Posted inଖେଳ

‘ନୂଆ ନିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି’

ଚେନ୍ନାଇ, ୧୭।୫: ବର୍ତ୍ତମାନ ପ୍ରଚଳିତ ଏକଦିବସୀୟ କ୍ରିକେଟ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ସାମ୍ପ୍ରତିକ ନିୟମ ବୋଲରଙ୍କ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁହାଉଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଚୟନ କମିଟି ମୁଖ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ସମୟରୁ ଦିନିକିଆ କ୍ରିକେଟ ବ୍ୟାଟ୍ସମ୍ୟାନ ସର୍ବସ୍ବ ହୋଇଯାଇଛି। ଏଥିରେ ବୋଲରଙ୍କ ପାଇଁ ବିଶେଷ ସୁଯୋଗ ନାହିଁ। ”ତେନ୍ଦୁଲକର ଦିନିକିଆରେ ଦୁଇଟି ନୂଆ ବଲ ବ୍ୟବହାରକୁ ପସନ୍ଦ କରିଥିଲେ, ଅର୍ଥାତ୍‌ ଗେମ୍‌ରୁ ରିଭର୍ସ ସୁଇଂ ଚାଲି ଯାଇଥିଲା । ସେହିପରି ଗାଙ୍ଗୁଲି ମଧ୍ୟ ୨ ନୂଆ ବଲ୍‌ ସପକ୍ଷରେ ଥିଲେ, ଅର୍ଥାତ୍‌ ପ୍ରତି ଓଭରରେ ବାଉଣ୍ଡାରି ସମ୍ଭବ। ବ୍ୟାଟ୍‌ ଓ ବଲ୍‌ର ଲଢ଼େଇ ହେଲେ ଯାଇ ମ୍ୟାଚରେ ରୋମାଞ୍ଚ ଆସିଥାଏ। ଆମ ସମୟରେ ବାଉଣ୍ଡାରି ପାଇଁ ୮୦-୯୦ ମିଟର ଦୂରତ୍ୱ ରଖା ଯାଉଥିଲା। ମାତ୍ର ବର୍ତ୍ତମାନ ତାହା ୭୦-୭୫ ମିଟର ମଧ୍ୟରେ ସୀମିତ ରହୁଛି । ଫଳରେ ବ୍ୟାଟ୍ସମ୍ୟାନଙ୍କ କାର୍ଯ୍ୟ ସହଜ ହୋଇଯାଉଛି“ ବୋଲି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ପ୍ରତି ଇନିଂସ ଆରମ୍ଭରେ ନୂଆ ବଲ୍‌ ବ୍ୟବହାର ହେଉଛି। ପଡ଼ିଆ କଟକଣା ରହିବା ସହ ପ୍ରତି ଇନିଂସରେ ୩ଟି ଲେଖାଏ ପାୱାରପ୍ଲେ ସ୍ଥାନ ପାଉଛି। ୧-୧୦ ଓଭର ପାୱାରପ୍ଲେରେ ମାତ୍ର ୨ ଫିଲ୍ଡର ୩୦ ଗଜ ବାହାରେ ରହି ପାରୁଛନ୍ତି। ଦ୍ୱିତୀୟ ପାୱାରପ୍ଲେରେ ୪ ଜଣ ଏବଂ ତୃତୀୟ ପାୱାରପ୍ଲେରେ ୫ ଫିଲ୍ଡର ବାହାରକୁ ଯାଇ ପାରୁଛନ୍ତି। ତାଙ୍କ ସମୟରେ ଏପରି ନିୟମ ଥିଲେ ସେ ନିଶ୍ଚିତ ଅଧିକ ରନ ସଂଗ୍ରହ କରି ପାରିଥାନ୍ତେ ବୋଲି ଶ୍ରୀକାନ୍ତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?