ଶିଳ୍ପ ୟୁନିଟ୍‌ଗୁଡିକରେ ଶ୍ରମିକ ସମସ୍ୟା

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ସଂକ୍ରମଣର ଭୟାବହତା କାରଣରୁ ସରକାର ଦେଶରେ ଲକଡାଉନ କଟକଣା ଜାରି କରିଥିଲେ। ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସରକାର ଲକଡାଉନ କଟକଣା କୋହଳ କରିଛନ୍ତି । ୩ୟ ଓ ୪ର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ସମୟରେ ସରକାର କିଛି ସ୍ବତନ୍ତ୍ର ଗାଇଡଲାଇନ ପାଳନ ସହ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ସଂସ୍ଥା,କଳକାରଖାନା,ନିର୍ମାଣକାରୀ ସଂସ୍ଥା,ଉତ୍ପାଦନ ୟୁନିଟ ଓ ଫ୍ୟାକ୍ଟ୍ରି ଗୁଡିକ ବର୍ତ୍ତମାନ ଖୋଲିଛି। ପ୍ରବାସୀ ଶ୍ରମିକ ଘରକୁ ଚାଲିଯାଇଥିବା କାରଣରୁ ବିଭିନ୍ନ ୟୁନିଟ ଗୁଡିକରେ କାମ କରିବାକୁ ଶ୍ରମିକ ମିଳୁନାହାନ୍ତି। ଫଳରେ କଳକାରଖାନା ଓ ନିର୍ମାଣ ସଂସ୍ଥା କାର୍ଯ୍ୟ କିଭଳି ଆଗକୁ ବଢାଇବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଓ ବୃହତ ଶିଳ୍ପ, କଳକାରଖାନା ଓ ନିର୍ମାଣକାରୀ ସଂସ୍ଥାଗୁଡିକ କର୍ମଚାରୀଙ୍କୁ ଲୋଭନୀୟ ଅଫର ଦେଉଥିବା ଦେଖାଯାଉଛି। ଅଧିକ ବେତନ ଓ ବିମାନଭଡା ଏବଂ ରେଳ ଭଡା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ କହିଲେ ସୁଦ୍ଧା ଉକ୍ତ ଶ୍ରମିକମାନେ ବର୍ତ୍ତମାନ ପରିସ୍ଥିତିରେ ନିଜ ଘର ଛାଡି କାର୍ଯ୍ୟ କ୍ଷେତ୍ରକୁ ଯିବାକୁ ରାଜି ନଥିବା ବିଷୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟରେ ଉଲେଖ ରହିଛି ଯେ, ଗତ ଦୁଇ ମାସର କଷ୍ଟ ଓ ଭୟ ଶ୍ରମିକଙ୍କ ମନରୁ ବର୍ତ୍ତମାନ ସୁଦ୍ଧା ଲିଭିନାହିଁ । ଶ୍ରମିକଙ୍କ ଅସୁବିଧା ସମୟରେ ଏହିସବୁ ସଂସ୍ଥା କୁଆଡେ ଲୁଚି ରହିଥିଲେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ମତ ରଖିଛନ୍ତି। । ଏହି ସଂକ୍ରମଣର ଭୟ ଶେଷ ନ ହେବା ପର୍ଯ୍ୟନ୍ତ ଘରେ ରହିବାକୁ ଅଧିକାଂଶ ଶ୍ରମିକ ଉଚିତ ମଣୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ପୁର୍ନବାର ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ନଚେତ କଳକାରଖାନାଗୁଡିକର କାମ ଠପ୍‌ ହୋଇ ରହିବ ବୋଲି ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ସଂଘ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri