ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଡିଭିଜନ୍‌ର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଇଆଇୟୁ)ର ରିପୋର୍ଟରୁ ଏହି ସୂଚନା ମିଳିଛି।
ଚଳିତ ବର୍ଷ ଏହି ତାଲିକାରେ କରାଚୀ ୧୩୬ତମ ସ୍ଥାନରେ ରହି ବିଶ୍ୱର ପଞ୍ଚମ ନୂନତମ ବାସଯୋଗ୍ୟ ସହର ମାନ୍ୟତା ପାଇଛି। ଅବଶ୍ୟ ସହର ପରିଚାଳନା କ୍ଷେତ୍ରରେ କରାଚୀ ସିରିଆ, ଦାମାସ୍କସ୍‌ ନାଇଜେରିଆର ଲାଗୋସ, ବାଂଲାଦେଶର ଢାକା ଏବଂ ଲିବ୍ୟାର ତ୍ରିପୋଲିଠାରୁ ଅପେକ୍ଷାକୃତ ଉନ୍ନତ ମାନ ପ୍ରଦର୍ଶନ କରିଛି। ୧୦ ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ ରହିଛନ୍ତି ଭେନିଜୁଏଲାର କାରାକାସ, ଆଲଜେରିଆର ଆଲଜିୟର୍ସ, କାମେରୁନ୍‌ର ଡୋଉଆଲା, ଜିମ୍ବାବ୍ବେର ହାରାରେ ଏବଂ ପାପୁଆ ନ୍ୟୁଗିନିର ପୋର୍ଟ ମୋରେସବାଏ। ତେବେ କରାଚୀର ର଼୍ୟାଙ୍କିଂ ପୂର୍ବବର୍ଷ ତୁଳନାରେ ଗୋଟିଏ ସ୍ତରକୁ ବୃଦ୍ଧି ପାଇଛି। ୨୦୧୮ରେ ଏହା ୧୩୭ତମ ସ୍ଥାନରେ ଥିଲା।
ଇତିମଧ୍ୟରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ବିଶ୍ୱର ସର୍ବାଧିକ ବାସଯୋଗ୍ୟ ସହର ର଼୍ୟାଙ୍କ୍‌ରେ ରହିଛି। ଭିଏନା ଚଳିତବର୍ଷ ଅଷ୍ଟ୍ରେଲିଆର ମେଲବୋର୍ନ ସହରଠାରୁ ଗୋଟିଏ ର଼୍ୟାଙ୍କ ଆଗରେ ରହିଛି। ମେଲବୋର୍ନ ୭ବର୍ଷ ଧରି ସର୍ବାଧିକ ବାସଯୋଗ୍ୟ ସହର ତାଲିକାର ଶୀର୍ଷରେ ରହି ଆସିଥିଲା।
ବିଶ୍ୱ ବାସଯୋଗ୍ୟ ତାଲିକା ପ୍ରସ୍ତୁତି ପୂର୍ବରୁ କୌଣସି ସହରର ଡିଜିଟାଲ୍‌, ଭିତ୍ତିଭୂମି, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ନିରାପତ୍ତାକୁ ବିଚାରକୁ ନିଆଯାଏ। କରାଚୀ ଡିଜିଟାଲ୍‌ ନିରାପତ୍ତାରେ ୫୨ତମ, ସ୍ବାସ୍ଥ୍ୟରେ ୫୯ତମ, ଭିତ୍ତିଭୂମିରେ ୫୫ତମ ଏବଂ ବ୍ୟକ୍ତିଗତ ନିରାପତ୍ତା କ୍ଷେତ୍ରରେ ୫୮ତମ ସ୍ଥାନରେ ରହିଛି। ପ୍ରଥମ ଥର ପାଇଁ ଜୀବନଯାପନ ଉପରେ ଜଳବାୟୁର ପ୍ରଭାବକୁ ବିଚାରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri