ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ଶାହାରୁଖଙ୍କ ହାତରେ କୌଣସି ଅଫର୍‌ ନ ଥିବା ବେଳେ ଏବେ ପୁଣିଥରେ ସେ ବଡ଼ ପରଦାକୁ ଫେରୁଥିବା ଖବର ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଆନନ୍ଦ ଖେଳିଯାଇଛି। କୁହାଯାଉଛି କି ଆସନ୍ତା ବର୍ଷ ୨-୩ ଜଣ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଶାହାରୁଖଙ୍କୁ ଅଫର୍‌ ମିଳିଛି। ଯଦିଓ ପ୍ରୋଜେକ୍ଟ ବିଷୟରେ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ତେବେ ଏଟଲି କୁମାର, ରାଜ ଆଣ୍ଡ ଡିକେ ଓ ରାଜକୁମାର ହିରାନିଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ଶାହରୁଖ କାମ କରିବେ ବୋଲି ଜଣାପଡିଛି। ଯେତେସବୁ ପ୍ରୋଜେକ୍ଟରେ ଶାହାରୁଖ କାମ କରିବାର ଯୋଜନା ରହିଛି ଏହି ସମସ୍ତ ଫିଲ୍ମ ୨୦୨୦ରେ ନିର୍ମାଣ କରାଯାଉଥିବା ବେଳେ ୨୦୨୧ରେ ଏହାର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ସଞ୍ଜୁ, ପିକେ, ଥ୍ରୀ ଇଡିଅଟ୍ସ ଭଳି ହିଟ୍‌ ଫିଲ୍ମ ଦେଇଥିବା ରାଜକୁମାର ହିରାନୀଙ୍କ ସହ ଯଦି ଶାହାରୁଖ କାମ କରନ୍ତି ତେବେ ଏହା ରାଜକୁମାରଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri