ନୀଳଚକ୍ରରେ ଉଡ଼ିଲା ଧଳାବାନା: ସ୍ବାଭାବିକ ବର୍ଷା, ପବନର ସୂଚକ

ପୁରୀ ଅଫିସ,୮।୬: ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତିଦିନ ଧ୍ୱଜା ବା ବାନା ବନ୍ଧାଯାଏ। ଚୁନରା ସେବକମାନେ ଅପରାହ୍ନରେ ଏହି ବାନା ବାନ୍ଧିଥାନ୍ତି। ନୀଳଚକ୍ର ଅଗ୍ରଭାଗରେ ଗୋଟିଏ ମୁଖ୍ୟ ବାନା ସହିତ ତଳେ ଏକାଧିକ ବାନା ବନ୍ଧାଯାଇଥାଏ। ଗୋଲାପି, ହଳଦିଆ, ନାଲି, ଧଳା ରଙ୍ଗର ବାନା ନୀଳଚକ୍ର ଉପରେ ଉଡୁଥାଏ। ତେବେ ମୁଖ୍ୟ ବାନାର ରଙ୍ଗ ଯେବେ ଧଳା ରହିଥାଏ ତାହା ବର୍ଷା, ପବନ ସୂଚକ ବୋଲି କହିଛନ୍ତି ଚୁନରା ସେବକ ଡ. ଶରତ ମହାନ୍ତି। ୩୮ ବର୍ଷର ବାନା ବନ୍ଧାର ଅନୁଭୂତିକୁ ନେଇ ଡ. ମହାନ୍ତି କହିଛନ୍ତି, ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଭକ୍ତ ବାନା ବାନ୍ଧିବା ପାଇଁ ଦିଅନ୍ତି। ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଲଟେରି ହୁଏ। ଲଟେରି ଅନୁଯାୟୀ ମୁଖ୍ୟ ବାନା ବନ୍ଧାଯାଏ। ତେବେ ଯେଉଁଦିନ ଧଳା ବାନା ଲଟେରି ଉଠେ ତା ପରଦିନ ବା ପାଖାପାଖି ବର୍ଷା, ପବନ ହେବାର ସମ୍ଭାବନା ଅଧିକ ଥାଏ। ଏହି ବାନା ଏକପ୍ରକାର ସୂଚନା ଦିଏ ବୋଲି କହିଛନ୍ତି ଶରତ। ରବିବାର ସକାଳେ ନୀଳଚକ୍ରରେ ଧଳା ବାନା ଉଡୁଥିଲା। ସକାଳୁ ପରୀର ଆକାଶ ମେଘୁଆ ରହିଥିବାବେଳେ ସାମାନ୍ୟ ଝିପି ଝିପି ବର୍ଷା ପଡ଼ିଥିଲା। ଏପରି କି ଅଧିକାଂଶ ସମୟ ଆକାଶ ମେଘୁଆ ମଧ୍ୟ ରହିଥିଲା। କେବଳ ଏହିଦିନଟି ନୁହେଁ, ବାତ୍ୟା ଅମ୍ଫନ ପୂର୍ବରୁ ବି ନୀଳଚକ୍ରରେ ଧଳା ବାନା ଉଡ଼ିଥିଲା। ସେହିପରି ଗତବର୍ଷ ଫନୀ ବାତ୍ୟାର ପୂର୍ବଦିନ ଅର୍ଥାତ୍‌ ମେ ୨ ତାରିଖ ଗୁରୁବାର ନୀଳାଚକ୍ରରୁ ଯେଉଁ ବାନାଟି ଉଡ଼ିିଯାଇଥିଲା ତାହାର ରଙ୍ଗ ମଧ୍ୟ ଧଳା ରହିଥିଲା ବୋଲି କହିଛନ୍ତି ଶରତ। ସାଧାରଣତଃ ହଳଦିଆ ଏବଂ ନାଲି ରଙ୍ଗର ବାନା ଅଧିକ ସମୟ ଲଟେରିରେ ଉଠୁଥିବାବେଳେ ଧଳା ରଙ୍ଗର ବାନା ବହୁ କମ୍‌ ନୀଳଚକ୍ରରେ ବନ୍ଧା ଯାଇଥାଏ। ତେବେ ଏହା ତାଙ୍କର ନିଜସ୍ବ ଅନୁଭୂତି ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri