ନିୟମ ଉଲ୍ଲଂଘନ କରୁଛନ୍ତି ବାଲି ବ୍ୟବସାୟୀ

ବାରିପଦା ଅଫିସ, ୧୮ା୨- ଜିଲାର ବିଭିନ୍ନ ସ୍ଥାନରେ ନିଲାମ ନେଇଥିବା ବାଲିଘାଟ ବ୍ୟବସାୟୀମାନେ ସରକାରୀ ନିୟମକୁ ଉଂଲଘନ କରୁଛନ୍ତି। ବାଲି ଖୋଳିବା ପାଇଁ ସରକାରଙ୍କଠାରୁ ପାଇଥିବା ଚୁକ୍ତିଠାରୁ ଅଧିକ ମାତ୍ରାରେ ବାଲି ଉତ୍ତୋଳନ କରୁଛନ୍ତି। ଏ ନେଇ ତହସିଲ କର୍ମଚାରୀମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି । ଏହାର ସମାଧାନ ପାଇଁ ସୋମବାର ଭଞ୍ଜସେନା ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। ଭଞ୍ଜସେନାର ଅଭିଯୋଗ ଅନୁଯାୟୀ, ନିଲାମ ହୋଇଥିବା ବାଲିଘାଟର ସମୟସୀମା, ସର୍ତ୍ତାବାଳୀ ସହିତ କେତେ ମାତ୍ରାରେ ବାଲି ଉତ୍ତୋଳନ କରିବା କଥା ସେଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରି ଗାଡ଼ିଗୁଡ଼ିକ ଚେକିଂ କରିବା ପାଇଁ ଭଞ୍ଜସେନା ଦାବି କରିଛି। ସେହିପରି ଭଞ୍ଜସେନା ଅଭିଯୋଗ କରିଛି ଯେ, ରାଜସ୍ବ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ସମେତ ଜିଲାର ବଡ଼ସାହି ବ୍ଲକ ଡିଙ୍ଗରାଘାଟ, ଶ୍ୟାମାଖୁଣ୍ଟା ବ୍ଲକର ମହୁଲିଆ ଘାଟଗୁଡ଼ିକରେ ବ୍ୟାପକଭାବେ ବିନା ପରିମିଟରେ ବଡ଼ ବଡ଼ ଟ୍ରକରେ ବାଲି ଚାଲାଣ ହେଉଛି। କେତେକ ସ୍ଥାନରେ କେବଳ ଲୋକ ଦେଖାଣିଆ ଭାବେ ରାଜସ୍ବ ବିଭାଗର ଅଧିକାରୀମାନେ ଗରିବ ଟ୍ରାକ୍ଟର ବାଲାଙ୍କ ଠାରୁ ଚେକିଂ ନାମରେ ଜରିମାନା ଆଦାୟ କରୁଛନ୍ତି। ବଡ଼ ବଡ଼ ଟ୍ରକଗୁଡ଼ିକୁ ଛାଡ଼ି ଦେଉଛନ୍ତି। ଫଳରେ ସରକାରଙ୍କ ତହବିଲ୍‌କୁ କୋଟି କୋଟି ଟଙ୍କା ଯିବା ବଦଳରେ କିଛି ଅସାଧୁ କର୍ମଚାରୀ ଓ ବାଲି ନିଲମାଧାରୀ ମାଲିକମାନଙ୍କ ପକେଟକୁ ଏହା ଯାଉଛି। ଆଗାମୀ ୩ ଦିନ ମଧ୍ୟରେ ଏହାର ଉପଯୁକ୍ତ ତଦନ୍ତ କରି ସରକାରୀ ଚୁକ୍ତି ଉଲ୍ଲଂଘନ କରୁଥିବା ବାଲିଘାଟଗୁଡ଼ିକ ସିଲ କରିବାକୁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି। ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ସଭାପତି ପିଣ୍ଟୁ ମାଇତି, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ଉପାଧ୍ୟକ୍ଷ ଲାଲ ବାହାଦୂର ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ଏସ୍‌ କେ ରାଜା ଖାନ୍‌, ଅମରେଶ ସିଂଙ୍କ ସମେତ ଭଞ୍ଜସେନାର ଏକାଧିକ କର୍ମକର୍ତ୍ତା ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri