ପତଞ୍ଜଳି କୋରୋନିଲ୍‌କୁ ନେଇ ସ୍ପଷ୍ଟୀକରଣ ଲୋଡ଼ାଗଲା

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ୍‌ ବିରୋଧରେ ବର୍ତ୍ତମାନ ସାରା ବିଶ୍ୱ ଲଢୁଥିବା ବେଳେ ପତଞ୍ଜଳି ଆୟୁର୍ବେଦ କୋରୋନିଲ୍‌ ନାମରେ ଔଷଧ ପ୍ରସ୍ତୁତ କରିଥିବା ଯୋଗଗୁରୁ ରାମଦେବ ମଙ୍ଗଳବାର ଦାବି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ କମ୍ପାନୀଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। ଏହି ଔଷଧ ସମ୍ପର୍କରେ ପତଞ୍ଜଳି ଆୟୁର୍ବେଦଠାରୁ ମନ୍ତ୍ରଣାଳୟ ସବିଶେଷ ତଥ୍ୟ ମାଗିଥିବା ଜଣାପଡ଼ିଛି। କିଭଳି ଆଧାରରେ କମ୍ପାନୀ ଏଭଳି ଦାବି କରୁଛି ଏହାର ମେଡିସିନ ବୈଜ୍ଞାନିକ ପରୀକ୍ଷଣ ହୋଇଛି କି ନାହିଁ ସେ ନେଇ ଜଣାଇବାକୁ ପତଞ୍ଜଳିକୁ କୁହାଯାଇଛି। ଏହି ମାମଲା ସମାଧାନ ନ ହେଲା ଯାଏ ଔଷଧ ସମ୍ପର୍କିତ ବିଜ୍ଞାପନ ବନ୍ଦ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। କୋରୋନିଲ୍‌ ଦ୍ୱାରା ଆୟୁର୍ବେଦିକ ଉପାୟରେ କରୋନାର ସଫଳ ଚିକିତ୍ସା କରାଯାଇପାରିବ ବୋଲି ରାମଦେବ ଦାବି କରିଛନ୍ତି। ମଙ୍ଗଳବାର ରାମଦେବ, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ଏକ ଖବରଦାତା କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଖବରଦାତା କାର୍ଯ୍ୟକ୍ରମରେ ମେଡିସିନ ପ୍ରସ୍ତୁତି କ୍ଷେତ୍ରରେ ଯୋଗଦାନ ରଖିଥିବା ବୈଜ୍ଞାନିକ, ଡାକ୍ତର, ଗବେଷକ ମଧ୍ୟ ସାମିଲ ଥିଲେ।
ଏହି ଅବସରରେ ରାମଦେବ କହିଛନ୍ତି ଯେ, କରୋନାକୁ ଭଲ କରିବା ଦିଗରେ ପରୀକ୍ଷାମୂଳକ ଭାବେ ଏହା ପ୍ରଥମ ଆୟୁର୍ବେଦିକ ମେଡିସିନ। ପତଞ୍ଜଳିର ହରିଦ୍ୱାରସ୍ଥିତ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜୟପୁର ଭିତ୍ତିକ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଦ୍ୱାରା ଉକ୍ତ ଔଷଧକୁ ପରୀକ୍ଷା କରାଯାଇଛି। ମେଡିସିନର ପ୍ରସ୍ତୁତି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟ ଫାର୍ମାସୀ ହରିଦ୍ୱାର ଦ୍ୱାରା କରାଯାଇଛି। ମେଡିସିନ ପ୍ରସ୍ତୁତି ଲାଗି ସ୍ବଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ଅଶ୍ୱଗନ୍ଧା, ତୁଳସୀ ସମେତ ଅନ୍ୟ ମୂଲ୍ୟବାନ ଜଡିବୁଟିର ସମ୍ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଛି। ପତଞ୍ଜଳି ଷ୍ଟୋରଗୁଡିକରେ ଏହି ଔଷଧ ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ସେହିଭଳି ଆର୍ଥତ୍କ ଦୁର୍ବଳ ବର୍ଗଙ୍କ ଲାଗି ଏହି ଔଷଧକୁ ମାଗଣାରେ ପ୍ରଦାନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ରାମଦେବ ମତ ପ୍ରକାଶ କରିଛନ୍ତି। ପତଞ୍ଜଳି ମେଗା ଷ୍ଟୋରରେ ଉପଲବ୍ଧ ହେବାକୁ ଥିବା ଏହି ଔଷଧ ମଧ୍ୟରେ ଗ୍ରାହକଙ୍କୁ ଦିବ୍ୟ କରୋନା କିଟ୍‌ ଉପଲବ୍ଧ ହେବ। ଏଥିରେ ୩ ପ୍ରକାର ଔଷଧ ସାମିଲ ରହିବ। କୋନୋନିଲ୍‌ ଟାବଲେଟ ସହ ରେସ୍ପିରେଟୋରି ସିଷ୍ଟମ ଏବଂ ନାଜାଲ ଡ୍ରପ୍‌ ଏଥିରେ ରହିଛି। ଉକ୍ତ ମେଡିସିନକୁ ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣକ ଉପରେ ପରୀକ୍ଷଣ କରାଯାଇଥିବା ବେଳେ ୩ ଦିନରେ ୬୯% ଏବଂ ଗୋଟିଏ ସପ୍ତାହରେ ୧୦୦% ରୋଗୀ ଠିକ୍‌ ହୋଇଯାଇଥିବା ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri