ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଭୋଗରାଇ, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଦେହୁର୍ଦ୍ଦାସ୍ଥିତ ନେସ୍କୋ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟୁତ୍‌୍‌ ସେବା ବ୍ୟାହତ ହେବାର ଆଶଙ୍କା ଥିବାରୁ ବିଭାଗୀୟ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରି ତୀକ୍ଷ୍‌ଣ ନଜର ରଖିଛନ୍ତି।

ଗତ ୧୧।୪।୧୯ରେ ଚନ୍ଦନେଶ୍ୱର ବିଦ୍ୟୁତ୍‌ ସେକ୍ସନ୍‌ର ଜେଇ ସନ୍ତୋଷ କୁମାର ମହନ୍ତ ତାଙ୍କ ସହିତ କେତେକ ବିଦ୍ୟୁତ୍‌ କର୍ମଚାରୀ ରଣକୋଠା ଗ୍ରାମସ୍ଥିତ ଚିଙ୍ଗୁଡ଼ି ଝିଲ ମାଲିକଙ୍କ ବକେୟା ବିଦ୍ୟୁତ୍‌ ବିଲ ପୈଠ ପାଇଁ ସେଠାକୁ ଯାଇଥିଲେ। ହାମରିଆ ଗ୍ରାମର ଚିଙ୍ଗୁଡ଼ି ଝିଲି ମାଲିକ ଧନଞ୍ଜୟ ଜେନା, ମୃତ୍ୟୁଞ୍ଜୟ ଜେନା ଓ ଗୌତମ ଜେନା ବିଦ୍ୟୁତ୍‌ କର୍ମଚାରୀଙ୍କୁ ବକେୟା ବିଦ୍ୟୁତ୍‌ ବିଲ ସମାଧାନ କରାଯାଉ ବୋଲି ଅଡ଼ି ବସିଥିଲେ। ବିଦ୍ୟୁତ୍‌ କର୍ମଚାରୀମାନେ ବକେୟା ବିଦ୍ୟୁତ୍‌ ବିଲ ପୈଠ ନ କଲେ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରାଯିବ ବୋଲି କହିବାରୁ ଚିଙ୍ଗୁଡ଼ି ଝିଲି ମାଲିକ ସଂଘବଦ୍ଧ ହୋଇ ବାଉଁଶ ଦ୍ୱାରା କର୍ମଚାରୀଙ୍କୁ ମାଡ଼ ମାରିଥିବା ଭୋଗରାଇ ଥାନାରେ ଅଭିଯୋଗ ହୋଇଥିଲା। ବିଦ୍ୟୁତ୍‌ ବିଭାଗର ଦୁଇ କର୍ମଚାରୀ ପାର୍ଥସାରଥୀ ପାତ୍ର ଓ ଚନ୍ଦନ ଭୁୟାଁ ଆକ୍ରମଣକାରୀଙ୍କ ଦ୍ୱାରା ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଆକ୍ରମଣକାରୀମାନେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୋବାଇଲ ଫୋନ୍‌କୁ ଚିଙ୍ଗୁଡ଼ି ଝିଲ୍ଲିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଭୋଗରାଇ ପୋଲିସ ଏହି ଘଟଣାରେ ଏକ ମାମଲା(ନଂ.୫୫/୧୯) ରୁଜୁ କରି ପ୍ରାଥମିକ ତଦନ୍ତ କରୁଛି। ହେଲେ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ବିଳମ୍ବ କରୁଥିବାରୁ ନେସ୍କୋ କାର୍ଯ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ କର୍ମଚାରୀ ଧାରଣାରେ ବସିଛନ୍ତି। ଘଟଣାସ୍ଥଳକୁ ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ କୁମାର ପଣ୍ଡା ଯାଇ ଏସ୍‌ଡ଼ିଓ ଭୁବନାନନ୍ଦ ଦାସ, ଜେଇ ବିଶ୍ୱଜିତ୍‌ ମହାପାତ୍ର ଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ନ ହେବା ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିର୍ବାହୀଯନ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri