ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ପଏଣ୍ଟ ଅଫ ଅର୍ଡର ଆଣି ନନ୍ଦନକାନନ ସୁରକ୍ଷା ବିଷୟରେ କହିଥିଲେ। ବାତ୍ୟା ଫନୀ ଯୋଗୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନେକ ଗଛ ଭାଙ୍ଗିଯାଇଛି। ବହୁ ପଶୁ, ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଆଉ ପଶୁ ଏବଂ ପକ୍ଷୀ ଆଣିବା ବ୍ୟବସ୍ଥା କରାଯାଉନାହିଁ। ଏହା ରାଜ୍ୟର ଜଣାଶୁଣା ପର୍ଯ୍ୟଟନସ୍ଥଳୀ। ବାହାର ରାଜ୍ୟରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ବିଭାଗୀୟ ମନ୍ତ୍ରୀ କେମିତିକା ଲୋକ, ଏନେଇ ଟିକେ ହେଲେ ଚିନ୍ତା କରୁହାନ୍ତି। ତୁରନ୍ତ ଏ ଦିଗରେ ଗୁରୁତ୍ୱ ଦେବା ପାଇଁ ସୁରେଶ କହିଥିଲେ। ଏହାପରେ ଉପରୋକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟ ବିଷ୍ଣୁଚରଣ ସେଠୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବିକୁ ସମର୍ଥନ କରୁ ନ ଥିବା କହିଥିଲେ। ସେ କହିଥିଲେ ଯେ, କାମଚଳା ମନ୍ତ୍ରୀ ଯେଉଁ ବଜେଟ୍‌ ଆଗତ କରିଛନ୍ତି, ସେଥିରେ କେବଳ ଭୁଲ୍‌ ତଥ୍ୟ ଦିଆଯାଇଛି। ୭୨ବର୍ଷ ତଳେ ଦେଶକୁ ଦଳେ ଗୋରା ସାହେବ ଶାସନ କରୁଥିଲେ। ବର୍ତ୍ତମାନ କେତେଜଣ କୃଷ୍ଣ ସାହେବ ଶାସନ ଚଳାଇଛନ୍ତି। ପିସି ଦେଇଦେଲେ ସରକାରୀ ଯୋଜନା ମିଳିବାରେ ଅସୁବିଧା ନାହିଁ। ଘର ନ କଲେ ମଧ୍ୟ ସରକାରୀ ଯୋଜନାରେ ଗୃହ ନିର୍ମାଣ ପାଇଁ ବିଲ୍‌ ମିଳିଯିବ। ଏହି ଅବସରରେ ଜଣେ ମହିଳା ଖବରଦାତାଙ୍କୁ ପାଟକୁରାରେ ଆକ୍ରମଣ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଭାଗର ବିଭିନ୍ନ ପ୍ରକାର ଅନିୟମିତତାର ତଥ୍ୟ ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏହାସହ ଆଦିବାସୀଙ୍କ ସଶକ୍ତୀକରଣ ଓ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପେସା(ପଞ୍ଚାୟତ ଏକ୍ସଟେନଶନ ଟୁ ଦି ସିଡ୍ୟୁଲ ଏରିଆଜ୍‌) ଆଇନ କଥା ଉଠାଇଥିଲେ। ପେସା ଆଇନ ପାର୍ଲାମେଣ୍ଟରେ ପାସ୍‌ ହୋଇଯାଇଛି। ଏହାର ରୁଲ୍‌ ରେଗୁଲେଶନ ରାଜ୍ୟ କରିବା କଥା। ଏହାହେଲେ ଆଦିବାସୀ ଜିଲାଗୁଡିକ ଅଧିକ କ୍ଷମତା ପାଇପାରିବେ। ସେଥିର ସବୁ ପଦ ପଦବୀରେ ଏସ୍‌ସି, ଏସ୍‌ଟି ରହିବେ। ସେହିପରି ପଞ୍ଚାୟତ ଆକ୍ଟ ଆମେଣ୍ଡମେଣ୍ଟ କରାଯିବା କଥା ମଧ୍ୟ କହି ସେ ବର୍ଷିଥିଲେ। ନରସିଂହ ଆହୁରି କହିଥିଲେ ଯେ, ପିଇବା ପାଣି କଥା ଉଠିଲେ ବଲାଙ୍ଗୀର ଜିଲା ସିକାପାଲି ବ୍ଲକ କଥା ମନେପଡ଼େ। ପ୍ରଥମେ ସେଠାକାର ଲୋକେ ପଥର ଖାଇ ବଞ୍ଚୁଥିଲେ। ଶେଷରେ ପାଣି ପିଇ ବହୁ ଲୋକ ମରିଲେ। ମୁଖ୍ୟମନ୍ତ୍ରୀ ପାଣି ସମସ୍ୟା ସମାଧାନ ପାଇଁ ରାଜି ହୋଇଗଲେ। ମାତ୍ର ଟେଣ୍ଡର ପ୍ରକ୍ରିୟାକୁ ନେଇ ସରକାରୀ ଖେଳ ଚାଲିଲା। ଏବେ ମଧ୍ୟ ସେହି ମାମଲା କୋର୍ଟରେ ଅଛି। ଏହି ଘଟଣାକୁ ୧୫ ବର୍ଷ ହୋଇଗଲା, ଅର୍ଥାତ୍‌ ସେହି ଗ୍ରାମ ଲୋକ କେବେହେଲେ ଭଲ ପାଣି ପିଇବେନାହିଁ। ଅନ୍ୟପଟେ ନାଥୁରାମ ଗଡ୍‌ସେଙ୍କ ମନ୍ଦିର ଭାଜପା ତିଆରି କରିବାକୁ ଚାହୁଁଥିବା କହି ସେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri