ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧୩।୮

କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା ବେଳେ ଏବେ ବିଭିନ୍ନ ବ୍ଲକରୁ ରିପୋର୍ଟମାନ ଆସିବାରେ ଲାଗିଛି। ୩ ଦିନ ମଧ୍ୟରେ ଯାଞ୍ଚ ସରିଥିବା ମାତ୍ର ୨୫ ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଛି। ତେବେ ଧରାପଡ଼ିଥିବା ଏହି ଅଯୋଗ୍ୟଙ୍କ ଫର୍ମକୁ ପୁନର୍ବାର ଚେକିଂ କରାଯାଉଥିବା ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କାଳିଆ ଯୋଜନାରେ ସାମିଲ ହେବାକୁ ଅନୁଗୋଳ ଜିଲାରୁ ମୋଟ ୧ ଲକ୍ଷ ୬୮ ହଜାର ୬୭୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୬ ହଜାର ୧୦୫ ହିତାଧିକାରୀଙ୍କୁ ସରକାର ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ଦେଇଥିଲେ। ଏଥିପାଇଁ ୬୮ କୋଟି ୫ ଲକ୍ଷ ଟଙ୍କା ଅନୁଗୋଳ ଜିଲାକୁ ପ୍ରଦାନ କରାଯାଇଥିଲା। ହେଲେ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା କୃଷି ବିଭାଗ ଆରମ୍ଭ କରିଥିବାରୁ ଜିଲାର ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, ତାଳଚେର, କଣିହଁା, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ କିଛି କିଛି ଅଯୋଗ୍ୟ ହିତାଧିକାରୀ ନାମ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆସିଛି। ଜିଲାରେ ପଞ୍ଜୀକୃତଙ୍କ ମଧ୍ୟରୁ ଅଦ୍ୟାବଧି ୨୨ ହଜାର ୫୪୮ ଜଣଙ୍କ ଯାଞ୍ଚ ଶେଷ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ କଣିହାଁରେ ୯ ହଜାର ଫର୍ମ ଯାଞ୍ଚ ସରିଥିବାବେଳେ ଛେଣ୍ଡିପଦାରେ ପାଖାପାଖି ୬ ହଜାର ହିତାଧିକାରୀଙ୍କ ଯାଞ୍ଚ ସରିଛି। ଏହି ଯାଞ୍ଚ ବେଳେ ପାଖାପାଖି ୨ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି। ସେମାନଙ୍କ ଫର୍ମକୁ ଆଉଥରେ କ୍ରସ୍‌ ଚେକିଂ କରୁଛି କୃଷି ବିଭାଗ। ପଞ୍ଚାୟତ ସ୍ତରରେ ଥିବା ନୋଡାଲ ଅଫିସର ଫର୍ମ ଯାଞ୍ଚ କରୁଥିବାବେଳେ ପରେ ବ୍ଲକ ଓ ଜିଲାସ୍ତରୀୟ ନୋଡାଲ ଅଫିସର ତାହାକୁ ଯାଞ୍ଚ କରିବେ। ସମସ୍ତ ରିପୋର୍ଟ ଆସିବା ପରେ ଜିଲା ଉପ କୃଷି ନିର୍ଦ୍ଦେଶକ ଉକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ମୋହର ମାରିବେ। ଯାଞ୍ଚ ଚାଲିଥିବାରୁ ଆଗାମୀ ଦିନରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନଁା ପଦାକୁ ଆସିବ ବୋଲି ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri