ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି ସାହାଯ୍ୟ କରିବା ପାଇଁ ହ୍ୟାକିଂ ସେବା ପ୍ରଦାନ କରିଥିଲା। ନୂଆଦିଲ୍ଲୀର ବେଲ୍‌ଟ୍ରୋକ୍ସ ଇନ୍‌ଫୋଟେକ୍‌ ସର୍ଭିସ ନାମକ ଏହି ସଂସ୍ଥା ୟୁରୋପର ସରକାରୀ ଅଧିକାରୀ, ବାହାମାସ୍‌ର ଗାମ୍ବଲିଂ ଟାଇକୁନ୍ସ ଏବଂ ଆମେରିକାର ଜଣାଶୁଣା ନିବେଶକମାନଙ୍କୁ ଟାର୍ଗେଟ କରିଥିଲା। ଘରୋଇ ଇକ୍ୱିଟି ଜାଏଣ୍ଟ କେକେଆର୍‌ ଏବଂ ଶର୍ଟ ସେଲର୍‌ ମୁଡି ଓ୍ବାଟର୍ସ ମଧ୍ୟ ଏହାର ଗୁପ୍ତଚରଗିରିର ଶିକାର ହୋଇଥିବା ତିନିଜଣ ପୂର୍ବତନ କର୍ମଚାରୀ, କ୍ଷେତ୍ର ଗବେଷକଙ୍କ ତଥ୍ୟ ଓ ଏକ ଅନ୍‌ଲାଇନ୍‌ ପ୍ରମାଣର ଟ୍ରାଏଲ୍‌ରୁ ଜଣାପଡ଼ିଛି।
ବେଲ୍‌ଟ୍ରୋକ୍ସର ହ୍ୟାକରମାନେ କ’ଣ ସବୁକୁ ନେଇ ଟାର୍ଗେଟ କରିଛନ୍ତି, ସେ ସମ୍ପର୍କରେ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ତନାଘନା ଚଳାଇଛନ୍ତି। ଏହି ବିଷୟ ସମ୍ପର୍କରେ ଜ୍ଞାନ ଥିବା ୫ ଜଣ ବ୍ୟକ୍ତି ଏନେଇ ସୂଚନା ଦେଇଛନ୍ତି। ଆମେରିକାର ନ୍ୟାୟ ବିଭାଗ ଏହା ଉପରେ ମନ୍ତବ୍ୟ ଦେବାକୁ ମନାକରିଦେଇଛି। ବେଲ୍‌ଟ୍ରୋକ୍ସର କ୍ଲାଏଣ୍ଟମାନଙ୍କ ପରିଚୟ ଜଣାପଡ଼ିନାହିଁ। ବେଲ୍‌ଟ୍ରୋକ୍ସକୁ କିଏ ହାୟର କରିଥିଲା ସେ ନେଇ କିଛି ପ୍ରଘଟ କରିବା ପାଇଁ କମ୍ପାନୀ ମାଲିକ ସୁମିତ୍‌ ଗୁପ୍ତା ମନାକରିଦେଇଛନ୍ତି। ସେମାନେ କିଛି ଭୁଲ୍‌ କରି ନ ଥିବା ସେ କହିଛନ୍ତି। ମୁଡି ଓ୍ବାଟର୍ସ ପ୍ରତିଷ୍ଠାତା କାର୍ସୋନ ବ୍ଲକ୍‌ କହିଛନ୍ତି, ସେ ଏହାକୁ ନେଇ ନିରାଶ, କିନ୍ତୁ ବିସ୍ମିତ ହୋଇନାହାନ୍ତି। ସେହିପରି କେକେଆର୍‌ ଏନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛି।
ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମିର ମ୍ୟାପିଂ କରିବାରେ ୨ ବର୍ଷରୁ ଅଧିକ ସମୟ ବିତାଇଥିବା ଇଣ୍ଟରନେଟ୍‌ ଓ୍ବାଚ୍‌ଡଗ୍‌ ଗ୍ରୁପ୍‌ ସିଟିଜେନ୍‌ ଲାବ୍‌ର ଗବେଷକମାନେ ମଙ୍ଗଳବାର ଏକ ରିପୋର୍ଟ ଜାରି କରିଛନ୍ତି। ଏହି ଗୁପ୍ତଚରଗିରି ଅଭିଯାନ ପଛରେ ବେଲ୍‌ଟ୍ରୋକ୍ସର କର୍ମଚାରୀମାନେ ଅଛନ୍ତି ବୋଲି ଦୃଢ଼ବିଶ୍ୱାସ ରହିଥିବା ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି। ସିଟିଜେନ୍‌ ଲାବ୍‌ ଗବେଷକ ଜନ୍‌ ସ୍କଟ ରେଲଟନ କହିଛନ୍ତି, ଏହା ହେଉଛି ବର୍ତ୍ତମାନ ଯାଏ ପ୍ରଘଟ ହୋଇଥିବା ଗୁପ୍ତଚରଗିରିର ଅନ୍ୟତମ ବୃହତ୍‌ ହାୟର ଅପରେଶନ। ଯଦିଓ ସରକାର ପ୍ରାୟୋଜିତ ଗୁପ୍ତଚର ଗୋଷ୍ଠୀ ବା ଶିରୋନାମା ମଣ୍ଡନକାରୀ ଚୋରି ଉପରେ ଧ୍ୟାନ ଦେବା ପାଇଁ ସେମାନଙ୍କୁ କୁହାଯାଇଛି, ତେବେ ସାଇବର ମର୍ସେନେରି (ଭଡ଼ା) ସେବାଗୁଡ଼ିକ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। କୌଣସି ସେକ୍ଟରକୁ ଛଡ଼ାଯାଇ ନ ଥିବା ତଦନ୍ତରୁ ଜଣାପଡ଼ିଛି। ରିଭ୍ୟୁ କରାଯାଇଥିବା କେତେକ ଡାଟାର କେଚ୍‌କୁ ଦେଖିଲେ ଅପରେଶନ୍‌ ସମ୍ପର୍କରେ ବୁଝିହେଉଛି।
ଟାର୍ଗେଟ ବ୍ୟକ୍ତିମାନଙ୍କୁ ଧୋକା ଦେବା ପାଇଁ ମନ୍ଦ ଉଦ୍ଦେଶ୍ୟ ଥିବା ଲକ୍ଷ ଲକ୍ଷ ମେସେଜ୍‌ ପ୍ରସ୍ତୁତ କରାଯାଇଥିଲା। ୨୦୧୩ରୁ ୨୦୨୦ ମଧ୍ୟରେ ବେଲ୍‌ଟ୍ରୋକ୍ସ ପକ୍ଷରୁ ପଠାଯାଇଥିବା ପାସ୍‌ଓ୍ବାଡ୍‌ଗୁଡ଼ିକୁ ଛାଡ଼ିଦେବା ପାଇଁ ସେମାନଙ୍କୁ କୁହାଯାଇଥିଲା। ସେମାନଙ୍କ ପ୍ଲାଟଫର୍ମରେ ଅସ୍ବାଭାବିକ କାର୍ଯ୍ୟକଳାପ ଚାଲିଥିବା ନେଇ ଫାର୍ମଗୁଡ଼ିକୁ ଆଲର୍ଟ କରାଯିବା ପରେ ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଏହି ତଥ୍ୟ ଅନ୍‌ଲାଇନ୍‌ ସେବା ପ୍ରଦାନକାରୀ ନାମ ଗୋପନ ରଖିବା ସର୍ତ୍ତରେ ଦେଇଥିଲେ। କିଏ ଓ କେବେ ଟାର୍ଗେଟ ହୋଇଥିଲେ ଏହି ତଥ୍ୟ ହେଉଛି ତାକୁ ପ୍ରଭାବୀ ଢଙ୍ଗରେ ସୂଚାଉଥିବା ଏକ ଡିଜିଟାଲ ହିଟ୍‌ ଲିଷ୍ଟ। ଏହାର ଶିକାର ହୋଇଥିବା ବ୍ୟକ୍ତି ବା ସଂସ୍ଥାକୁ ଆସିଥବା ଇମେଲ୍‌ଗୁଡ଼ିକୁ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଯାଞ୍ଚ କରାଯିବା ପରେ ଉକ୍ତ ତଥ୍ୟକୁ ବୈଧ ବୋଲି ଦର୍ଶାଯାଇଛି। ବେଲ୍‌ଟ୍ରୋକ୍ସର ଟାର୍ଗେଟ ହୋଇଥିବା ହଜାର ହଜାର ଲୋକଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ବିଚାରପତିମାନେ, ମେକ୍ସିକୋର ରାଜନେତା, ଫ୍ରାନ୍ସର ଆଇନଜୀବୀ ଏବଂ ଆମେରିକାର ପରିବେଶ ଉପରେ କାର୍ଯ୍ୟରତ କେତେକ ଗୋଷ୍ଠୀ ରହିଛନ୍ତି। ଏମାନେ ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି କିମ୍ବା ମେସେଜ୍‌ର ଉତ୍ତର ଦେଇନାହାନ୍ତି।
୨୦୧୫ରେ ବେଲ୍‌ଟ୍ରୋକ୍ସ ମାଲିକ ସୁମିତ୍‌ ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପାଇଁ ଆମେରିକାର ଦୁଇଜଣ ଘରୋଇ ତଦନ୍ତକାରୀ ସୁମିତଙ୍କୁ ଅର୍ଥ ଦେଇଥିବା ସ୍ବୀକାର କରିବା ପରେ ୨୦୧୭ରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ତେବେ ଏହି ମାମଲାର ବର୍ତ୍ତମାନ ସ୍ଥିତି କିମ୍ବା ସୁମିତଙ୍କ ବିରୋଧରେ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଛି କି ନାହିଁ ତା’ ଉପରେ ଆମେରିକାର ନ୍ୟାୟ ବିଭାଗ ମୁହଁ ଖୋଲିବାକୁ ମନା କରିଦେଇଛି। ଦିଲ୍ଲୀ ପୋଲିସ ଓ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏନେଇ କିଛି ମନ୍ତବ୍ୟ ଦେଇନାହିଁ। ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରୁ ଫୋନ୍‌ ଯୋଗେ ସୁମିତ କହିଛନ୍ତି, ହ୍ୟାକିଂ କରାଯାଇ ନାହିଁ। ତାଙ୍କୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଯୋଗାଯୋଗ କରାଯାଇ ନାହିଁ। ଘରୋଇ ତଦନ୍ତକାରୀମନେ ତାଙ୍କୁ ଲଗ୍‌ଇନ୍‌ ଡିଟେଲ୍ସ ଦେବା ପରେ ସେ କେବଳ ଇମେଲ୍‌ ଇନ୍‌ବକ୍ସରୁ ମେସେଜ୍‌ ଡାଉନ୍‌ଲୋଡ୍‌ କରିବାରେ ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri