Posted inଖେଳ

ପନ୍ତ, ଗିଲଙ୍କୁ ରିଲିଜ୍‌ କଲା ଟିମ୍‌ ଇଣ୍ଡିଆ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଶୁବମନ ଗିଲଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସେମାନଙ୍କୁ ଘରୋଇ କ୍ରିକେଟରେ ଟାଇମ୍‌ ଦେବା ଲାଗି ଏହି ନିଷ୍ପତ୍ତି ହୋଇଛି। ଆନ୍ଧ୍ର ଉଇକେଟକିପର କୋନା ଶିଖର ଭରତ ଭାରତୀୟ ଦଳ ସହ ରହିବେ। ସେ ଉଇକେଟକିପର ରିଦ୍ଧିମାନ ଶାହାଙ୍କ କଭର ଭାବେ ଚଳିତ ବାଂଲାଦେଶ ବିପକ୍ଷ ପିଙ୍କ ବଲ୍‌ ଟେଷ୍ଟର ଅବଶିଷ୍ଟାଂଶ ମ୍ୟାଚରେ ଖେଳିବେ। ପନ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସମସ୍ତ ମ୍ୟାଚ୍‌ (୩ ଟି୨୦ ଓ ୩ ଦିନିକିଆ)ରେ ଖେଳିବେ। ଏଥିନେଇ ତାଙ୍କୁ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିବା ଦରକାର ଥିବା ସିଲେକ୍ଟର୍ସ ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ରିଷଭ ଦିଲ୍ଲୀର ପରବର୍ତ୍ତୀ ଦୁଇ ସୁପର ଲିଗ୍‌ ମ୍ୟାଚ୍‌ ହରିୟାଣା (୨୪ ତାରିଖରେ) ଓ ରାଜସ୍ଥାନ (୨୭ରେ) ବିପକ୍ଷରେ ଖେଳିବେ। ଅନ୍ୟପକ୍ଷରେ ଶୁବମନ ପଞ୍ଜାବ ପକ୍ଷରୁ କର୍ନାଟକ ଓ ତାମିଲନାଡୁ ବିପକ୍ଷ ମୁକାବିଲାରେ ଅଂଶଗ୍ରହଣ କରିବେ। ଭାରତ ଏ’ ଦଳରେ ନିୟମିତ ପ୍ରଦର୍ଶନ କରୁଥିବା ଭରତଙ୍କୁ ସାନ୍ତ୍ୱନାମୂଳକ ସୁଯୋଗ ମିଳିଛି। ସେ ୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮ ଶତକ ଓ ୨୦ ଅର୍ଦ୍ଧଶତକ ସହ ୩,୯୦୯ ରନ୍‌ କରିଛନ୍ତି। ମୋତେ ସକାଳେ ଦଳରେ ଯୋଗଦେବାକୁ କୁହାଯାଇଥିଲା। ଆଇକନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବାକୁ ମୁଁ ଉତ୍ସାହିତ ଅଛି ବୋଲି ଭରତ କହିଛନ୍ତି। ୨୦୧୭ରେ ଲାଗୁ ହୋଇଥିବା ଆଇସିସି ନିୟମ ଅନୁଯାୟୀ, ପ୍ରଥମ ଉଇକେଟକିପର ଫିଲ୍ଡରେ ଆହତ ହେଲେ ତାଙ୍କ ବଦଳରେ ସବ୍‌ଷ୍ଟିଚ୍ୟୁଟ୍‌ ଉଇକେଟକିପର ଖେଳିପାରିବେ। ରିଦ୍ଧିମାନ ଏବେ ସମ୍ପୂର୍ଣ୍ଣ ଭାବେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ତାଙ୍କ ଆହତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଭରତଙ୍କୁ ଡାକରା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri