ପନିର୍‌ ଡ୍ରାଗନ୍‌

ସମ୍ପ୍ରତି ସମ୍ବଲପୁର ସହରରେ ନୂଆ ରେସ୍ତୋରାଁ ଖୋଲିବାରେ ଲାଗିଛି। ଯୁବପିଢ଼ିକୁ ଆକୃଷ୍ଟ କଲାଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ସହରର ବହୁ ପୁରୁଣା ରେସ୍ତୋରଁ।ଗୁଡିକ ମଧ୍ୟ ଖାଦ୍ୟରୁଚିରେ ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ପୁରୁଣା ହୋଟେଲ ତ୍ରିବେଣୀର ଇ-ସ୍କ୍ୟୁର୍‌ ରେସ୍ତୋରାଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ଡିଶ୍‌ ପନିର ଡ୍ରାଗନ୍‌। ଗୋଟିଏ ପ୍ଲେଟର ମୂଲ୍ୟ ରହିଛି ୧୫୦ ଟଙ୍କା। ମେନ୍‌ କୋର୍ସରେ ୨ଜଣ ଏହାକୁ ଖାଇ ପାରିବେ ବୋଲି କୁହନ୍ତି ସହକାରୀ ସେଫ୍‌ ଅଶୋକ ଦେହୁରୀ ।

ଆବଶ୍ୟକ ସାମଗ୍ରୀ:

ପନିର- ୧୦୦ ଗ୍ରାମ
କ୍ୟାପ୍‌ସିକମ- ୨୫ ଗ୍ରାମ
ପିଆଜ- ୨୫ ଗ୍ରାମ
ପିଆଜ ଷଣ୍ଢା- ୩୦ ଗ୍ରାମ
ଶୁଖିଲା ଲଙ୍କା- ୨୦ ଗ୍ରାମ
ରସୁଣ- ୨୫ ଗ୍ରାମ
କାଜୁ- ୩୦ ଗ୍ରାମ
କନ୍‌ ଫ୍ଲାୱାର- ୨୫ ଗ୍ରାମ
ମଇଦା- ୨୫ ଗ୍ରାମ
ଲୁଣ ଓ ଚାଇନିଜ ଲୁଣ- ସ୍ବାଦ ଅନୁସାରେ
ଗୋଲ ମରିଚ- ୧୦ ଗ୍ରାମ
ତେଲ- ୫୦ ଗ୍ରାମ
ଟମାଟେ। ସସ୍‌- ୧୦ ଗ୍ରାମ
ଚିଲି ସସ୍‌- ୧୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପନିରକୁ ଫିଙ୍ଗର ସାଇଜରେ କଟାଯାଇ ସ୍ବଚ୍ଛ ପାତ୍ରରେ ରଖାଯାଏ। ଏଥିସହ ପିଆଜ, କ୍ୟାପ୍‌ସିକମ୍‌କୁ ମଧ୍ୟ ଲମ୍ବା ଓ ଚଉଡା ଭାବେ କଟାଯାଏ। ରସୁଣକୁ ମଧ୍ୟ କିମା କରି ପ୍ଲେଟରେ ରଖାଯାଏ। ଏହାପରେ ପନିର, କନଫ୍ଲାୱାର, ମଇଦା, ଲୁଣ, ରେଡ୍‌ଚିଲି ସସ୍‌କୁ ମେରିନେଟ କରାଯାଏ। ତେଲ କଡ଼େଇ ଗରମ ହେବାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିର ପକାଯାଇଥାଏ। ପନିର କ୍ରିସ୍‌ପି ହେବାପରେ କଡ଼େଇରୁ ଆଣି ପ୍ଲେଟ୍‌ରେ ରଖାଯାଇଥାଏ। ଏହାପରେ ଫ୍ଲାଇପେନ୍‌ରେ ୨ ଟେବୁଲ ଚାମଚ ତେଲ ଗରମ କରାଯାଏ। ତେଲ ଗରମ ହେବାପରେ ପୂର୍ବରୁ କଟାହୋଇଥିବା ପିଆଜ, କ୍ୟାପ୍‌ସିକମ୍‌, କାଜୁ, ରସୁଣ କିମା, ଶୁଖିଲା ଲଙ୍କା ପକାଯାଇ ବ୍ରାଉନ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ଭଜାଯାଇଥାଏ। ଏହାପରେ ଟମାଟୋ ସସ୍‌, ରେଡ୍‌ ଚିଲି ସସ୍‌, ଚାଇନିଜ ଲୁଣ ସହ ଅଳ୍ପ ପାଣି ଦିଆଯାଇଥାଏ। ମସଲା ପ୍ରସ୍ତୁତ ହେବାପରେ ପନିର, ପିଆଜ ଷଣ୍ଢା ଓ ଗୋଲମରିଚ ଗୁଣ୍ଡ ପକାଯାଇଥାଏ। ଏହାପରେ ୫ ମିନିଟ ସମୟ ଗଲାପରେ ପନିର ଡ୍ରାଗନ ପ୍ରସ୍ତୁତ ହୋଇଥାଏ। ପନିର ଡ୍ରାଗନ ଡାଇସିଂ କରାଯାଇ ଗ୍ରାହକମାନଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri