ନିୟମ ଉଲ୍ଲଂଘନ କରୁଛନ୍ତି ବାଲି ବ୍ୟବସାୟୀ

ବାରିପଦା ଅଫିସ, ୧୮ା୨- ଜିଲାର ବିଭିନ୍ନ ସ୍ଥାନରେ ନିଲାମ ନେଇଥିବା ବାଲିଘାଟ ବ୍ୟବସାୟୀମାନେ ସରକାରୀ ନିୟମକୁ ଉଂଲଘନ କରୁଛନ୍ତି। ବାଲି ଖୋଳିବା ପାଇଁ ସରକାରଙ୍କଠାରୁ ପାଇଥିବା ଚୁକ୍ତିଠାରୁ ଅଧିକ ମାତ୍ରାରେ ବାଲି ଉତ୍ତୋଳନ କରୁଛନ୍ତି। ଏ ନେଇ ତହସିଲ କର୍ମଚାରୀମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି । ଏହାର ସମାଧାନ ପାଇଁ ସୋମବାର ଭଞ୍ଜସେନା ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। ଭଞ୍ଜସେନାର ଅଭିଯୋଗ ଅନୁଯାୟୀ, ନିଲାମ ହୋଇଥିବା ବାଲିଘାଟର ସମୟସୀମା, ସର୍ତ୍ତାବାଳୀ ସହିତ କେତେ ମାତ୍ରାରେ ବାଲି ଉତ୍ତୋଳନ କରିବା କଥା ସେଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରି ଗାଡ଼ିଗୁଡ଼ିକ ଚେକିଂ କରିବା ପାଇଁ ଭଞ୍ଜସେନା ଦାବି କରିଛି। ସେହିପରି ଭଞ୍ଜସେନା ଅଭିଯୋଗ କରିଛି ଯେ, ରାଜସ୍ବ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ସମେତ ଜିଲାର ବଡ଼ସାହି ବ୍ଲକ ଡିଙ୍ଗରାଘାଟ, ଶ୍ୟାମାଖୁଣ୍ଟା ବ୍ଲକର ମହୁଲିଆ ଘାଟଗୁଡ଼ିକରେ ବ୍ୟାପକଭାବେ ବିନା ପରିମିଟରେ ବଡ଼ ବଡ଼ ଟ୍ରକରେ ବାଲି ଚାଲାଣ ହେଉଛି। କେତେକ ସ୍ଥାନରେ କେବଳ ଲୋକ ଦେଖାଣିଆ ଭାବେ ରାଜସ୍ବ ବିଭାଗର ଅଧିକାରୀମାନେ ଗରିବ ଟ୍ରାକ୍ଟର ବାଲାଙ୍କ ଠାରୁ ଚେକିଂ ନାମରେ ଜରିମାନା ଆଦାୟ କରୁଛନ୍ତି। ବଡ଼ ବଡ଼ ଟ୍ରକଗୁଡ଼ିକୁ ଛାଡ଼ି ଦେଉଛନ୍ତି। ଫଳରେ ସରକାରଙ୍କ ତହବିଲ୍‌କୁ କୋଟି କୋଟି ଟଙ୍କା ଯିବା ବଦଳରେ କିଛି ଅସାଧୁ କର୍ମଚାରୀ ଓ ବାଲି ନିଲମାଧାରୀ ମାଲିକମାନଙ୍କ ପକେଟକୁ ଏହା ଯାଉଛି। ଆଗାମୀ ୩ ଦିନ ମଧ୍ୟରେ ଏହାର ଉପଯୁକ୍ତ ତଦନ୍ତ କରି ସରକାରୀ ଚୁକ୍ତି ଉଲ୍ଲଂଘନ କରୁଥିବା ବାଲିଘାଟଗୁଡ଼ିକ ସିଲ କରିବାକୁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି। ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ସଭାପତି ପିଣ୍ଟୁ ମାଇତି, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ଉପାଧ୍ୟକ୍ଷ ଲାଲ ବାହାଦୂର ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ଏସ୍‌ କେ ରାଜା ଖାନ୍‌, ଅମରେଶ ସିଂଙ୍କ ସମେତ ଭଞ୍ଜସେନାର ଏକାଧିକ କର୍ମକର୍ତ୍ତା ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri