ପଠାଣି ସାମନ୍ତ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ୧୮୫ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ତିଥି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ୩୦ ତମ ଶିଶୁମେଳା ମଧ୍ୟ ଆୟୋଜିତ ହୋଇଥିଲା। ଉତ୍ସବରେ ପଠାଣି ସାମନ୍ତ ମେମୋରିଆଲ ପରିଷଦର ସମ୍ପାଦକ ତଥା ଆଇନଜୀବୀ ଗିରିଜା ଶଙ୍କର ତରାସିଆ ଅଧ୍ୟକ୍ଷତା କରି ପଠାଣି ସାମନ୍ତଙ୍କ ଜୀବନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ା ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଉକତ୍ଳ ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର ଡ. ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ସେହିପରି ସମ୍ମାନିତ ବକ୍ତା ଭାବେ କଟକ ଜିଲା ବିଜ୍ଞାନ ତତ୍ତ୍ୱାବଧାରକ ଅକ୍ଷୟ କୁମାର ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନିର୍ମଳଚନ୍ଦ୍ର ଶୂରଦେଓ, ଅବସରପ୍ରାପ୍ତ ପ୍ରଶାସକ ଭାରତୀ ଭୂଷଣ ମିଶ୍ର, ଶିଶୁ କବି କାଶୀନାଥ ଦାସ ଓ କୁନି ପ୍ରତିଭା ରୁପାଲୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସାମନ୍ତଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ ଖଣ୍ଡପଡା ସହରର ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁ କିଶୋର ସିଂହ ସାମନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସାଇବାବାଙ୍କ ଏକ ତୈଳଚିତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ା ପଠାଣି ସାମନ୍ତ ସାରା ବିଶ୍ୱରେ ଜଣେ ବିଶିଷ୍ଟ ବୈଜ୍ଞାନିକ ଥିଲେ ା ସାମନ୍ତ ଚନ୍ଦ୍ର ଶେଖର ଦୁଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରର ଗତିବିଧି ଲକ୍ଷ୍ୟ କରି ପାରୁଥିବା ବେଳେ ଦୂର ପାହାଡକୁ ମାପି ତାହାର ଉଚ୍ଚତା ନିରୂପଣ କରି ପାରୁଥିଲେ ା ସେ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ ା ଗଭୀର ଆମତ୍ବିଶ୍ୱାସରୁ ତାଙ୍କୁ ସଫଳତା ମିଳିଥିଲା ା ପଠାଣି ସାମନ୍ତ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ା ଏଭଳି ଜଣେ ପ୍ରତିଭାବାନ୍‌ ବ୍ୟକ୍ତି ଖଣ୍ଡପଡ଼ା ମାଟିରେ ଜନ୍ମଗ୍ରହଣ କରି ସାରା ବିଶ୍ୱବାସୀଙ୍କୁ ଦିଗ୍‌ଦର୍ଶନ ଦେଇଥିବାରୁ ଖଣ୍ଡପଡା ମାଟି ଆଜି ଧନ୍ୟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା ଏହି ଅବସରରେ ଆୟୋଜିତ ଶିଶୁମେଳାରେ ସରସ୍ବତୀ ଶିଶୁମନ୍ଦିର ଖଣ୍ଡପଡା ଓ ଖଳିସାହିର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ା ଖଣ୍ଡପଡା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ରମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ପଦାରବିନ୍ଦ ଦାଶ ଓ କ୍ରିଷ୍ଣା ପଣ୍ଡା ଗୀତା ଶ୍ଳୋକ ଆବୃତ୍ତି କରିଥିବା ବେଳେ କୁନି ପ୍ରତିଭା ରୁପାଲୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ା ଏହି ଉତ୍ସବରେ ଖଣ୍ଡପଡା ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସାମନ୍ତଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri