ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଡିଭିଜନ୍‌ର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଇଆଇୟୁ)ର ରିପୋର୍ଟରୁ ଏହି ସୂଚନା ମିଳିଛି।
ଚଳିତ ବର୍ଷ ଏହି ତାଲିକାରେ କରାଚୀ ୧୩୬ତମ ସ୍ଥାନରେ ରହି ବିଶ୍ୱର ପଞ୍ଚମ ନୂନତମ ବାସଯୋଗ୍ୟ ସହର ମାନ୍ୟତା ପାଇଛି। ଅବଶ୍ୟ ସହର ପରିଚାଳନା କ୍ଷେତ୍ରରେ କରାଚୀ ସିରିଆ, ଦାମାସ୍କସ୍‌ ନାଇଜେରିଆର ଲାଗୋସ, ବାଂଲାଦେଶର ଢାକା ଏବଂ ଲିବ୍ୟାର ତ୍ରିପୋଲିଠାରୁ ଅପେକ୍ଷାକୃତ ଉନ୍ନତ ମାନ ପ୍ରଦର୍ଶନ କରିଛି। ୧୦ ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ ରହିଛନ୍ତି ଭେନିଜୁଏଲାର କାରାକାସ, ଆଲଜେରିଆର ଆଲଜିୟର୍ସ, କାମେରୁନ୍‌ର ଡୋଉଆଲା, ଜିମ୍ବାବ୍ବେର ହାରାରେ ଏବଂ ପାପୁଆ ନ୍ୟୁଗିନିର ପୋର୍ଟ ମୋରେସବାଏ। ତେବେ କରାଚୀର ର଼୍ୟାଙ୍କିଂ ପୂର୍ବବର୍ଷ ତୁଳନାରେ ଗୋଟିଏ ସ୍ତରକୁ ବୃଦ୍ଧି ପାଇଛି। ୨୦୧୮ରେ ଏହା ୧୩୭ତମ ସ୍ଥାନରେ ଥିଲା।
ଇତିମଧ୍ୟରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ବିଶ୍ୱର ସର୍ବାଧିକ ବାସଯୋଗ୍ୟ ସହର ର଼୍ୟାଙ୍କ୍‌ରେ ରହିଛି। ଭିଏନା ଚଳିତବର୍ଷ ଅଷ୍ଟ୍ରେଲିଆର ମେଲବୋର୍ନ ସହରଠାରୁ ଗୋଟିଏ ର଼୍ୟାଙ୍କ ଆଗରେ ରହିଛି। ମେଲବୋର୍ନ ୭ବର୍ଷ ଧରି ସର୍ବାଧିକ ବାସଯୋଗ୍ୟ ସହର ତାଲିକାର ଶୀର୍ଷରେ ରହି ଆସିଥିଲା।
ବିଶ୍ୱ ବାସଯୋଗ୍ୟ ତାଲିକା ପ୍ରସ୍ତୁତି ପୂର୍ବରୁ କୌଣସି ସହରର ଡିଜିଟାଲ୍‌, ଭିତ୍ତିଭୂମି, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ନିରାପତ୍ତାକୁ ବିଚାରକୁ ନିଆଯାଏ। କରାଚୀ ଡିଜିଟାଲ୍‌ ନିରାପତ୍ତାରେ ୫୨ତମ, ସ୍ବାସ୍ଥ୍ୟରେ ୫୯ତମ, ଭିତ୍ତିଭୂମିରେ ୫୫ତମ ଏବଂ ବ୍ୟକ୍ତିଗତ ନିରାପତ୍ତା କ୍ଷେତ୍ରରେ ୫୮ତମ ସ୍ଥାନରେ ରହିଛି। ପ୍ରଥମ ଥର ପାଇଁ ଜୀବନଯାପନ ଉପରେ ଜଳବାୟୁର ପ୍ରଭାବକୁ ବିଚାରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri