ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା।  ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ  ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିଥିଲା କିନ୍ତୁ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁୟାରୀରେ ଭୁବନେଶ୍ୱରସ୍ଥିତ  ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ଭୋର୍‌ ୪ଟା ୨୦ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୩  ମାର୍ଚ୍ଚ ୬ରେ ସେ ଜନ୍ମ ନେଇଥିଲେ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୯ମ ଓ ୧୦ମ ଲୋକ ସଭାରେ ଏମ୍‌ପି ମଧ୍ୟ ରହିଥିଲେ। ୧୯୭୪  ମେ ୨୬ରେ ସେ ପାରଳାଖେମୁଣ୍ଡିର ରାଜା ଭାବେ ଅଭିଷିକ୍ତ ହୋଇଥିଲେ। ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟୋଷ୍ଠପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୁତ୍ର। ୧୯୬୭  ମାର୍ଚ୍ଚ ୧୪ରେ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣଦେବୀଙ୍କୁ ବିବାହ କରି ପୁତ୍ର ଓ କନ୍ୟାସନ୍ତାନ ପ୍ରାପ୍ତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦାୟାଦ ପାରଳାଖେମୁଣ୍ଡି ରାଜା ପ୍ରଥମେ ରାଜନୀତିରେ ପ୍ରବେଶ କରି ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ। ପରେ ଭାଜପାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

୧୯୮୯ରେ ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକ ସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୩୨ ହଜାର ୮୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିପରି ୧୦ ଲୋକ ସଭା ନିର୍ବାଚନ ୧୯୯୧ରେ ପୁଣି କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୩୫ ହଜାର ୨୬୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ୧୯୯୮ରେ ଭାଜପାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ରାଜନୀତିରୁ ଦୂରେଇ ରହିଥିବା ଗୋପୀନାଥଙ୍କ କନ୍ୟା ରାଜକୁମାରୀ କଲ୍ୟାଣୀ ଦେବୀ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ରାଜାଙ୍କ ମୃତ୍ୟୁ ଖବରପାଇ କେବଳ ପାରଳାଖେମୁଣ୍ଡି ନୁହେଁ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri