ନୂଆ ବର୍ଷ ଲାଗି ଶ୍ରୀମନ୍ଦିର ଚଳଚଞ୍ଚଳ -ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୩୧ା୧୨- ଆଉ ଦୁଇ ଦିନ ପରେ ହେବ ନୂଆବର୍ଷ। ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇପଡିଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ନଜରରେ ରଖି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏ ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ରବିବାର ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଡିଜିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ବୋଲି ସୋମବାର ଜିଲା ପୋଲିସ କାର୍ଯ୍ୟାଳୟ(ଡିପିଓ)ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି।
ମୁତୟନ ହେବେ ୬୦ପ୍ଲାଟୁନ ଫୋର୍ସ : ନୂଆ ବର୍ଷରେ ଭକ୍ତଙ୍କ ଭିଡ଼କୁ ଦେଖି ପୋଲିସ ପକ୍ଷରୁ ୬୦ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏହାସହ ୨ କମାଣ୍ଡାଣ୍ଟ, ୧୦ ଏଏସ୍‌ପି ଓ ଡେପୁଟି କମାଣ୍ଡାଣ୍ଟ, ୨୫ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୬୦ ଆଇଆଇସି/ଏସ୍‌ଆଇ ଓ ଏଏସ୍‌ଆଇ, ୮୦୦ଜଣ କନଷ୍ଟେବଳ ଓ ହାବିଲଦାର ନିୟୋଜିତ ରହିବେ। ମୁଖ୍ୟତଃ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣରେ କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।
୩-ଥାକିଆ ବ୍ୟବସ୍ଥା : ବଡ଼ଦାଣ୍ଡରେ ଭକ୍ତଙ୍କ ଯାତାୟାତବେଳେ ଯେପରି ଅସୁବିଧା ନ ହେବ ସେଥିପାଇଁ ଚଳିତବର୍ଷ ୩ ଥାକିଆ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ନିକଟରୁ ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତା ମଝିରେ ବ୍ୟାରିକେଡ କରାଯାଇଛି। ବ୍ୟାରିକେଡ ମଝିରେ ଭକ୍ତମାନେ ଯାଇ ଦର୍ଶନ ସାରି ଡାହାଣ ପାର୍ଶ୍ୱରେ ଫେରିବେ। ସେହିପରି ବାମପଟେ କେବଳ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ଯାତାୟାତ କରିବେ। ଏହାସହ ବ୍ୟାରିକେଡରେ ପାନୀୟ ଜଳ ବ୍ୟବସ୍ଥା ରହିବ। ବରିଷ୍ଠ ନାଗରିକଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ପୁଣି ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଲାଗି ବ୍ୟାଟେରି ଚାଳିତ ଅଟୋ ବ୍ୟବସ୍ଥା ରହିବ।
ମୋବାଇଲ ଲାଗି ସଚେତନ : ଗତ କିଛି ମାସ ଧରି ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ନେଇ ଭକ୍ତ ଓ ଗବେଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦୃଷ୍ଟିରୁ ବ୍ୟାରିକେଡ ପ୍ରବେଶ ଓ ସିଂହଦ୍ୱାର ନିକଟରେ ମୋବାଇଲ ଚେକିଂ କରାଯିବ। ଡାକବାଜି ଯନ୍ତ୍ରରେ ସୂଚନା ଦିଆଯିବା ସହ ବିଭିନ୍ନ ଭାଷାରେ ସୂଚନାଫଳକ ଲଗାଯିବ।
ସଂଯୋଗୀ ରାସ୍ତା ବ୍ଲକିଂ କରାଯିବ : ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବ୍ଲକିଂ କରାଯିବ। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଆଡ଼କୁ ଯାନବାହନ ଯାତାୟାତ ବନ୍ଦ କରାଯିବ। ମରିଚିକୋଟ ଗଳି, ଶ୍ରୀକୃଷ୍ଣ ସିନେମା ହଲ ଗଳି, ରାଜନଅର ଗଳି, ଦୋଳବୋଦି କୋଣ ଗଳି, ଦୋଳମଣ୍ଡପ ସାହି, କାକୁଡିଖାଇ ଛକ, ଗାଣ୍ଡୁଆ ଚଉଁରା ଛକ, ଗଡନ୍ତି ଛକ ଓ ଗଳିରେ ବ୍ଲକିଂ କରାଯିବ।
ଶହେ ୱାଇବିପି ନିୟୋଜିତ: ପୋଲିସକୁ ସହଯୋଗ ଲାଗି ଶହେରୁ ଊର୍ଦ୍ଧ୍ୱ ୟୁଥ ବେଟର ପୁରୀ(ୱାଇବିପି) ସ୍ବେଚ୍ଛାସେବୀ ମୁତୟନ ହେବେ। ବିଶେଷତଃ ସେମାନେ ଟ୍ରାଫିକ ଏବଂ ଶ୍ରୀମନ୍ଦିର ଭିତରରେ ଭିଡ ନିୟନ୍ତ୍ରଣରେ ନିୟୋଜିତ ରହିବେ। ମାର୍କେଟ ଛକ, ଟାଉନ ଥାନା ଛକ, ସିଂହଦ୍ୱାର ସମେତ ବିଭିନ୍ନ ସ୍ଥାନରେ ରହିବେ।
ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ : ଶ୍ରୀକ୍ଷେତ୍ରର ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ, ପର୍ଯ୍ୟଟକ ବେଳାଭୂମିର ମଜା ନେଇଥାନ୍ତି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଶହେଜଣ ଲାଇଫଗାର୍ଡ ମୁତୟନ ରହିବେ। ଡାକବାଜି ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟଟକଙ୍କୁ ସଚେତନ କରାଯିବ। ପୋଲିସ ସହାୟତା ଭ୍ୟାନ ପାଟ୍ରୋଲିଂ ରହିବ।
ପୁରୀ-କୋଣାର୍କ ରାସ୍ତା ଅବରୋଧ ହଟିବ : ପୁରୀ ଜିଲାର ଅନ୍ୟ ଦର୍ଶନୀୟ ସ୍ଥାନ ଯଥା ସାତପଡ଼ା, କୋଣାର୍କ, ଚନ୍ଦ୍ରଭାଗା, ଅସ୍ତରଙ୍ଗ, କାକଟପୁର ଆଦି ସ୍ଥାନରେ ପ୍ରବଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୁରୀ- କୋଣାର୍କ ରାସ୍ତାରେ ଯେପରି ରାସ୍ତା ଉପରେ କୌଣସି ଯାନବାହନ ପାର୍କିଂ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସାତପଡ଼ାଠାରୁ କୋଣାର୍କ ପର୍ଯ୍ୟନ୍ତ ଟୁରିଷ୍ଟ ସହାୟତା ପାଇଁ ପୋଲିସ ପାଟ୍ରୋଲିଂ କରିବ।
୭ରୁ ୮ହଜାର ଭକ୍ତଙ୍କ ଲାଗି ଜୋତା ଷ୍ଟାଣ୍ଡ : ଦୋଳବୋଦି କୋଣ ନିକଟରେ ଏକକାଳୀନ ୭ରୁ ୮ହଜାର ଭକ୍ତଙ୍କ ମୋବାଇଲ ଓ ଜୋତା ରଖିବା ଲାଗି ବୃହତ ବ୍ୟବସ୍ଥା ହୋଇଛି। ଏହାସହ ସିଂହଦ୍ୱାର ନିକଟରେ ଅସ୍ଥାୟୀ ଭାବେ ଜୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା ରହିଛି ବୋଲି ଏସପି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri