Posted inଖେଳ

ପରାଜୟ ସତ୍ତ୍ୱେ ୪୪ ଲକ୍ଷ ଟଙ୍କା ପାଇଲେ ପ୍ରଜନେସ

ମେଲବୋର୍ନ, ୨୧।୧ (ପି.ଟି.)- ଭାରତର ଏକ ନମ୍ବର ଟେନିସ ଖେଳାଳି ପ୍ରଜନେସ ଗୁଣେଶ୍ୱରନ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୨୨ତମ ସ୍ଥାନରେ ରହିଥିବା ପ୍ରଜନେସ ୪-୬, ୨-୬, ୫-୭ ସିଧାସଳଖ ସେଟ୍‌ରେ ଜାପାନର ଓ୍ବାଇଲ୍ଡ କାର୍ଡ ପ୍ରାପ୍ତ ଖେଳାଳି ତାତସୁମା ଇଟୋଙ୍କ ନିକଟରୁ ହାରିଯାଇଛନ୍ତି। ପ୍ରଜନେଶଙ୍କଠାରୁ ନିମ୍ନର଼୍ୟାଙ୍କ ପ୍ରାପ୍ତ ଇଟୋ (୧୪୪ତମ) ଏହି ମ୍ୟାଚ୍‌ ଜିତିବାକୁ ୨ ଘଣ୍ଟା ସମୟ ନେଇଥିଲେ। ଏହି ପରାଜୟ ସହ ପ୍ରଜନେସ ବିଶ୍ୱର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କ ବିପକ୍ଷରେ ଖେଳିବାରୁ ବଞ୍ଚତ୍ତ ହୋଇଛନ୍ତି। ଯଦି ପ୍ରଜନେସ ଏହି ମ୍ୟାଚ୍‌ ଜିତିଥାନ୍ତେ ତେବେ ୨ୟ ରାଉଣ୍ଡରେ ଜୋକୋଭିଚ୍‌ଙ୍କୁ ସାମ୍ନା କରିଥାନ୍ତେ। ଜୋକୋଭିଚ୍‌ ପ୍ରଥମ ରାଉଣ୍ଡରେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ପରାସ୍ତ କରିଥିଲେ।
ସତ୍ତ୍ୱେ ୩୦ ବର୍ଷୀୟ ପ୍ରଜନେସ ୪୪ ଲକ୍ଷ ଟଙ୍କା ଲାଭ କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ର ନିୟମ ଅନୁଯାୟୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଉଥିବା ଖେଳାଳିଙ୍କୁ ୬୨,୩୨୫ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୪୪ ଲକ୍ଷ ୩୫ ହଜାର ୯୫୦ ଟଙ୍କା) ପ୍ରଦାନ କରାଯାଇଥାଏ। କ୍ୟାରିୟରର ପଞ୍ଚମଥର ଲାଗି ସେ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟରେ ଖେଳିବାର ସୁଯୋଗ ପାଇଥିଲେ। ପ୍ରଜନେସଙ୍କ ପରାଜୟ ସହ ଏହି ସମ୍ମାନଜନକ ପ୍ରତିଯୋଗିତାର ସିଙ୍ଗଲ୍ସ ଇଭେଣ୍ଟରୁ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବରୁ ଅଙ୍କିତା ରାଇନା, ସୁମିତ୍‌ ନାଗଲ ଓ ରାମକୁମାର ରମାନାଥନ ସିଙ୍ଗଲ୍ସ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ପୁରୁଷ ଡବଲ୍ସରେ ଡିଭିଜ ଶରନ, ରୋହନ ବୋପାନ୍ନା ଓ ମହିଳା ଡବଲ୍ସରେ ସାନିଆ ମିର୍ଜା ଭାରତ ପାଇଁ ଆଶା ଉଜ୍ଜୀବିତ୍‌ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri