ନୀଳଗିରି ଲ୍ୟାମ୍ପରେ ଉତ୍ତେଜନା: ୩ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପରେ ଶନିବାର ଉତ୍ତେଜନା ଦେଖାଦେଇଛି। ପଞ୍ଜିକରଣରେ ଅନିୟମିତତା ଅଭିଯୋଗ କରି ଚାଷୀମାନେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ। ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଚଳିତବର୍ଷ ଧାନବିକ୍ରି ପାଇଁ ଏହି ଲ୍ୟାମ୍ପ ଅଧୀନ କାଂଶ ଓ ଅଯୋଧ୍ୟା ସୋସାଇଟିରେ ବହୁଚାଷୀ ନାମ ପଞ୍ଜିକରଣ ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ହେଲେ ଅଧିକାଂଶ ଚାଷୀ ପଞ୍ଜିକରଣ ତାଲିକାରୁ ବାଦ୍‌ ପଡ଼ିଥିବାରୁ ଉତ୍ତେଜନା ଦେଖାଦେଇଥିଲା। ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଯୋଗାଣ ବିଭାଗର ସେକ୍ରେଟାରିଙ୍କୁ ଚାଷୀମାନେ ଅଭିଯୋଗ କରିଥିଲେ। ହେଲେ ବାଦ୍‌ ପଡ଼ିଥିବା ଚାଷୀଙ୍କ ନାମ ପଞ୍ଜିକରଣ ହୋଇପାରି ନ ଥିଲା। ସରକାରଙ୍କ ତରଫରୁ ଗତ ଅଗଷ୍ଟ ୬ ତାରିଖରେ ପଞ୍ଜିକରଣ ଆରମ୍ଭ ହୋଇଥିଲା ବେଳେ ସେପ୍ଟେମ୍ବର ୧୭ଶେଷ ତାରିଖ ରହିଥିଲା। ଏହି ପଞ୍ଜିକରଣର ଅବଧି ବୃଦ୍ଧି ହୋଇ ସେପ୍ଟେମ୍ବର ୨୨ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏହି ସମୟ ମଧ୍ୟରେ ପଞ୍ଜୀକରଣ ହୋଇପାରି ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଶନିବାର କାଂଶ ସୋସାଇଟିରେ ଧାନକ୍ରୟ ପାଇଁ କାଂଶ ସୋସାଇଟିର ଶାଖା ପରିଚାଳକ ମନୋଜ କୁମାର ମହାପାତ୍ର ପହଞ୍ଚିଥିଲେ। ହେଲେ ଅଣପଞ୍ଜିକୃତ ଚାଷୀ ଏହାକୁ ବିରୋଧ କରି ଧାନକ୍ରୟ କରିବାକୁ ଦେଇ ନ ଥିଲେ। ଘଟଣାସ୍ଥଳରେ ଭାରପ୍ରାପ୍ତ ଏସ୍‌ଆରସିଏସ୍‌ ଲକ୍ଷ୍ମୀଧର ରାଉତ ଓ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ। ହେଲେ ଉତ୍ତେଜିତ ଚାଷୀ ସନାତନ ବିଶ୍ୱାଳ, ଚିନ୍ତାମଣି ମହାଳିକ, ମନୋରଞ୍ଜନ ଦାସ, ରଘୁନାଥ ଦାସ, ଶିବଶଙ୍କର ମହାପାତ୍ର, କରୁଣାକର ମହାପାତ୍ର, ବନଜା ମହାପାତ୍ର, ଚିତ୍ତରଞ୍ଜନ ରାଉତ, ସୁବାଶିଷ ମହାପାତ୍ର, ସଞ୍ଜୟ ଦଳେଇ, କାର୍ତ୍ତିକ ବେହେରା ପ୍ରମୁଖ ୩ଜଣ ଅଧିକାରୀଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଖବରପାଇ ଅଯୋଧ୍ୟା ଫାଣ୍ଡି ଅଧିକାରୀ ମନୋରଞ୍ଜନ ପୁହାଣ ସଦଳବଳେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପଞ୍ଜିକୃତ ଚାଷୀମାନଙ୍କର ଧାନ କ୍ରୟ କରାଗଲେ ଅଣପଞ୍ଜିକୃତ ଚାଷୀଙ୍କ ଧାନ ମଧ୍ୟ କ୍ରୟ କରାଯାଉ ବୋଲି ଦାବି ହୋଇଥିଲା। ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ନାୟକ ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଅଯୋଧ୍ୟା ଓ କାଂଶ ଧାନମଣ୍ଡିରୁ ଧାନ କ୍ରୟ ବନ୍ଦ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଟକ ୩ ଅଧିକାରୀଙ୍କୁ ଚାଷୀମାନେ ଛାଡ଼ିଥିଲେ। ଅପରପକ୍ଷରେ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ ବନ୍ଦ କରାଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri