ନିୟନ୍ତ୍ରଣ କକ୍ଷକୁ ଆସିଛି ୮,୫୬୨ କଲ୍‌

ପୁରୀ ଅଫିସ,୧୬ା୪: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ପୁରୀ କେୟାର୍ସ ଅଭିଯାନ ସଫଳତା ସହ ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ ଘୋଷଣା ପରେ ଅଟକି ରହିଥିବା ରାଜ୍ୟ ଓ ରାଜ୍ୟ ବାହାର ଶ୍ରମିକ, ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରେ ରହିଥିବା ନିରାଶ୍ରୟ ବ୍ୟକ୍ତି, ମାନସିକ ବିକାରଗ୍ରସ୍ତ ଓ ଅଭାବୀ ମଣିଷଙ୍କୁ ସହାୟତା କରିବା ନିମନ୍ତେ ଜିଲାପାଳ ବଲୱନ୍ତ ସିଂ ଏହି ଅଭିଯାନ ଆରମ୍ଭ କରିଥିଲେ। ଏଭଳି ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ଏକ ପୂର୍ଣ୍ଣକାଳୀନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିଲା। ଅଭିଯୋଗ ମିଳିବା ମାତ୍ରକେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ନିରାଶ୍ରୟଙ୍କ ନିମନ୍ତେ ଖାଇବା ଓ ରହିବା ବନ୍ଦୋବସ୍ତ ତୁରନ୍ତ କରାଯାଉଛି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ଗ୍ରାମାଞ୍ଚଳରେ ୩,୭୯୨ ଏବଂ ସହରାଞ୍ଚଳରେ ୨୮୬୯ ମୋଟ ୬୬୬୧ଜଣ ଶ୍ରମିକଙ୍କୁ ଖାଦ୍ୟସାମଗ୍ରୀ ଓ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ଗ୍ରାମାଞ୍ଚଳରେ ୨୬୯୭ ଅସହାୟ ଏବଂ ସହରାଞ୍ଚଳରେ ୫୧୯ଏହିପରି ମୋଟ ୩୨୧୬ଜଣ ଅସହାୟକଙ୍କ ପାଖରେ ପୁରୀ କେୟାର୍ସ ପହଞ୍ଚିପାରିଛି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ନିୟନ୍ତ୍ରଣ କକ୍ଷରେ ୮,୫୬୨ଟି କଲ୍‌ ରିସିଭ କରାଯାଇଛି। ନିୟନ୍ତ୍ରଣ କକ୍ଷରେ କାର୍ଯ୍ୟ କରିବା ପାଇଁ ମୋଟ ୮ ସ୍ବେଚ୍ଛାସେବୀ ଏବଂ ସହରର ବିଭିନ୍ନ ସ୍ଥାନରେ ୩୫ଜଣ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ଏତଦ୍‌ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ। ଏହି ସମୟରେ ୬୦ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri