Posted inଖେଳ

ନେତୃତ୍ୱ ବିଭାଜନ ଭାରତରେ କାମ ଦେବନି: ନାସିର

ନୂଆଦିଲ୍ଲୀ,୧୩।୫(ପି.ଟି.): ପ୍ରଭାବ ବିସ୍ତାର କରିବା ଓ ନିଜ ଚିନ୍ତାଧାରା ଅନ୍ୟଉପରେ ଲଦିବା ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ବଭାବ। ତେଣୁ ଭାରତରେ ନେତୃତ୍ୱ ବିଭାଜନ କାମ ଦେବନାହିଁ ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ନାସିର ହୁସେନ୍‌ କହିଛନ୍ତି। ଅର୍ଥାତ ସବୁ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତି ଦେବା କୌଶଳ କାମ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଭିନ୍ନ ଭିନ୍ନ କୋଚ୍‌ ନିଯୁକ୍ତ ଦେବା କୌଶଳ ଭାରତ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ।
ଇଂଲଣ୍ଡରେ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ଏହା ବର୍ତ୍ତମାନ ପରିସ୍ଥିତିରେ ଭାରତ ପାଇଁ ପ୍ରଜୁଜ୍ୱ ନୁହଁ। କୋହଲି ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। କୋହଲି ଅନ୍ୟ କାହାକୁ କ୍ଷମତା ବା ନେତୃତ୍ୱ ଦେବାକୁ ନିଶ୍ଚିତ ଭାବେ କୁଣ୍ଠିତ ହେବେ ବୋଲି ସେ କହିଛନ୍ତି। ତେବେ ପ୍ରଶିକ୍ଷଣରେ ବିଭାଜନ ହେବା ଭାରତ ପାଇଁ ଖରାପ୍‌ କଥା ନୁହଁ। କୋଚ୍‌ମାନଙ୍କୁ ବହୁତ କିଛି ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ହୋଇଥାଏ। ତେଣୁ ପ୍ରଶିକ୍ଷଣରେ ବିଭାଜନ ହେଲେ କୌଣସି ଅସୁବିଧା ନାହିଁ। ଟ୍ରେଭର ବେଲିସ୍‌ଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ, ବେଲି ଇଂଲଣ୍ଡ ଦିନିକିଆ ଦଳର କୋଚ୍‌ ରହିଥିଲେ। ତେଣୁ ଭାରତରେ ଦିନିକିଆ ଓ ଟେଷ୍ଟ ପାଇଁ ଭିନ୍ନ ଭିନ୍ନ କୋଚ୍‌ ରହିଲେ ସମସ୍ୟା କିଛି ନାହିଁ। ତେବେ ଏତେ ସଂଖ୍ୟାକ ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ଭାରତୀୟ ଚୟନକର୍ତ୍ତାମାନେ ୪ ନମ୍ବର ପାଇଁ କାହାକୁ ଏପର୍ଯ୍ୟନ୍ତ ଚୟନ କରିବାରେ ସଫଳ ହୋଇପାରି ନାହାନ୍ତି। କିନ୍ତୁ ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଆଗରେ ରହିବ। କାରଣ ସୀମିତ ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଏହି ସମସ୍ୟାର ସମାଧାନ କରିପାରିଛି। କିନ୍ତୁ ଭାରତରେ ୪ ନମ୍ବରରେ କେହି ଜଣେ ବିଫଳ ହେଲେ ଆଉ ଜଣେ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି। ତେଣୁ ଭାରତ ୪ ନମ୍ବର ସମସ୍ୟାର ସମାଧନା ଯଥାଶୀଘ୍ର କରିବା ଉଚିତ ବୋଲି ହୁସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri