ପତଞ୍ଜଳି କୋରୋନିଲ୍‌କୁ ନେଇ ସ୍ପଷ୍ଟୀକରଣ ଲୋଡ଼ାଗଲା

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ୍‌ ବିରୋଧରେ ବର୍ତ୍ତମାନ ସାରା ବିଶ୍ୱ ଲଢୁଥିବା ବେଳେ ପତଞ୍ଜଳି ଆୟୁର୍ବେଦ କୋରୋନିଲ୍‌ ନାମରେ ଔଷଧ ପ୍ରସ୍ତୁତ କରିଥିବା ଯୋଗଗୁରୁ ରାମଦେବ ମଙ୍ଗଳବାର ଦାବି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ କମ୍ପାନୀଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। ଏହି ଔଷଧ ସମ୍ପର୍କରେ ପତଞ୍ଜଳି ଆୟୁର୍ବେଦଠାରୁ ମନ୍ତ୍ରଣାଳୟ ସବିଶେଷ ତଥ୍ୟ ମାଗିଥିବା ଜଣାପଡ଼ିଛି। କିଭଳି ଆଧାରରେ କମ୍ପାନୀ ଏଭଳି ଦାବି କରୁଛି ଏହାର ମେଡିସିନ ବୈଜ୍ଞାନିକ ପରୀକ୍ଷଣ ହୋଇଛି କି ନାହିଁ ସେ ନେଇ ଜଣାଇବାକୁ ପତଞ୍ଜଳିକୁ କୁହାଯାଇଛି। ଏହି ମାମଲା ସମାଧାନ ନ ହେଲା ଯାଏ ଔଷଧ ସମ୍ପର୍କିତ ବିଜ୍ଞାପନ ବନ୍ଦ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। କୋରୋନିଲ୍‌ ଦ୍ୱାରା ଆୟୁର୍ବେଦିକ ଉପାୟରେ କରୋନାର ସଫଳ ଚିକିତ୍ସା କରାଯାଇପାରିବ ବୋଲି ରାମଦେବ ଦାବି କରିଛନ୍ତି। ମଙ୍ଗଳବାର ରାମଦେବ, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ଏକ ଖବରଦାତା କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଖବରଦାତା କାର୍ଯ୍ୟକ୍ରମରେ ମେଡିସିନ ପ୍ରସ୍ତୁତି କ୍ଷେତ୍ରରେ ଯୋଗଦାନ ରଖିଥିବା ବୈଜ୍ଞାନିକ, ଡାକ୍ତର, ଗବେଷକ ମଧ୍ୟ ସାମିଲ ଥିଲେ।
ଏହି ଅବସରରେ ରାମଦେବ କହିଛନ୍ତି ଯେ, କରୋନାକୁ ଭଲ କରିବା ଦିଗରେ ପରୀକ୍ଷାମୂଳକ ଭାବେ ଏହା ପ୍ରଥମ ଆୟୁର୍ବେଦିକ ମେଡିସିନ। ପତଞ୍ଜଳିର ହରିଦ୍ୱାରସ୍ଥିତ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜୟପୁର ଭିତ୍ତିକ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଦ୍ୱାରା ଉକ୍ତ ଔଷଧକୁ ପରୀକ୍ଷା କରାଯାଇଛି। ମେଡିସିନର ପ୍ରସ୍ତୁତି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟ ଫାର୍ମାସୀ ହରିଦ୍ୱାର ଦ୍ୱାରା କରାଯାଇଛି। ମେଡିସିନ ପ୍ରସ୍ତୁତି ଲାଗି ସ୍ବଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ଅଶ୍ୱଗନ୍ଧା, ତୁଳସୀ ସମେତ ଅନ୍ୟ ମୂଲ୍ୟବାନ ଜଡିବୁଟିର ସମ୍ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଛି। ପତଞ୍ଜଳି ଷ୍ଟୋରଗୁଡିକରେ ଏହି ଔଷଧ ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ସେହିଭଳି ଆର୍ଥତ୍କ ଦୁର୍ବଳ ବର୍ଗଙ୍କ ଲାଗି ଏହି ଔଷଧକୁ ମାଗଣାରେ ପ୍ରଦାନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ରାମଦେବ ମତ ପ୍ରକାଶ କରିଛନ୍ତି। ପତଞ୍ଜଳି ମେଗା ଷ୍ଟୋରରେ ଉପଲବ୍ଧ ହେବାକୁ ଥିବା ଏହି ଔଷଧ ମଧ୍ୟରେ ଗ୍ରାହକଙ୍କୁ ଦିବ୍ୟ କରୋନା କିଟ୍‌ ଉପଲବ୍ଧ ହେବ। ଏଥିରେ ୩ ପ୍ରକାର ଔଷଧ ସାମିଲ ରହିବ। କୋନୋନିଲ୍‌ ଟାବଲେଟ ସହ ରେସ୍ପିରେଟୋରି ସିଷ୍ଟମ ଏବଂ ନାଜାଲ ଡ୍ରପ୍‌ ଏଥିରେ ରହିଛି। ଉକ୍ତ ମେଡିସିନକୁ ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣକ ଉପରେ ପରୀକ୍ଷଣ କରାଯାଇଥିବା ବେଳେ ୩ ଦିନରେ ୬୯% ଏବଂ ଗୋଟିଏ ସପ୍ତାହରେ ୧୦୦% ରୋଗୀ ଠିକ୍‌ ହୋଇଯାଇଥିବା ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri