୩.୧% ଖସିଯିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏହାର ପଞ୍ଝାରୁ ଖସି ନ ପାରି ଗଭୀର ଭାବେ ପ୍ରଭାବିତ ହୋଇଛି। ସରକାର ମାର୍ଚ୍ଚ ୨୫ରେ ପ୍ରାୟ ୨ ମାସ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଥିବା ଦେଖାଯାଇଥିଲା। ହେଲେ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ଶିଳ୍ପସଂସ୍ଥାଗୁଡ଼ିକ ପୁଣି ଥରେ ଟ୍ରାକ୍‌କୁ ଫେରିବା ଲାଗି ବର୍ତ୍ତମାନ କଷ୍ଟ ହେଉଛି। କାରଣ ଶ୍ରମିକ ସମସ୍ୟା ଠାରୁ କଞ୍ଚାମାଲ, ସମ୍ପୂର୍ଣ୍ଣ ଭାବେ କଟକଣା ନ ଉଠିବା, କରୋନା ମାମଲା ବଢ଼ିବା ଭଳି ସମସ୍ୟା ଏବେ ଯାଏ ମଧ୍ୟ ଲାଗି ରହିଛି। ଏହାର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଚଳିତ ବର୍ଷ ଆଶାନୁରୂପକ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ କହିଛନ୍ତି। ମଙ୍ଗଳବାର ମୁଡିସ୍‌ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୩.୧% ଖସିଯିବ। ଏହି ରିପୋର୍ଟରେ ଭାରତର ଖରାପ ଆର୍ଥତ୍କ ସ୍ଥିତିକୁ ଦର୍ଶାଯାଇଛି। ନିକଟରେ ଏହି ଏଜେନ୍ସି ଭାରତର ସୋଭରେନ ରେଟିଂକୁ ଖସାଇବା ପରେ ଜିଡିପି ଖସିବା ନେଇ ବର୍ତ୍ତମାନ ଆକଳନ କରିଛି।
ଚଳିତ ବର୍ଷ ଏପ୍ରିଲରେ ଏହି ଏଜେନ୍ସି ପୂର୍ବାନୁମାନ କରି କହିଥିଲା ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ୦.୨% ଅଭିବୃଦ୍ଧି ହାସଲ କରିବ। ମାତ୍ର କରୋନା ଯୋଗୁ ବଜାରର ଅବସ୍ଥା ବିଗୁଡୁଥିବାରୁ ଜିଡିପି ୩.୧% ଖସିବ ବୋଲି ଆକଳନରେ କହିଛି। ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ଉନ୍ନତ ହେବା ସହ ୬.୯% ରହିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ମୁଡିସ୍‌ର କହିବା ମୁତାବକ,ଜି୨୦ ଦେଶଗୁଡ଼ିକ ମଧ୍ୟରେ ଚାଇନା କେବଳ ଏକମାତ୍ର ଦେଶ ଯିଏକି ଅଭିବୃଦ୍ଧି କରିବ। ଚାଇନା ଏହି ସମୟରେ ୧% ଅଭିବୃଦ୍ଧି କରିବ ବୋଲି ପୂର୍ବରୁ ଏହା ପୂର୍ବାନୁମାନ କରିଥିବା ବେଳେ ଏଥିରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରିନାହିଁ। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଆର୍ଥତ୍କ ସଙ୍କଟାବସ୍ଥା ଲମ୍ବା ସମୟ ଯାଏ ରହିବ। ୨୦୨୦ର ଦ୍ୱିତୀୟ ତ୍ରୈମାସ ଅର୍ଥ ବ୍ୟବସ୍ଥା ପାଇଁ ସବୁଠାରୁ ଖରାପ ସମୟ ସାବ୍ୟସ୍ତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସବୁଠୁ ଖରାପ ଆର୍ଥତ୍କ ସ୍ଥିତି ଦେଇ ବିଶ୍ୱ ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ଏହାର ରିପୋର୍ଟର ଉଲ୍ଲେଖ କରାଯାଇଛି।
ସାରା ବିଶ୍ୱରେ ଅଧିକାଂଶ ଦେଶର ଅର୍ଥ ବ୍ୟବସ୍ଥାର ଜିଡିପି ଏହି ସମୟରେ ଖସିବା ନେଇ ଆକଳନ କରାଯାଇଛି। ୨୦୨୦ରେ ଜି-୨୦ ଦେଶ ସମୂହରେ ୬.୪% ଜିଡିପି ଖସିବା ପୂର୍ବାନୁମାନ କରାଯାଇଛି। ଏହା ତୁଳନାରେ ୨୦୨୧ରେ ସାମାନ୍ୟ ସୁଧାର ଆସିବା ନେଇ କୁହାଯାଇଛି। ଏହା ପରେ ବି ଜିଡିପି ୪.୮% ଖସିବା ନେଇ ଆକଳନ କରାଯାଇଛି। ଜି-୨୦ ଦେଶ ସମୂହଙ୍କ ମଧ୍ୟରେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧିରେ ୧.୬% ହ୍ରାସ ହୋଇପାରେ। ଚାଇନା ବାଦ୍‌ ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାର ଜିଡିପି -୪.୭ ରହିବା ନେଇ ଅନୁମାନ କରାଯାଇଛି। ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକର ଅର୍ଥ ବ୍ୟବସ୍ଥାରେ ହ୍ରାସ ହେବା ନେଇ ମୁଡିସ୍‌ ଅନୁମାନ ଲଗାଇଛି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ, କାନାଡା, ବ୍ରାଜିଲ, ଭାରତ, ଇଣ୍ଡୋନେସିଆ, ସାଉଦି ଆରବ ଏବଂ ଆର୍ଜେଣ୍ଟିନାର ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ହେବ ବୋଲି ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri