Posted inଖେଳ

ନେତୃତ୍ୱ ଭାଗବଣ୍ଟା, ନୂଆ କୋଚ୍‌ ନିଯୁକ୍ତି ନେଇ ନିଷ୍ପତ୍ତି ନେବ ପିସିବି

କରାଚୀ,୧୭।୭(ପି.ଟି.)- ବିଶ୍ୱକପ୍‌ରେ ସେମିଫାଇନାଲକୁ ଉଠିବାରେ ବିଫଳ ହେବା ପରେ ପାକିସ୍ତାନ କ୍ରିକେଟରେ ବ୍ୟାପକ ଅଦଳବଦଳ ହେବା ଆଶା କରାଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ କେତୋଟି ଦୃଢ ପଦକ୍ଷେପ ନେବ ବୋଲି ସୂଚନା ଦେଇଛି। ନେତୃତ୍ୱରେ ଭାଗବଣ୍ଟା ଅର୍ଥାତ୍‌ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଧିନାୟକ ନିଯୁକ୍ତି ଉପରେ ପିସିବି ଜୋର ଦେବ। କେବଳ ସେତିକି ନୁହେଁ, ନୂଆ କୋଚ ନିଯୁକ୍ତ ପାଇଁ ଦରଖାସ୍ତ ଆହ୍ବାନ କରାଯିବା ନେଇ ପିସିବି କ୍ରିକେଟ କମିଟି ନିଷ୍ପତ୍ତି ନେବ। କ୍ରିକେଟ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ତେବେ କମିଟିର ବୈଠକ ଆସନ୍ତା ୨୯ ତାରିଖରେ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ପିସିବି ଏ ସଂକ୍ରାନ୍ତରେ କିଛି ସୂଚନା ଦେଇ ନାହିଁ। କମିଟିର ସଦସ୍ୟ ଥିବା ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌ ବ୍ୟକ୍ତିଗତ କାରଣରୁ ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ଥିବାରୁ ବୈଠକ ବିଳମ୍ବିତ ହୋଇଛି ବୋଲି କୁହାଯାଇଛି।
କମିଟିର ଅନ୍ୟତମ ସଦସ୍ୟ କିମ୍ବଦନ୍ତୀ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଓ ପୂର୍ବତନ ଜାତୀୟ ମହିଳା ଅଧିନାୟିକା ଉରୁର ମମ୍‌ତାଜ ବୈଠକ ଡାକିବାକୁ ଆଗରୁ କହିସାରିଛନ୍ତି। ପିସିବି ମ୍ୟାନେଜିଂ ଡାଇରେକ୍ଟର ଓ୍ବାସିମ ଖାଁ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସଦ୍ୟସମାପ୍ତ ବିଶ୍ୱକପ୍‌ରେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଦଳର ଦୁର୍ବଳ ପ୍ରଦର୍ଶନ ନେଇ ଏହି ବୈଠକରେ ଆଲୋଚନା କରାଯିବ। ଚୁକ୍ତି ଅବଧିକୁ ବୃଦ୍ଧି କରା ନ ଗଲେ ହେଡ୍‌ କୋଚ୍‌ ମିକି ଆର୍ଥର ଏହି ପଦ ପାଇଁ ପୁଣି ଥରେ ଆବେଦନ କରିବେ ବୋଲି ପିସିବି ମୁଖ୍ୟ ଏହସାନ ମନି ଓ ଓ୍ବାସିମ ଖାଁଙ୍କୁ କହିଛନ୍ତି। ଅନ୍ୟ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ମଧ୍ୟ ଆଲୋଚନା କରାଯିବ ବୋଲି କୁହାଯାଇଛି। ତେବେ କୋଚ୍‌ ପଦରେ ଜଣେ ଦେଶୀ କିମ୍ବା ଜଣେ ବିଦେଶୀଙ୍କୁ ନିଯୁକ୍ତି ନେଇ ପିସିବି ପୂର୍ବପରି ଦ୍ୱନ୍ଦ୍ୱରେ ରହିଛି। ନେୃତୃତ୍ୱରେ ଭାଗବଣ୍ଟା କରି ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ କାର୍ଯ୍ୟଭାର କମ୍‌ କରିବାକୁ ପିସିବି ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri