ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସି କ୍ୟାମେରା

ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଓଏସ୍‌ଆର୍‌ଟିସି ଓ ଅନ୍ୟ ରାଜ୍ୟକୁ ଯାଉଥିବା ଘରୋଇ ବସ୍‌ ହଳଦିଆପଦର ବସଷ୍ଟାଣ୍ଡକୁ ଯିବ ା  ଅନ୍ୟପକ୍ଷରେ ଓଡ଼ିଶା ତଥା ଗଞ୍ଜାମ ଜିଲାର ଘରୋଇ ବସ୍‌ଗୁଡିକ ପୂର୍ବ ଭଳି ରୁଟ୍‌ରେ ଚାଲିବ ା ତେବେ ଏଗୁଡିକର ରହଣିସ୍ଥଳ (ଷ୍ଟପେଜ) କମ୍‌ କରାଯାଇଛି ା ବ୍ରହ୍ମପୁରରେ କେବଳ ୪ଟି ଷ୍ଟପେଜ ଯାଥା ହରିଡାଖଣ୍ଡି ଧୋବାବନ୍ଧ ରୋଡ୍‌ ଛକ, କର୍ପୋରେଶନ ରୋଡ୍‌, ଇଞ୍ଜିନିୟରିଂ କଲେଜ ଓ ବଡ ମେଡିକାଲ ଛକ ରହିଛି। ସିଟି ହସ୍ପିଟାଲ, କୋର୍ଟପେଟା ଆଦି ଛକରେ ୨ ତାରିଖରୁ ଆଉ ଘରୋଇ ବସ୍‌ଗୁଡିକ ରହିବନି କି ଯାତ୍ରୀ ଉଠାଇପାରିବେନି ା ସିଟି ବସ୍‌ଗୁଡିକ ପାଇଁ ଉକ୍ତ ଷ୍ଟପେଜ୍‌ ନିୟମ ଲାଗୁ କରାଯାଇନି। ହଳଦିଆପଦରରୁ ବ୍ରହ୍ମପୁରକୁ ସଟଲ୍‌ ବ୍ୟବସ୍ଥା ଆରମ୍ଭ ହେବ ା ଏକ ମାସ ଧରି ପରୀକ୍ଷାମୂଳକ ଭାବେ ଏହା ଚାଲିବ ା ସମସ୍ତ ସିଟି ବସରେ ଜିପିଏସ୍‌ ଲାଗିବ ା ସିଟି ବସଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୭୯ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ା
ରାସ୍ତା ଉପରେ ଗାଡି ପାର୍କିଂ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଥିବା ଜିଲାପାଳ କହିଛନ୍ତି। ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ବ୍ରହ୍ମପୁର ସହରରେ ଟ୍ରାଫିକ ବ୍ୟବସ୍ଥା ସୁଦୃୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା
ବସ ଓ ବିଭିନ୍ନ ଯାନ ଉପରେ ୧୪୦ ସିସି କ୍ୟାମେରା ୨୮ ସ୍ଥାନରେ ଜଗିବ। ପୂର୍ବରୁ ୫ଟି ସ୍ଥାନରେ ୪୦ ସିସି କ୍ୟାମେରା ଲାଗିଛି ା ଆହୁରି ୨୩ ସ୍ଥାନରେ ୧୦୦ ସିସି କ୍ୟାମେରା ଲାଗିବ ବୋଲି ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ମହାଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ସହରକୁ ଜବରଦଖଲ ମୁକ୍ତ କରାଯିବ। ଆଉ ୩ ସ୍ଥାନରେ ଭେଣ୍ଡିଂ ଜୋନ୍‌ କରାଯିବ ା ପାର୍କିଂ ବ୍ୟବସ୍ଥା କରି ସହରରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ହୋଇଛି ା
ବର୍ତ୍ତମାନ ସୁଦ୍ଧା ୧୦୦ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍‌ ଜାରି କରାଯାଇଛି। ସେମାନେ ପାର୍କିଂ ବ୍ୟବସ୍ଥା କରିବେ ବୋଲି ଜିଲାପାଳ କହିଛନ୍ତି। ବୁଲା ଗୋରୁଙ୍କୁ ଉଠାଇବା ବ୍ୟବସ୍ଥା ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ା ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ରାଜପଥ, ଛତ୍ରପୁର ଓ ଗୋପାଳପୁର ଏନଏସିରେ ଏହା ତ୍ୱରାନ୍ବିତ ହେବ ା ପରେ ଆସିକା, ଭଞ୍ଜନଗର, ହିଞ୍ଜିଳି ଆଦି ଅଞ୍ଚଳରେ ରାସ୍ତାରୁ ବୁଲା ଗୋରୁ ଉଠାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଗଞ୍ଜାମ ଆର୍‌ଟିଓ ସଞ୍ଜୟ ବିଶ୍ୱାଳ ଓ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri