ପରମେଶ୍ୱରଙ୍କ ପାଇଁ ପଖାଳ

ଓଡ଼ିଆଙ୍କ ଖାଦ୍ୟ ଐତିହ୍ୟର ଅନ୍ୟତମ ବିଭବ ହେଉଛି ପଖାଳ। ଏହି ପରମ୍ପରା ଯଥା ଦେହେ ତଥା ଦେବେରେ ପରିଣତ ହୋଇଥିବାର ଦେଖାଯାଏ। ଏହି ପରମ୍ପରା ଓଡ଼ିଶାର ଆପଣା ପଣିଆର ଐତିହ୍ୟ। ପରମେଶ୍ୱରଙ୍କ ଭୋଗରେ ସ୍ଥାନ ପାଇଥିବା ପଖାଳ ତା’ର ଏକ ଉଦାହରଣ ମାତ୍ର। ଦିନେ ଗଜପତି ଖଞ୍ଜି ଦେଇଥିଲେ ପଖାଳ ପାଇଁ ଦୁଇପ୍ରକାର ସେବକ। ଜଣେ ତୁଣ ସୁଆର ଓ ଅନ୍ୟ ଜଣେ ଥାଳି ସୁଆର। ୫ ପ୍ରକାର ପଖାଳ ଖଞ୍ଜା ରହିଛି ଭୋଗରେ। କେତେବେଳେ ଚିପୁଡ଼ା-ପଖାଳ ତ କେତେବେଳେ ଟଭା ପଖାଳ। ଆଉ ଏହା ସହିତ ଋତୁ ଅନୁଯାୟୀ ବଢାଯାଏ ସୁବାସିିତ ପଖାଳ, ଦହି ପଖାଳ ଓ ଘିଅ ପଖାଳ। ଓଡ଼ିଶାର ପ୍ରଚଳିତ ‘ପଖାଳ ଭାତରେ ଘି’ ଲୋକ ଉକ୍ତିଟି ମହାପ୍ରଭୁଙ୍କ ଘିଅ ପଖାଳ ପରମ୍ପରାରୁ ସୃଷ୍ଟି।
ଦିପହର ବେଳାରେ ଅଦାପାତି ଓ ଭଜା ଜିରା ଦିଆଯାଇ ଭୋଗରେ ବଢାଯାଏ ଚିପୁଡା ପଖାଳ। ଏହାସହିତ ସାମିଲ ହୋଇଥାଏ ଟଭା ପଖାଳ। ଅନ୍ନରେ ଟଭା (କମଳା ଲେମ୍ବୁ ଜାତୀୟ) ରସ ଦିଆଯାଇ ଲୁଣ, ଜିରା ଓ ଅଦା ମିଶାଯାଏ। ସାମାନ୍ୟ ପାଣି ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହି ପଖାଳ ପ୍ରଭୁଙ୍କର ପ୍ରିୟ ବୋଲି ପ୍ରାଚୀନ କଥା ରହିଛି। ପଖାଳରେ ପୁଣି ଲବଙ୍ଗ ଓ ଗୋଲମରିଚ! ତା ସହିତ ଭଜା ଜିରା ଓ ଅଦା ମିଶାଯାଇ ପ୍ରସ୍ତୁତ ହୁଏ ସୁବାସିିତ ପଖାଳ। ଏହା ପରମେଶ୍ୱରଙ୍କର ମଧ୍ୟ ଦି-ପହର ବେଳାର ଖାଦ୍ୟ। ସନ୍ଧ୍ୟା ବେଳେ ବଢାଯାଏ ଦହି ପଖାଳ। ଶେଷକୁ ବଢାଯାଏ ଘିଅ ପଖାଳ। ଭଜା ଜିରା ଓ ଅଦା ସହିତ ମିଶାଯାଏ ଘିଅ। ବଡ଼-ସିଂହାର ଧୂପରେ ସବୁଠାରୁ ଅଧିକ ଆକର୍ଷଣୀୟ ଏହି ଘିଅ ପଖାଳ। ପୁରୁଣା କାଳରୁ ଖଞ୍ଜାଯାଇଛି ଏହି ପଖାଳ ପରମ୍ପରା। କେହି କେହି କେଶରୀବଂଶ ରାଜୁତି କାଳରେ ଘିଅ ପଖାଳ ବ୍ୟବସ୍ଥା କରାଯାଇଥିଲା ବୋଲି ସମ୍ଭାବନା କରନ୍ତି, ପୁଣି ପଖାଳ ଭୋଗ ବି ବାରଣ ଅଛି ଶ୍ରୀମନ୍ଦିରରେ। ସ୍ନାହାନ ପୁନିଅଁ ରାତିରୁ ନିଳାଦ୍ରୀବିଜେ ପରଦିନ ପର୍ଯ୍ୟନ୍ତ ମହାପ୍ରଭୁ ପଖାଳ ଖାଆନ୍ତି ନାହିଁ। ଜର ହୋଇଯାଇଛି ତ!
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri