଣୁଛି। ଯଦି କେହି ଅରାଜି ହେଉଛନ୍ତି ପରିସ୍ଥିତି ଭଲ ହେବ ନାହିଁ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କୁ ହାତବାରିଶି କରି ସମ୍ପୃକ୍ତ କମ୍ପାନୀ ଗୁଣ୍ଡାରାଜ ଚଳାଇଛି। ଭୟରେ ଆଦିବାସୀ ଓ ଦଳିତମାନେ ଜମି ବିକ୍ରି କରି ଚାଲିଛନ୍ତି। ସେହିଭଳି ସରକାରୀ ଜମି ମଧ୍ୟ ଜବରଦଖଲ ହେଉଛି। ପାଟି କଲେ ମାରପିଟ କରାଯାଉଛି। ଫଳରେ ଆଦିବାସୀମାନେ ସେମାନଙ୍କ ନିତିଦିନିଆ ରାସ୍ତା ହରାଇ ସାରିଲେଣି। ଗୋରୁଙ୍କ ପାଇଁ ଚାରଣ ଭୂମି ମଧ୍ୟ ନାହିଁ। ଏଣୁ ଜବରଦଖଲ ଉଚ୍ଛେଦ ସହ ଜମିବିକ୍ରି କରିବାକୁ ବାଧ୍ୟ କରୁଥିବା ଗୁଣ୍ଡା ଓ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳାମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ଜଙ୍ଗଲ ସୁରକ୍ଷା ପାଇଁ ପ୍ରୋତ୍ସାହନ ନାହିଁ
ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇବା ପାଇଁ ଗ୍ରାମ୍ୟ ଗୋଷ୍ଠୀ ହକଦାର ହେଉଥିଲେ ହେଁ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ରଣପୁର ଅଞ୍ଚଳରେ ୨୧୭ ଗ୍ରାମ ଗୋଷ୍ଠୀ ନିଜ ଉଦ୍ୟମରେ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପରିଚାଳନା କରି ଭୋଗଦଖଲ କରିଆସୁଛନ୍ତି। ମା’ ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ଗ୍ରାମ ଗୋଷ୍ଠୀକୁ ସୁରକ୍ଷା ଓ ସହଯୋଗ କରିଆସୁଛି । ଜଙ୍ଗଲ ଅଧିକାର ଅନୁଯାୟୀ ୧୪୦ ଗ୍ରାମ ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବି ଫର୍ମ ଉପଖଣ୍ଡ ସ୍ତରୀୟ କମିଟିରେ ଦାଖଲ କରିଛନ୍ତି। ସେହିପରି ୨୪ ଗୋଷ୍ଠୀ ସମ୍ବଳ ଅଧିକାର ଦାବି ଫର୍ମ ଜିଲା ଜଙ୍ଗଲ ଅଧିକାର କମିଟିରେ ଦାଖଲ ହୋଇଛି। ଉଭୟ ଫର୍ମ ପ୍ରାୟ ୧ବର୍ଷ ହେଲା ମଞ୍ଜୁର ହୋଇସାରିଛି। ହେଲେ ଗ୍ରାମ ଗୋଷ୍ଠୀଙ୍କୁ ସେମାନଙ୍କର ଅଧିକାର ମିଳୁନି। ଏ ନେଇ ଗତ ଜାନୁୟାରୀ ୨୦ରେ ରଣପୁର ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ମା’ ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ସମ୍ପାଦକ ଅରକ୍ଷିତ ସାହୁ କହିଛନ୍ତି। ସୋମବାର ପୁଣି ଥରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri