Posted inଜାତୀୟ

ପଙ୍ଗପାଳ ଦମନରେ ଧର୍ମବିଶ୍ୱାସ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧ା୬: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଗତ ସପ୍ତାହରେ ବାଜିିଥିଲା ପୋଲିସ ସାଇରନ। ହେଲେ ତାହା ଚୋରଙ୍କୁ ଗୋଡ଼ାଇବା ଲାଗି ନୁହେଁ ବରଂ ମାରାତ୍ମକ କୀଟ ପଙ୍ଗପାଳ ଦଳଠାରୁ ରକ୍ଷା ପାଇଁ। ଏହି ବିଧ୍ୱଂସକ ବିଦେଶାଗତ କୀଟ ପ୍ରତିଦିନ ତା’ ଓଜନର ତାଜା ଖାଦ୍ୟ ଖାଇପାରେ। ତେଣୁ ୧ ବର୍ଗ କିଲୋମିଟର ବ୍ୟାପ୍ତ ଦଳରେ ରହୁଥିବା ପ୍ରାୟ ୧୫ କୋଟି ପଙ୍ଗପାଳ କେତେ ଫସଲ ନଷ୍ଟ କରିଦେବେ ତାହା ସହଜେ ଅନୁମେୟ। ବର୍ତ୍ତମାନ ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏରିୟଲ ସ୍ପ୍ରେୟର ବ୍ୟବହାର କରାଯାଉଛି। ବିଶେଷକରି ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଦ୍ୱାରା ରାସାୟନିକ ସିଞ୍ଚନ କରାଯାଉଛି। କୃଷକମାନେ ନିଜ ଉପାୟରେ ଏହି କୀଟକୁ ଘଉଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଏପରି କି ସେମାନେ ବିବାହ ଉତ୍ସବରେ ବ୍ୟବହୃତ ଡ୍ରମ୍‌ ବାଜା, ଡିଜେ(ବହୁ ଲାଉଡ୍‌ ସ୍ପିକର ସଂଲଗ୍ନ) ଥାଳି ଓ ଅନ୍ୟାନ୍ୟ ବାସନକୁସନ ମଧ୍ୟ ବଜାଉଛନ୍ତି। ପଙ୍ଗପାଳଙ୍କୁ ଭୟଭୀତ କରି ଦୂରେଇବା ପାଇଁ ଉଚ୍ଚ ଶବ୍ଦ ଅନ୍ୟତମ ଉପାୟ ହୋଇପାରିଛି। ହେଲେ ଏହି ଲଢ଼େଇ ଏବେକାର ନୁହେଁ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଆସିଛି ଫସଲ ବଞ୍ଚାଇବା ଅଭିଯାନ। କିନ୍ତୁ ଲୋକଙ୍କ ଖାଦ୍ୟାଭ୍ୟାସ, ଧାର୍ମିକ ଓ ଅନ୍ଧବିଶ୍ୱାସ ଅନେକ ସମୟରେ ପଙ୍ଗପାଳ ଦମନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବାର ନଜିର ରହିଛି।
ପଙ୍ଗପାଳ ମୁକାବିଲା କରିବାରେ ଭାରତର ଯଥେଷ୍ଟ ଅଭିଜ୍ଞତା ରହିଛି। ୧୮୧୨ରୁ ୧୮୮୯ ମଧ୍ୟରେ ଭାରତରେ ୮ଥର ପଙ୍ଗପାଳ ପ୍ରକୋପ ଦେଖିବାକୁ ମିଳିଥିବା ସରକାରୀ ରେକର୍ଡରୁ ଜଣାପଡ଼ିଛି। ପଙ୍ଗପାଳଙ୍କ ୯ମ ଆକ୍ରମଣ ୧୮୯୬-୧୮୯୭ରେ ହୋଇଥିଲା। ସେହିପରି ୧୯୨୬ ରୁ ୧୯୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ପଙ୍ଗପାଳଙ୍କ ଆକ୍ରମଣରେ ୨ କୋଟି ଟଙ୍କାର ଫସଲ ହାନି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୧୯୩୦ରେ କେନ୍ଦ୍ରୀୟ ପଙ୍ଗପାଳ ବ୍ୟୁରୋ ପ୍ରତିଷ୍ଠା କରାଯାଇଥିଲା। ୧୯୩୯ରେ ବ୍ୟୁରୋକୁ ପଙ୍ଗପାଳ ଚେତାବନୀ ସଂଗଠନ (ଏଲ୍‌ଡବ୍ଲ୍ୟୁଓ) ଭାବେ ପରିବର୍ତ୍ତନ କରାଯାଇଥିଲା। ଦିଲ୍ଲୀରେ ତାହାର ମୁଖ୍ୟାଳୟ ଏବଂ କରାଚୀରେ ଏକ ସବ୍‌ଷ୍ଟେଶନ କରାଯାଇଥିଲା। ରାଜସ୍ଥାନର ବିଶାଳ ମରୁଭୂମି ଅଞ୍ଚଳ, ଗୁଜରାଟ ଏବଂ ହରିୟାଣାରେ ‘ମରୁଭୂମି ପଙ୍ଗପାଳ’ ଉପରେ ନଜର ରଖିବା ଓ ନିୟନ୍ତ୍ରଣ କରିବା ଏଲ୍‌ଡବ୍ଲ୍ୟୁଓ ଦାୟିତ୍ୱ ଥିଲା। କିନ୍ତୁ ଦଳବଦ୍ଧ ହୋଇ ଉଡ଼ିଆସୁଥିବା କୀଟଙ୍କୁ ଟ୍ରାକ କରିବା ସବୁବେଳେ ସହଜ ନୁହେଁ। ୧୯୬୧ରେ ରାଜସ୍ଥାନର ଜୟସାଲମେର୍‌ରେ କାର୍ଯ୍ୟରତ ପଙ୍ଗପାଳ ବୈଷୟିକ ଅଧିକାରୀ ଡ. ହରିଶ ଚନ୍ଦ୍ର ଏଲ୍‌ଡବ୍ଲ୍ୟୁଓର ୫୦ ବର୍ଷର ଇତିହାସ ସମ୍ପର୍କିତ ଏକ ପୁସ୍ତକ ରଚନା କରିଛନ୍ତି, ଯାହା ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ) ଦ୍ୱାରା ପ୍ରକାଶ ପାଇଛି। ସେଥିରେ ଜିପ୍‌ରେ ଓ୍ବୟାରଲେସ୍‌ ଯନ୍ତ୍ର ଲଗାଇ କିଭଳି ପଙ୍ଗପାଳ ଦଳକୁ ଟ୍ରାକ୍‌ କରାଯାଉଥିଲା ତାହା ଉଲ୍ଲେଖ ରହିଛି। ପଙ୍ଗପାଳ ମୁକାବିଲା କରିବା ପାଇଁ କ୍ୟାମ୍ପ କରାଯାଉଥିଲା। କ୍ୟାମ୍ପରେ ଅଧିକାରୀମାନେ କୀଟନାଶକ ଓ ଅନ୍ୟାନ୍ୟ ଉପକରଣ ସହ ପ୍ରସ୍ତୁତ ରହୁଥିଲେ। ପଙ୍ଗପାଳ ଦଳକୁ ଟ୍ରାକ୍‌ କରୁଥିବା ଅଧିକାରୀମାନେ କ୍ୟାମ୍ପରେ ଥିବା ଅଧିକାରୀମାନଙ୍କୁ ସବିଶେଷ ତଥ୍ୟ ଦେଉଥିଲେ। ବିଶେଷକରି ପଙ୍ଗପାଳ ଦଳର ଆକାର, ରଙ୍ଗ ଓ ଅବସ୍ଥିତି ଜଣାଉଥିଲେ। ହରିଶ ଉଲ୍ଲେଖ କରିଛନ୍ତି ଯେ, ବେଳେବେଳେ ସେମାନଙ୍କୁ ଅଜବ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ୁଥିଲା। ପଙ୍ଗପାଳଙ୍କୁ ମାରିବା ପାଇଁ ନିୟୋଜିତ ଅଧିକାରୀମାନଙ୍କୁ ସ୍ଥାନୀୟ ଆଦିବାସୀମାନେ ପ୍ରତିରୋଧ କରୁଥିଲେ। କାରଣ ସେମାନେ ତାହାକୁ ଖାଦ୍ୟ ଭାବେ ଉପଭୋଗ କରୁଥିଲେ। ସେହିପରି ଲେହରେ ସ୍ଥାନୀୟ ଲୋକମାନେ ଧାର୍ମିକ କାରଣରୁ କୀଟ ହତ୍ୟାକୁ ପ୍ରତିରୋଧ କରିଥିଲେ। କୀଟବିଜ୍ଞାନ (ଏଣ୍ଟୋମୋଲୋଜି)ର ଡେପୁଟି ଡାଇରେକ୍ଟର ଡ. ଜେ. ଏନ୍‌. ଠାକୁର ୨୦୦୬ ଅଗଷ୍ଟର ଏକ ଘଟଣାକୁ ମନେ ପକାଇଛନ୍ତି। ସେହି ସମୟରେ ଭାରତ-ଚାଇନା ସୀମାବର୍ତ୍ତୀ ଅଞ୍ଚଳ ଡେମ୍‌ଚୌକରେ କୀଟନାଶକ ସିଞ୍ଚିବାକୁ ଦିଆଯାଇ ନ ଥିଲା। ସ୍ଥାନୀୟ ଅଧିବାସୀଙ୍କ ନିବେଦନ ଥିଲା ଯେ, କୀଟ ମଧ୍ୟ ସେମାନଙ୍କ ପିଲାମାନଙ୍କ ପରି। କୀଟମାନେ ଉପଯୁକ୍ତ ପରିବେଶ ପାଇବା ସେମାନଙ୍କର ଅଧିକାର। ହେଲେ କୀଟଙ୍କଠାରୁ କିପରି ଫସଲକୁ ରକ୍ଷା କରାଯାଇପାରିବ ବୋଲି ପଚରାଯିବାରୁ, କିଛି ଆଧ୍ୟାତ୍ମିକ କାର୍ଯ୍ୟ କରିବେ, ଯାହା କୀଟଙ୍କୁ ରୋକିହେବ ବୋଲି ସେମାନେ ଉତ୍ତର ଦେଇଥିଲେ।
ସୂଚନାଥାଉ କି, ପାକିସ୍ତାନର ଓକରା ଜିଲାରେ କୃଷକମାନେ ପଙ୍ଗପାଳକୁ ଫାଶରେ ପକାଇ ବିକ୍ରୟ କରନ୍ତି। ତାହାକୁ ହାଇ ପ୍ରୋଟିନ୍‌ ଚିକେନ୍‌ ଫିଡ୍‌ ଭାବେ ବ୍ୟବହାର କରାଯାଏ। ଏହା ସେମାନଙ୍କ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଚାଇନା ବତକମାନଙ୍କୁ ‘ବାୟୋଲୋଜିକାଲ ଓ୍ବାରଫେର୍‌’ ଭାବେ ବ୍ୟବହାର କରୁଥିଲା, କାରଣ ବତକମାନେ ପଙ୍ଗପାଳ ଖାଉଥିଲେ। ପଡ଼ୋଶୀ ପାକିସ୍ତାନକୁ ଫସଲ ହାନିରୁ ରକ୍ଷା କରିବା ପାଇଁ ସହାୟତା ଭାବେ ବତକ ସେନା ପଠାଇବା ପାଇଁ ମଧ୍ୟ ଚାଇନା ଯୋଜନା କରିଥିଲା। କିନ୍ତୁ ଶୁଷ୍କ ଅବସ୍ଥା ଯୋଗୁ ବୈଜ୍ଞାନିକମାନେ ଏହି ଯୋଜନାକୁ ରୋକି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri