ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ ଅସ୍ଥାୟୀ ପରିବା ହାଟ କରାଯାଉଛି। ଶନିବାର ଓ ମଙ୍ଗଳବାର ସପ୍ତାହକୁ ଦୁଇଥର ହାଟ ବସୁଛି। ଏହି ହାଟରୁ ନିୟନ୍ତ୍ରିତ ବଜାର କମିଟି ଅର୍ଥ ଆଦାୟ କରୁଥିବାବେଳେ ଦୁଇଟି ସଂସ୍ଥା ଯଥା-ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ପରିବା ବ୍ୟବସାୟୀ ସଂଘ ଚାନ୍ଦା ଆଦାୟ କରୁଛନ୍ତି। ଚାଷୀ ଓ ବେପାରୀ ବ୍ୟବସାୟ ସାରି ସମସ୍ତ ଆବର୍ଜନାକୁ ସେଇଠି ଗଦେଇଦେଇ ଯାଆନ୍ତି। ଉକ୍ତ ଆବର୍ଜନାକୁ ସପ୍ତାହକୁ ଦୁଇଥର ଅର୍ଥାତ ବୁଧବାର ଓ ରବିବାର ନିୟନ୍ତ୍ରିତ ବଜାର କମିଟି ଉଠାଇବାର ନିୟମ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପରିଲିଖିତ ହେଉନାହିଁ। କେବଳ କାଗଜକଲମରେ ଏସବୁ ଚାଲିଛି। ମାସେ ଦୁଇମାସରେ ଥରେ ଆବର୍ଜନା ଉଠାଉଥିଲେ ମଧ୍ୟ ସପ୍ତାହକୁ ଦୁଇଥର ସଫେଇ ହେଉଥିବା ଦର୍ଶାଇ ବଜାର କମିଟି ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଏଠାରେ ପରିବା ହାଟ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାରୁ ତତ୍‌କାଳୀନ ବିଧାୟକ ଡା. ଦାମୋଦର ରାଉତ ପରିବା ହାଟ ତାଳଦଣ୍ଡା କେନାଲବନ୍ଧର ଉତ୍ତର ପାର୍ଶ୍ୱରେ ନିର୍ମାଣ କରିବା ପାଇଁ ପରମାର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ହାଟ ନିର୍ମାଣ ପାଇଁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱହେବ ବ୍ଲକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷଟଙ୍କା ବ୍ୟୟ ଅଟକଳ କରାଯିବା ସହ ଜଳସେଚନ ବିଭାଗରୁ ଅନୁମତି ମଧ୍ୟ ଆସିସାରିଛି। ହେଲେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁନାହିଁ। ସେହିପରି ମେଳଣ ପଡ଼ିଆ ଦୋଳ ମେଳଣ ଓ ପୂଜା ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାରେ ହାଟ ବସିବା କଥା ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉକ୍ତ ପଡିଆ ବଜାରର ମଧ୍ୟସ୍ଥଳରେ ଥିବାରୁ ଦୈନିକ ହଜାର ହଜାର ଲୋକ ବଜାରର ଚର୍ତୁଦିଗକୁ ଏହି ପଟେ ଯାଆସ କରନ୍ତି। ତେବେ ଏଠାରେ ଜମା ହୋଇଥିବା ଅଳିଆ ଗଦାକୁ ଦେଖିଲେ ଯେକେହି ଭ୍ରମରେ ପଡିବେକି ଏହା ମେଳଣ ପଡିଆ ନା ଡମ୍ପିଂୟାର୍ଡ? ଏହି ଆବର୍ଜନା ଗଦାରୁ ଯେଉଁ ଦୁର୍ଗନ୍ଧ ବାହାରୁଛି ତାହା ବଜାରକୁ ପ୍ରଦୂଷିତ କରୁଛି। ପରିବା ହାଟ ସଫେଇ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ହାଟ ବାରିର ପରଦିନ ସଫେଇ କରାଯାଉଛି। ଏସବୁ ଦାୟିତ୍ୱ ସ୍ଥାନୀୟ ହାଟ ଦଣ୍ଡିଆଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥାପି ଯଦି ଏଥିରେ ଅବହେଳା କରାଯାଉଥିବା ଜଣାଯାଏ ସେ ସମ୍ପର୍କରେ ଦାଣ୍ଡିଆକୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି। ସ୍ଥାୟୀ ପରିବା ହାଟ ସମ୍ପର୍କରେ କୁଜଙ୍ଗ ସଦର ସରପଞ୍ଚ ଭାରତ ଭୂଷଣ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏକ ବର୍ଷ ପୂର୍ବରୁ ପରିବାହାଟ ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତହା ପୁଣି ବ୍ଲକ ଉନ୍ନୟନ ପାଣ୍ଠିରୁ। ହେଲେ ବ୍ଲକ ପ୍ରଶାସନ ଚିହ୍ନଟ ସ୍ଥାନରେ ପରିବା ହାଟ ନିର୍ମାଣ ନ କରି କାହିଁ ଚୁପ୍‌ ବସିଛନ୍ତି ସେ ହିଁ କହିବେ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ସନ୍ତୋଷ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ପରିବା ହାଟ ନିର୍ମାଣ ସମ୍ପର୍କରେ କ’ଣ ନିଷ୍ପତ୍ତି ହୋଇଛି ତାଙ୍କୁ ଜଣାନାହିଁ। ତେଣୁ ଏହି ସମସ୍ୟା ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ବିଭିନ୍ନ ସଙ୍ଗଠନ, ଚାଷୀ ଓ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri