ନ୍ୟୁୟର୍କରେ ଛୁଟି କାଟୁଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ର ପପୁଲାର୍‌ ଷ୍ଟାର୍‌-କିଡ୍‌ଙ୍କ ମଧ୍ୟରୁ ସାରା ଅଲୀ ଖାନ୍‌ ଅନ୍ୟତମ। କେବଳ ଷ୍ଟାର୍‌-କିଡ୍‌ ଭାବେ ନୁହେଁ, ଭଲ ବ୍ୟବହାର ସାଙ୍ଗକୁ ଦମଦାର୍‌ ଅଭିନୟ ଏବଂ ନିଜର ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ ମଧ୍ୟ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏହାସହ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ସହ ତାଙ୍କ ରିଲେଶନଶିପ୍‌କୁ ନେଇ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ସାରା ଚର୍ଚ୍ଚାରେ ଥିଲେ। ହେଲେ ନିକଟରେ ଉଭୟଙ୍କ ମ୍ୟୁଚୁଆଲ୍‌ ବ୍ରେକ୍‌ଅପ୍‌ ହୋଇଯାଇଥିବା ଜଣାପଡ଼ିଛି। ସାରାଙ୍କୁ ଯୁବପିଢ଼ି ବହୁତ ପସନ୍ଦ କରିଥାନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ସେ ସବୁବେଳେ ରୁହନ୍ତି ଅପଡେଟ୍‌। ତେବେ ନଓ୍ବାବ୍‌ ପରିବାରର ତନୟା ସାରା ଆଜିକାଲି ନୁ୍ୟୁୟର୍କରେ ଛୁଟି କାଟୁଛନ୍ତି। ଭାରତ ପରେ ନ୍ୟୁୟର୍କରେ ସମୟ କାଟିବାକୁ ସେ ଅଧିକ ପସନ୍ଦ କରନ୍ତି। କାରଣ ସେଠାରେ ହିଁ ସାରା ନିଜ ପାଠପଢ଼ା ସାରିଛନ୍ତି। ନିଜ ନ୍ୟୁୟର୍କ ଟ୍ରିପ୍‌ର ଫଟୋଗୁଡ଼ିକୁ ସାରା ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ଲୋକ ପସନ୍ଦ ମଧ୍ୟ କରୁଛନ୍ତି। ଫଟୋଗୁଡ଼ିକରୁ ସେ ଖୁବ୍‌ ମସ୍ତି କରୁଥିବା ଜଣାପଡ଼ୁଛି। ଏହି ଭେକେଶନ୍‌ ଟ୍ରିପ୍‌ରେ ସେ କେବଳ ପାର୍ଟି କରୁନାହାନ୍ତି ବରଂ ନିଜ ଜିମ୍‌ ସେଡ୍ୟୁଲ୍‌ ମଧ୍ୟ ନିୟମିତ ରଖିଛନ୍ତି। ସେଠାକାର ଲୋକାଲ୍‌ କାଫେ, ପବ୍‌ସ୍‌, ପିଜ୍‌ଜା ଜଏଣ୍ଟସ୍‌ ଆଦି ସ୍ଥାନକୁ ବୁଲିଯାଇ ଫଟୋ ଶେୟାର କରିଛନ୍ତି। ଏହାସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବା ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ସ୍ଲିଙ୍ଗ୍‌ ବ୍ୟାଗ୍‌ ଧରିଥିବାବେଳେ ବ୍ଲାକ୍‌ ଡେନିମ୍‌, ପିଙ୍କ୍‌ ଓ୍ବିନ୍‌ଟର ଜ୍ୟାକେଟ୍‌, ପିଙ୍କ ଟି-ଶାର୍ଟ, ଲାଇଟ୍‌ ପିଙ୍କ୍‌ ସ୍କ୍ରାଫ୍‌ ଆଉ ବ୍ଲାକ୍‌ ବୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଲୁକ୍‌ରେ ସେ ଖୁବ୍‌ ଷ୍ଟାଇଲିସ୍‌ ଦେଖାଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri