ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ। । ବାପାମା’ଙ୍କ ବଡ଼ଝିଅ। ପୁଣି ବ୍ରାହ୍ମଣଘରର ଝିଅ। ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନ ଥାଏ। ସବୁବେଳେ ନାହିଁ ନାହିଁ ଲାଗି ରହିଥାଏ। ଏକଥା ଦେଖୁଥାନ୍ତି ମାମା। ସେତେବେଳେ ତାଙ୍କୁ ଆଠ ନ’ ବର୍ଷ ବୟସ ହେବ। ତାଙ୍କୁ କିଛି ଭଲ ଲାଗୁନଥାଏ। ସେ ଝିଅଟେ ହେଲେ କ’ଣ ହେଲା? ସେ କ’ଣ କିଛି କାମ କରି ବାପାମା’ଙ୍କ କମରକୁ ବଳ ହୋଇ ପାରିବେ ନାହିଁ। ଏମିତି ଗୋଟେ ଚିନ୍ତାରେ ଥାଆନ୍ତି ମାମା। ସେହିବର୍ଷ ତାଙ୍କ ଗଁ। କୁ ନିୟତି ଗଣନାଟ୍ୟ ଆସିଥାଏ। ସ୍କୁଲ୍‌ରେ ଗଣନାଟ୍ୟର ଝିଅପିଲାମାନେ ରହୁଥାନ୍ତି। ତାଙ୍କ ବୟସର ବି ଅନେକ ଝିଅ ଥାଆନ୍ତି। ସେମାନଙ୍କ ସହିତ ମାମାଙ୍କର ଭଲ ସମ୍ପର୍କ ଗଢ଼ି ଉଠିଥାଏ। ସେ ସେଇମାନଙ୍କ ସହିତ ଯାତ୍ରାପାର୍ଟିରେ ପଳେଇଗଲେ। ଘରେ ସେକଥା କେହି ଜାଣି ନଥାନ୍ତି। ଘରେ ଖୋଜାପଡ଼ିଲା। କେହିକିଛି ଖୋଜଖବର ପାଇଲେ ନାହିଁ। ଏମିତିରେ ବର୍ଷଟିଏ ବିତିଗଲା। ଇତିମଧ୍ୟରେ ମାମା ନିୟତି ଗଣନାଟ୍ୟରେ ରହିଗଲେ। ଶିଶୁ କଳାକାର ଭାବରେ ଛୋଟମୋଟ ଅଭିନୟ କଲେ। ବର୍ଷେ ପରେ ସେ ଘରକୁ ଫୋନ୍‌ କରି ଜଣେଇଲେ ଯେ, ସେ ଯାତ୍ରାରେ ପଳେଇ ଆସିଛନ୍ତି। ଏକଥା ଶୁଣି ମା’ କାନ୍ଦିଲା। ବାପା ମନ ଦୁଃଖ କଲେ। କାରଣ ସେମାନେ ଚାହୁଁ ନ ଥିଲେ ତାଙ୍କ ଝିଅ ଯାତ୍ରାରେ ଯାଉ। ପୁଣି ଲୁଚି ପଳେଇ ଯାଇଥିବାରୁ ସେମାନେ ଖୋଜିଖୋଜି ନୟାନ୍ତ ହୋଇ ସାରିଥିଲେ। ବାପାମା’ଙ୍କୁ ବୁଝେଇଲେ ମାମା। କହିଲେ, ମୁଁ ଆସିସାରିଛି ଯେତେବେଳେ ଆଉ ଫେରିବିନି। ବରଂ ଆପଣମାନେ ଆଶୀର୍ବାଦ କରନ୍ତୁ ମୁଁ ଯାତ୍ରା ଲାଇନ୍‌ରେ ନଁ। କରେ। ବାପାମା’ଙ୍କର ଆଉ କିଛି କରିବାର ନ ଥିଲା। ସେମାନଙ୍କର ଆଶୀର୍ବାଦ କିନ୍ତୁ ରହିଥିଲା ମାମାଙ୍କ ସାଙ୍ଗରେ। ସେଥିଲାଗି ମାମା ଯାତ୍ରାଜଗତରେ ଆଜି ଜଣେ ପ୍ରତିଷ୍ଠିତ ଆର୍ଟିଷ୍ଟ। ଇତିମଧ୍ୟରେ ୧୯ବର୍ଷରୁ ଅଧିକ ହୋଇଗଲା ସେ ଯାତ୍ରାପାର୍ଟିରେ ରହିଛନ୍ତି। ନିୟତିରୁ ତାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା। ସେ ସେଠାରେ ଶିଶୁ କଳାକାର ଭାବେ ଅଭିନୟ କରୁଥିଲେ। ଶରଧାବାଲି ଅପେରାରେ ନୃତ୍ୟ କଲେ। ସତ୍ୟମ୍‌ ଗଣନାଟ୍ୟରେ ଆରମ୍ଭ ହେଲା ତାଙ୍କର ଅଭିନୟ ଜୀବନ। ଏହି ଦୀର୍ଘ ସମୟ ମଧ୍ୟରେ ସେ ମୁକ୍ତେଶ୍ୱର ଅପେରା, କ୍ଲାସିକ୍‌ ଗଣନାଟ୍ୟ, ଦୁର୍ଗାଶ୍ରୀ ଗଣନାଟ୍ୟ, ଶରଧାବାଲି, ଶିବାନୀ ଗଣନାଟ୍ୟ, ଓମ୍‌ଶ୍ରୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଯାତ୍ରାଶ୍ରୀ ବିଶ୍ୱଦରବାର ଆଦି ଅନୁଷ୍ଠାନରେ କାମକରି ଏବେ ଆସି ପହଞ୍ଚତ୍ଛନ୍ତି ଇନ୍ଦ୍ରଭୁବନରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଅହ୍ୟ ସୁଲକ୍ଷଣୀ, ମୁଁ ତୋର କ’ଣ ହେବି, ମଣିଷ ଖିଆ ମଣିଷ, ସୁନା କଣ୍ଢେଇ, ପବିତ୍ର ପାପ, ଗଲାକଥା ପାସୋରି ଦିଅ, ଅଧା ରହିଗଲା ମଥା ଓଢ଼ଣି, ବାଦାମବାଡ଼ିର ବଦମାସ ଝିଅ, ହେ ଈଶ୍ୱର କୋଟି ନମସ୍କାର, ଷ୍ଟାଫ୍‌ ନର୍ସ, ଗୁପ୍ତ ସମ୍ପର୍କ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଇନ୍ଦ୍ରଭୁବନ’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ମାଣିକକୁ କିଏ ମାଇଲା ମାଡ଼, କହିବାକୁ ଲାଜ ଲାଗୁଛି, ବାଜୁଥାଉ ଯେତେ ନିନ୍ଦା ନାଗରା ଏବଂ ଓଠର ହସ ମୋ ଲୁହରେ ଶେଷ। ମାମା ମୁଖ୍ୟତଃ ନେଗେଟିଭ୍‌ ରୋଲରେ ମଞ୍ଚକୁ ଆସୁଥିଲେ ମଧ୍ୟ ପଜିଟିଭ ଭୂମିକା ତାଙ୍କର ବେଶି ପସନ୍ଦ ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri