ନିଷ୍କାସନ ହୋଇପାରୁନି ଆବର୍ଜନା ପାଣି: ପୂତ୍ତି ଗନ୍ଧମୟ ପରିବେଶରେ ଗଡତରାସ

ବନ୍ତଳା,୩୧।୮(ଡି.ଏନ.ଏ.) ଘର ଆଗରେ ଜମି ରହିଛି ବର୍ଷା, ଆବର୍ଜନା ପାଣି। ନିଷ୍କାସନର ବାଟ ନ ଥିବାରୁ ଏହା ଘରେ ପଶୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ହେଲେ ଉପାୟ ନ ଥିବାରୁ ବାଧ୍ୟ ହୋଇ ସେହି ପାଣିରେ ପଶି ଯାତାୟାତ କରୁଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ଗଡତରାସ ଗ୍ରାମବାସୀ। ଦୀର୍ଘ ୨ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହେଉ ନ ଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମର ୭୦ ପରିବାର। ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।
ଅଭିଯୋଗ ମୁତାବକ, ବେହେରା ସାହି, କନ୍ଧ ସାହି ଓ ମନ୍ଦିର ସାହିର ୭୦ରୁ ଊର୍ଦ୍ଧ୍ୱ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି। ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷା ପାଣି ଚାଷ ଜମିକୁ ଗଡିଯାଉଥିଲା। ହେଲେ ଯେଉଁବାଟ ଦେଇ ପାଣି ନିଷ୍କାସନ ହେଉଥିଲା ତାହା ବ୍ୟକ୍ତିଗତ ଜାଗା ହୋଇଥିବାରୁ ସେଠାରେ ଜାଗା ମାଲିକ ହୁଡା ଦେଇ ବନ୍ଦ କରିଦେଇଛନ୍ତି। ଫଳରେ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ସେଠାରେ ଜମି ରହୁଛି। ଏପରିକି ରାସ୍ତାପାର୍ଶ୍ୱରେ ଥିବା ଲୋକଙ୍କ ଘରେ ଏହା ପଶିଯାଉଛି। କେତେକ ଲୋକ ଘରର ଅଳିଆ ଆବର୍ଜନା ସେଠାରେ ଛାଡି ଦେଉଥିବାରୁ ତାହା ପଚି ଶଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିଯୋଗୁ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଲୋକ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ସେହିପରି ଗ୍ରାମଠାରୁ ଏକ କିମି ଦୂରରେ ନୀଳ କଣ୍ଠେଶ୍ୱର ମନ୍ଦିର ଯିବାକୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସେଠାରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜୁନ ୯ ରେ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ବିଡ଼ିଓ ଗ୍ରାମକୁ ଆସି ତଦନ୍ତ କରିବା ସହିତ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଏ ନେଇ ଗ୍ରାମରେ ୩ ଥର ବୈଠକ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନ ଥିବା ଗ୍ରାମର ବାଉରିଆ ବେହେରା, ନିଶାମଣି ବେହେରା, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ମାୟାଧର ବେହେରା କହିଛନ୍ତି, ଅଭିଯୋଗ ପାଇବା ପରେ ୨ ଥର ଗ୍ରାମକୁ ଯାଇଥିଲୁ। ଜଣେ ବ୍ୟକ୍ତି ନିଜ ଜାଗା ବନ୍ଧାଇ ରଖିଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ବନ୍ଧେଇ ଥିବା ହୁଡାକୁ ଭାଙ୍ଗି ପାଣି ନିଷ୍କାସନ ପରେ ପୁନର୍ବାର ଉକ୍ତ ବ୍ୟକ୍ତି ରାସ୍ତା ବନ୍ଦ କରିଦେଇଛନ୍ତି। ସରପଞ୍ଚଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ କୁହା ଯାଇଛି। ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri