Odisha Elections 2024

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ପାଠ୍ୟ ପୁସ୍ତକ ସହ ଅନ୍ୟ ବହି ପଢ଼ିବାକୁ ପରାର୍ମଶ

ନୟାଗଡ଼ ଅଫିସ,୧୫।୧-ନୟାଗଡ଼ ସ୍ବୟଂଶାସିତ ଓ ଯୁକ୍ତ ୨ କନିଷ୍ଠ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ଅଟୋ ପେଷ୍ଟ-୨୦୨୦ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଛାତ୍ର ସଙ୍ଗଠକ ମନୋରଞ୍ଜନ ଗୌଡ଼ଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବର୍ତ୍ତମାନ ସମୟ ମୂଲ୍ୟବାନ ବୋଲି କହିଥିଲେ। ତେଣୁ ବର୍ତ୍ତମାନ ସମୟରେ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ୍ୟ ବହି ପଠନ କରିବା ପାଇଁ ପରାର୍ମଶ ଦେଇଥିଲେ। ଯାହାକି ସେମାନଙ୍କୁ ଆଗାମୀ ଦିନରେ ସଫଳତାର ସ୍ବାଦ ଚଖାଇବ ବୋଲି ପ୍ରକାଶ କରିଥିଲେ। ସେହିଭଳି ମନ୍ତ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକୃତି ଯାହା ଦେଇଛି ତାକୁ ଆମେ ନଷ୍ଟ କରିବାରେ ଲାଗୁଛେ, ଏହାକୁ ସାଇତି ରଖିବା ଦରକାର ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ନୂତନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉଥିବାରୁ କଲେଜରେ ପାଦ ଦେଉଥିବା ପ୍ରତ୍ୟେକ ଛାତ୍ରୀଛାତ୍ର ଯେପରି ସଫଳ ହେବେ ସେ ଦିଗରେ ଅଧ୍ୟାପିକାଅଧ୍ୟାପକମାନେ ଗୁରୁଦାୟିତ୍ୱ ବହନ କରନ୍ତୁ ବୋଲି ପରାର୍ମଶ ଦେଇଥିଲେ। ଆଗାମୀ ଦିନରେ ସ୍ବୟଂଶାସିତ ମହାବିଦ୍ୟାଳୟକୁ ନାକ୍‌ ଟିମ୍‌ ଆସୁଥିବାରୁ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ରମାନେ କଠୋର ପରିଶ୍ରମ କରିବାକୁ ମନ୍ତ୍ରୀ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଡା. ପୋମା ଟୁଡ଼ୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ କୌଣସି କାର୍ଯ୍ୟରେ ଭୟ ନ କରି ତାହାକୁ ମୁକାବିଲା କରିବା ପାଇଁ ପରାର୍ମଶ ଦେଇଥିଲେ। ଯିଏ ବାରମ୍ବାର ଉଦ୍ୟମ ଜାରି ରଖିଥାଏ ଭାଗ୍ୟ ତାଙ୍କୁ ସହାୟ ହୁଏ। ତେଣୁ ଯେ ଯେଉଁ ଦିଗରେ ସଫଳତା ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ଦିଗରେ କଠୋର ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ କରିବା ପାଇଁ ଜିଲାପାଳ ଟୁଡ଼ୁ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ। ମୁଖ୍ୟ ଛାତ୍ର ସଙ୍ଗଠକ ମନୋରଞ୍ଜନ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ ପତି, ଯୁକ୍ତ ୨ ସାଂସ୍କୃତିକ ସଂଘର ଉପଦେଷ୍ଟା ସୁଲୋତା ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ଯୁକ୍ତ ୩ ସାଂସ୍କୃତିକ ସଂଘର ଉପଦେଷ୍ଟା ଶେଖ୍‌ ଇଶାକ୍‌ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୧୯ରେ ଯୁକ୍ତ ୨ କଳାରେ ପ୍ରଥମ ହୋଇଥିବା ଉଷାରାଣୀ ମହାପାତ୍ର, ବାଣିଜ୍ୟରେ ଅଙ୍କିତା ରାଉତ, ବିଜ୍ଞାନରେ ସୁପ୍ରିୟା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୧୯ ବର୍ଷରେ କଳାରେ ଶ୍ରେଷ୍ଠ ସ୍ନାତକ ସୁକାନ୍ତି ପରିଡ଼ା, ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ହେମନ୍ତ କୁମାର ନାୟକ ଓ ବିଜ୍ଞାନରେ ଶ୍ରେଷ୍ଠ ସ୍ନାତକ ଜ୍ଞାନପ୍ରଭା ଦାଶଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିଭଳି କ୍ରୀଡ଼ା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଛାତୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଗଣେଶ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ, ଅଙ୍କକଷାରେ ଲାଗିଛନ୍ତି ଦଳୟୀ କର୍ମୀ

ରାଇକିଆ,୩୦।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହୋଇଯାଇଛି। ଏବେ ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା । ଏହାକୁ...

ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍‌ ଛାଡ଼

ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ...

ବାଣ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୫: ପୁରୀ ବାଣ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ

ପାଟଣା,୩୦ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ ମିଲ୍ସ ଫାଟକ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଶତାଧିକ...

ବିଦ୍ୟୁତ୍‌ ଠିକାଦାରଙ୍କ ଘରେ ଆଇଟି ରେଡ୍‌

ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍‌ କରାଯାଇଛି। ବିଦ୍ୟୁତ୍‌ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ...

ବିଜେଡି-ଭାଜପା ମିଶିକି ଅଛନ୍ତି, ଚିନ୍ତାଧାରା ବି ଗୋଟିଏ: ରାହୁଲ

ସିମୁଳିଆ,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ...

ଅସହ୍ୟ ଗୁଳୁଗୁଳି, ଚିନ୍ତା ବଢ଼ାଉଛି ବିଦ୍ୟୁତ୍‌କାଟ୍‌ ସମସ୍ୟା

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ପ୍ରଚଣ୍ଡ ଖରା ସହ ଗରମ ବୃଦ୍ଧି ପାଇଛି। ବୁଧବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆର୍ଦ୍ରତା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର

ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ  ଲୁଚକାଳି ଚାଲିଛି। ମଦଦୋକାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri